କଇଠପଲ୍ଲୀ ଗାଁ ତୋଟାରୁ ମୂଲ୍ୟବାନ ଶାଳ ଗଣ୍ଡି, ପଟ୍ଟା ଜବତ

ଓଡଗାଁ, ୨୭।୬(ସ୍ବ.ପ୍ର.)- ୨୪ ଘଣ୍ଟା ନପୁରୁଣୁ ପୁଣି ଥରେ ଗୁରୁବାର ମଧ୍ୟାହ୍ନରେ ଓଡଗାଁ ବନାଞ୍ଚଳ ଓ ବାହାଡାଝୋଲା ସେକ୍ସନ ଅଞ୍ଚଳରୁ ୧୦ ମୂଲ୍ୟବାନ ଶାଳଗଣ୍ଡି ଓ ୬ ଖଣ୍ଡ ପଟ୍ଟା ବନବିଭାଗ ଜବତ କରାଯାଇଛି। ବାହାଡାଝୋଲା ନିକଟସ୍ଥ ଆମ୍ବପଡା କଇଠପଲ୍ଲୀ ଗାଁ ମୁଣ୍ଡ ତୋଟାରେ ଶାଳ ଗଣ୍ଡି ଗଚ୍ଛିତ ଥିବା ବନପାଳ ଜାଣିବା ପରେ ସଦଳବଳେ ଚଢାଉ କରିଥିଲେ। ତୋଟା ଭିତରେ ଥିବା ବୁଦୁବୁଦୁକିଆ ଅଞ୍ଚଳରେ ଲୁଚାଇ ରଖାଯାଇଥିବା ଶାଳଗଣ୍ଡି ଓ ପଟ୍ଟା ଠାବ କରିବା ସହିତ ଜବତ କରିଥିବା ଜଣାଯାଇଛି। ତେବେ ସେଠାରେ କାଠ କଟା ଗୁଣ୍ଡ ପଡ଼ିଥିବା ଦେଖି ଗଣ୍ଡି କଟା ଯାଉଥିବା ସନ୍ଦେହରେ ଖୋଜାଖୋଜି କରାଯାଇଥିଲା। ପରେ ବୁଦା ଭିତରୁ ଏକ କରତ ମିଳିଥିଲା । ବନପାଳ ସରିତା ବରାଳ, ବନରକ୍ଷୀ ଅରିନ୍ଦ ସାହୁ, ଶୁଭେନ୍ଦୁ ପ୍ରସାଦ ନାୟକଙ୍କ ସହିତ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ବାର୍ଡ ଚଢାଉରେ ସାମିଲ ହୋଇଥିଲେ। ଜବତ କାଠର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ବନପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିତାବାଘ ଛାଲ-ବଜ୍ରକାପ୍ତା କାତି ଚୋରା ଚାଲାଣ କରୁଥିଲେ ମା’-ପୁଅ; ମାଡିବସିଲା ବନ ବିଭାଗ, ବଜ୍ରକାପ୍ତାକୁ ୧୬୪ ଖଣ୍ଡ…

ନୟାଗଡ଼,୧୬।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜ କୁଜାମେଣ୍ଡି ବିଟ ହାଉସ ଅଞ୍ଚଳରୁ ଚିତାବାଘର ଛାଲ ଓ ୧୬୪ ଖଣ୍ଡ ବଜ୍ରକାପ୍ତା କାତି ଜବତ ହୋଇଛି ।…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri