କଂସର-ଜମନକିରା ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ଦୁର୍ନୀତି ପ୍ରସଙ୍ଗ:୫ ଜଣଙ୍କ ନାମରେ ମାମଲା

ସମ୍ବଲପୁର, ୫ା୧୧ (ବ୍ୟୁରୋ):ସମ୍ବଲପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା କଂସର-ଜମନକିରା ପ୍ରଧାନମନ୍ତ୍ରୀ ରାସ୍ତା କାମର ଦୁର୍ନୀତି ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତରେ ପ୍ରାୟ ୪୦ ଲକ୍ଷ ଟଙ୍କାରୁ ଅଧିକ ଦୁର୍ନୀତି ହୋଇଥିବା ଜଣାପଡିଛି। ଏ ନେଇ ସମ୍ବଲପୁର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ ପାତ୍ର ରିଆମାଳ ଥାନାରେ ଅଭିଯୋଗ କରିବା ସହ ଦେବଗଡ଼ ଏସ୍‌ପି ରାହୁଲ ଜୈନଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ଦେବଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପୂର୍ବତନ ନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନ ଗଞ୍ଜାମ ଜିଲାରେ ଅବସ୍ଥାପିତ କିଶୋର ମିଶ୍ର, ପୂର୍ବତନ ସହକାରୀ ଯନ୍ତ୍ରୀ ତଥା ଏବେ ସମ୍ବଲପୁର ଜିଲା ରେଢ଼ାଖୋଲରେ ଅବସ୍ଥାପିତ ହିମାଂଶୁଶେଖର ସେଠୀ, ଦେବଗଡ ଗ୍ରାମ୍ୟ ଉନ୍ନୟନ ଡିଭିଜନର କନିଷ୍ଠ ଯନ୍ତ୍ରୀ ହିମାଂଶୁ ବେହେରା, ଏଷ୍ଟିମେଟର୍‌ ଇଂ. ସୁବୋଧ ମୁଦୁଲି ଓ ଠିକା ସଂସ୍ଥା ତୁଳସୀ କନଷ୍ଟ୍ରକଶନ୍‌ ନାମରେ ମାମଲା ରୁଜୁ ହୋଇଛି । ରିଆମାଳ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ଅନ୍ୟପଟେ କେନ୍ଦ୍ରୀୟ ଟିମ୍‌, ରାଜ୍ୟସ୍ତରୀୟ ଟିମ୍‌ ଓ ତଦନ୍ତ ପାଇଁ ଗଠନ ହୋଇଥିବା କମିଟି ଏ ପର୍ଯ୍ୟନ୍ତ ତଦନ୍ତ କରିବାକୁ ଆସି ନାହାନ୍ତି। ଦୁର୍ନୀତିକୁ ଚପାଇବାକୁ ଠିକାଦାରଙ୍କ ପାଖରୁ ସବ୍‌ କଣ୍ଟ୍ରାକ୍ଟର ଭାବେ କାମ ନେଇଥିବା ସ୍ଥାନୀୟ ଦୁଇ ଜଣ ଠିକାଦାର ରାତି ଅଧିଆ ମରାମତି କାମ କରୁଛନ୍ତି। ବ୍ୟୟଅଟକଳ ଅନୁସାରେ ଆବଶ୍ୟକ ସାମଗ୍ରୀ ବ୍ୟବହାର ନ କରି ଉପରେ ପିଚୁ କରି ଦେଉଛନ୍ତି । ଏଣୁ ଅଧୀକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଠିକାଦାରଙ୍କୁ କାମ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ରାସ୍ତାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହେଲା ପରେ ଅକ୍ଟୋବର ୨୬ ଧରିତ୍ରୀରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏହାକୁ ନେଇ ଅକ୍ଟୋବର ୨୮ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ କୁମାର ଜେନା ଉଦ୍‌ବେଗ ପ୍ରକାଶ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ୫ ଜଣିଆ ତଦନ୍ତ କମିଟି ଗଠନ କରି ଶୀଘ୍ର ତଦନ୍ତ ରିପୋର୍ଟ ଦେବାକୁ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶ ପାଇବା ପରେ ସମ୍ବଲପୁର ଅଧୀକ୍ଷଣ ଯନ୍ତ୍ରୀ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୭-୧୮ ଆର୍ଥତ୍କ ବର୍ଷରେ କଂସର-ଜମନକିରା ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରି ଟେଣ୍ଡର ଡକାଯାଇଥିଲା । ମୋଟ ୧୪ କି.ମି. ରାସ୍ତା କାମ ଲାଗି ୫ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିଲା । ଏହି କାମକୁ ଦେବଗଡ଼ ଜିଲାର ତୁଳସୀ କନଷ୍ଟ୍ରକଶନ୍‌ ନାମକ ଠିକା କମ୍ପାନୀ ଟେଣ୍ଡର ମାଧ୍ୟମରେ ପାଇଥିଲା। ହେଲେ ୮ କି.ମି. ରାସ୍ତା ନିର୍ମାଣ ହୋଇଛି । ଆହୁରି ୬ କି.ମି. ରାସ୍ତାର କାମ ହୋଇ ନାହିଁ। ଯେତିକି ବି କାମ ହୋଇଛି ସେଥିରେ ମଧ୍ୟ ବ୍ୟାପକ ଅନିୟମିତତା କରାଯାଇଛି । ନିୟମ ଅନୁସାରେ ପ୍ରଥମେ ମାଟି ପକାଇବା, ତା’ପରେ ମୋରମ ବିଛାଯିବା, ୨ସ୍ତର ମେଟାଲ ଦେବା ପରେ ପିଚୁ କରିବା ନିୟମ ରହିଛି । ହେଲେ ଆବଶ୍ୟକ ପରିମାଣର ସାମଗ୍ରୀ ବ୍ୟବହାର କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଥିଲା। କାମ ଶେଷ ହୋଇ ନ ଥିଲେ ମଧ୍ୟ ଗତ ମେ ମାସରେ ଫାଇନାଲ ବିଲ୍‌ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri