କଟକଣା ନ ମାନି ବଡ଼ଦାଣ୍ଡରେ ବୁଲିଲେ ବିଦେଶୀ

ପୁରୀ ଅଫିସ,୧।୫: ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରୁଛନ୍ତି। ପୁରୀରେ ମଧ୍ୟ ଏକାଧିକ କଟକଣା ଜାରି କରାଯାଇଛି। ତେବେ ପୁରୀରେ ଜଣେ ବିଦେଶୀ ଲକ୍‌ଡାଉନ କଟକଣା ଉଲ୍ଲଂଘନ କରି ବଡଦାଣ୍ଡରେ ଖୁଲମଖୁଲା ବୁଲିବା ଘଟଣା ପ୍ରଶାସନିକ ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ବୁଧବାର ଜଣେ ବିେଦେଶୀ ସାଇକେଲରେ ବଡ଼ଦାଣ୍ଡ, ମଙ୍ଗୁମଠ କଡ଼ ଦେଇ କାକୁଡ଼ିଖାଇ ଛକ ଆଡେ ଯାଉଥିବା ଦେଖିବାକୁ ମିଳିଥିଲା। ସମ୍ପୃକ୍ତ ବିଦେଶୀ ଜଣଙ୍କ ଧଳା ରଙ୍ଗର ହାପ୍‌ ପ୍ୟାଣ୍ଟ, ଟି ଶାର୍ଟ ଏବଂ ଧଳା କ୍ୟାପ୍‌ ପିନ୍ଧିଥିବାବେଳେ ମୁହଁରେ ମାସ୍କ ବାନ୍ଧିଥିଲେ। ସାଇକେଲରେ ବଡ଼ଦାଣ୍ଡରେ ବୁଲୁଥିବା ବେଳେ ତାଙ୍କୁ ଅନ୍ୟମାନେ ଦେଖି ଚକିତ ହୋଇପଡ଼ିିଥିଲେ।
ଏ ସମ୍ପର୍କରେ ସହରର ନାଗରିକ ପ୍ରସନ୍ନ ମହାପାତ୍ର କହିଛନ୍ତି, ଲକ୍‌ଡାଉନ ଘୋଷଣା ହେବାର ୫ଦିନ ପୂର୍ବରୁ ଜିଲା ପ୍ରଶାସନ ସହରର ସମସ୍ତ ହୋଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା। ସବୁ ପର୍ଯ୍ୟଟକଙ୍କୁ ସହର ଛାଡି ଚାଲିଯିବାକୁ ମଧ୍ୟ କୁହାଯାଇଥିଲା। ହେଲେ ଯେଉଁ ବିଦେଶୀ ନାଗରିକ ବଡ଼ଦାଣ୍ଡରେ ସାଇକେଲ ଧରି ବୁଲୁଛନ୍ତି ସେ ରହୁଛନ୍ତି କେଉଁଠି? ପ୍ରଶାସନ ଏବଂ ପୋଲିସ ପାଖରେ ତାଙ୍କ ସମ୍ପର୍କରେ ସୂଚନା ଅଛି କି ନାହିଁ। ସେ କେବେ ଓ କେଉଁ ଦେଶରୁ ଆସିଛନ୍ତି? ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ନା ନାହିଁ? ବର୍ତ୍ତମାନ ବିଦେଶୀଙ୍କ କଥା ଶୁଣିବା ବେଳକୁ ଲୋକେ ଭୟ କରୁଛନ୍ତି। ମାତ୍ର ଲକ୍‌ଡାଉନ କଟକଣା ସମୟରେ ଏହି ବିଦେଶୀ ଜଣଙ୍କ କିପରି ବିନା ଦ୍ୱିଧାରେ ବୁଲୁଛନ୍ତି ତାହାର ତଦନ୍ତ କରାଯିବା ଦରକାର।
ଅନ୍ୟପକ୍ଷରେ ଜଣେ ଅଧିକାରୀ କହିଛନ୍ତି, ବହୁ ପୂର୍ବରୁ ଆସିଥିବା କେତେଜଣ ବିଦେଶୀ ପର୍ଯ୍ୟଟକ ଫ୍ଲାଇଟ୍‌ ବନ୍ଦ ହୋଇଯିବାରୁ ରହିଯାଇଛନ୍ତି। ପ୍ରଶାସନ ଏବଂ ପୋଲିସ ସେମାନଙ୍କ ବିଷୟରେ ଅବଗତ ଅଛନ୍ତି। ସେମାନେ ନିର୍ଦ୍ଦିଷ୍ଟ କିଛି ହୋଟେଲରେ ରହୁଥିବାବେଳେ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। କିନ୍ତୁ ଲକ୍‌ଡାଉନ କଟକଣା ଥିବାରୁ ସେମାନେ ବାହାରକୁ ବାହାରିବା କଥା ନୁହେଁ। କେଉଁ ପରିପ୍ରେକ୍ଷୀରେ ସେ ବାହାରେ ବୁଲିଲେ, ସମ୍ପୃକ୍ତ ହୋଟେଲ କର୍ତ୍ତୃପକ୍ଷ ତାଙ୍କୁ ବାହାରକୁ କିପରି ଛାଡିଲେ ତାହାର ତଦନ୍ତ କରାଯିବ।
ସୂଚନାଥାଉ କି, ପୋଲିସ ଏବଂ ପ୍ରଶାସନକୁ ନ ଜଣାଇ ୩ଜଣ ବିଦେଶୀ ପର୍ଯ୍ୟଟକ ବଳିଆପଣ୍ଡାସ୍ଥିତ ହୋଟେଲ ଦେବଭୂମିରେ ରହୁଥିଲେ। ଗତ ମାସ ୨୪ ତାରିଖରେ ଏହା ଜଣାପଡ଼ିିବା ପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ସେହି ହୋଟେଲକୁ ସିଲ୍‌ କରାଯାଇଥିଲା। ଏଥିସହ ସମ୍ପୃକ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ନିଆଯାଇ ଭୁବନେଶ୍ୱର ବିମାନ ବନ୍ଦରରେ ଛଡ଼ାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

ରାଜରାସ୍ତାରେ କଂଗ୍ରେସ-ଭାଜପାକର୍ମୀଙ୍କ ମଧ୍ୟରେ ସଂଘର୍ଷ; ମୁଣ୍ଡ ଫାଟିଲା, ଗାଡ଼ିର କାଚ…

ପାଟନା,୨୨।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ଧାରଣାରେ ବସିଥିଲେ । ଏହାପରେ ବୁଧବାର ଭାଜପା ପକ୍ଷରୁ ପାଟନାରେ ଏକ ପ୍ରତିବାଦ ଶୋଭାଯାତ୍ରା…

ଓମ୍‌ ବିର୍ଲାଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ, କିଛି ବଡ଼ ହେବାକୁ ଯାଉଛି…

ନୂଆଦିଲ୍ଲୀ,୨୨।୭: ନିଟ୍-ୟୁଜି (NEET-UG) ପରୀକ୍ଷା ପେପର୍ ଲିକ୍‌କୁ ନେଇ ସଂସଦରେ ଚାଲିଥିବା ଗତିରୋଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲୋକ ସଭାରେ ଏହି ଗୁରୁତ୍ୱପୂର୍ଣ୍ଣ…

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri