କଟକଣା ଉଲ୍ଲଂଘନ, ୨୦ ଗିରଫ

ଅନୁଗୋଳ ଅଫିସ, ୧୬।୪- ଅନୁଗୋଳ ଜିଲାରେ ଲକ୍‌ଡାଉନ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ମୋଟ୍‌ ୨୦ ଜଣ ଗିରଫ ହୋଇଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ପାଖରୁ ୫ଟି ମୋଟର ସାଇକେଲ, ଗୋଟିଏ ଅଟୋ ରିକ୍ସା ଓ ମଦ ଜବତ କରାଯାଇଥିବା ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ହଣ୍ଡପା ଥାନା ଅଞ୍ଚଳରେ ୨ଟି ମାମଲାରେ ୨ ଜଣ, କଣିହଁା ଥାନା ଅଞ୍ଚଳରେ ଜଣେ, ସମଲ ଥାନା ଅଞ୍ଚଳରେ ୨ଜଣ, କିଆକଟା ଥାନା ଅଞ୍ଚଳରେ ଜଣେ, ବଅଁରପାଳ ଥାନା ଅଞ୍ଚଳରେ ୩ ଜଣ, ଛେଣ୍ଡିପଦା ଥାନା ଅଞ୍ଚଳରେ ୭ ଜଣ, ଅନୁଗୋଳ ଥାନା ଅଞ୍ଚଳରେ ଜଣେ, କ୍ବାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ପାଲଲହଡ଼ା ଥାନା ଅଞ୍ଚଳରେ ଜଣେ ଗିରଫ ହୋଇଛନ୍ତି। ଏଥିସହ ରେଙ୍ଗାଳି ଥାନା ଅଞ୍ଚଳରେ କରେନା ସମ୍ପର୍କରେ ଗୁଜବ ପ୍ରଚାର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ସେହିପରି ବଅଁରପାଳ ପୋଲିସ ଲକ୍‌ଡାଉନ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ଉମାଶଙ୍କର ଢାବା ସିଲ୍‌ କରିବା ସହ ମାଲିକଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିଥିବା ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ସଫା ପାଉଡର ବିକ୍ରି ବାହାନାରେ ଆସିଲେ, ମହିଳାଙ୍କଠୁ ସୁନା ଗହଣା ଲୁଟ୍ କରି….

ଧର୍ମଶାଳା,୪।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଜାରକାର ଏକ କଲୋନୀରେ ସୁନା ସଫା ପାଉଡର ବିକ୍ରି ନାଁରେ ଲୁଟ୍ କଲେ ଦୁର୍ବୃତ୍ତ । ଜଣେ ମହିଳାଙ୍କ…

ଦାରିଙ୍ଗବାଡିରେ ପୁଣି ବୁଲିଲା ବୁଲ୍‌ଡୋଜର: ଜବରଦଖଲ ଉଚ୍ଛେଦ 

ଦାରିଙ୍ଗବାଡି,୪।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି  ଥାନା ଅଞ୍ଚଳରେ ପୁଣି ବୁଧବାର ବୁଲଡୋଜର ବୁଲିଛ। ସରକାରୀ ଜମିକୁ ଜବରଦଖଲ କରି ରଖିଥିବା ଦୋକାନ ଗୃହ ସମେତ ବାସ ଗୃହକୁ…

କୂଅରୁ ମିଳିଥିଲ ଛାତ୍ରଙ୍କ ମୃତଦେହ: ୨ ଶିକ୍ଷୟିତ୍ରୀ ନିଲମ୍ବିତ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

କାମରେ ଲାଗୁନି ‘ଆମ ଶୌଚାଳୟ’, ଅସୁବିଧା ଭୋଗୁଛନ୍ତି ଯାତ୍ରୀ

ଧର୍ମଶାଳା,୪।୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ବସ୍‌ ରହଣି ସ୍ଥାନରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ରହିଥିବା ଶୌଚାଳୟ କାମରେ ଲାଗୁନି। ଏହା ଅପରିଷ୍କାର ଭାବେ ଅଳିଆ ଆବର୍ଜନା…

ସ୍କୁଲରୁ ଶୌଚ ପାଇଁ ଯାଇ ଆଉ ଫେରିନଥିଲେ, ଆଜି କୂଅରୁ ମିଳିଲା ମୃତଦେହ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

ପୁଅର ମୃତ୍ୟୁ ପାଇଁ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଦାୟୀ କଲେ ମା’

ତୁମୁଡିବନ୍ଧ,୪ା୨ (ଦୀପକ କୁମାର ପରାସେଠ): ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ମୃତ ଛାତ୍ରଙ୍କ ମା’ ଅଭିଯୋଗ ଆଣିଛନ୍ତି।…

ଡକାୟତି ପାଇଁ କରୁଥିଲେ ଯୋଜନା, ଅତର୍କିତ ଚଢାଉ କଲା ପୋଲିସ, ତା’ପରେ…

ବଲାଙ୍ଗୀର, ୪।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସ ଟିମ ମଙ୍ଗଳବାର ପାଟ୍ରୋଲିଂ କରିବାବେଳେ ହାଇୱେ ଏବଂ ଆଖପାଖରେ ଡକାୟତି ଯୋଜନା କରୁଥିବା ୪ ଜଣ…

ଭାଜପା ନେତା ଶିବରାମଙ୍କ ଘର ଉପରେ ଆକ୍ରମଣ, ୮ ଗିରଫ

ମୋହନା,୪।୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆରଙ୍କ ଘର ଉପରେ ସୋମବାର ସନ୍ଧ୍ୟାରେ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri