କଂସର-ଜମନକିରା ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ଦୁର୍ନୀତି ପ୍ରସଙ୍ଗ:୫ ଜଣଙ୍କ ନାମରେ ମାମଲା

ସମ୍ବଲପୁର, ୫ା୧୧ (ବ୍ୟୁରୋ):ସମ୍ବଲପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା କଂସର-ଜମନକିରା ପ୍ରଧାନମନ୍ତ୍ରୀ ରାସ୍ତା କାମର ଦୁର୍ନୀତି ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତରେ ପ୍ରାୟ ୪୦ ଲକ୍ଷ ଟଙ୍କାରୁ ଅଧିକ ଦୁର୍ନୀତି ହୋଇଥିବା ଜଣାପଡିଛି। ଏ ନେଇ ସମ୍ବଲପୁର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ ପାତ୍ର ରିଆମାଳ ଥାନାରେ ଅଭିଯୋଗ କରିବା ସହ ଦେବଗଡ଼ ଏସ୍‌ପି ରାହୁଲ ଜୈନଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ଦେବଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପୂର୍ବତନ ନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନ ଗଞ୍ଜାମ ଜିଲାରେ ଅବସ୍ଥାପିତ କିଶୋର ମିଶ୍ର, ପୂର୍ବତନ ସହକାରୀ ଯନ୍ତ୍ରୀ ତଥା ଏବେ ସମ୍ବଲପୁର ଜିଲା ରେଢ଼ାଖୋଲରେ ଅବସ୍ଥାପିତ ହିମାଂଶୁଶେଖର ସେଠୀ, ଦେବଗଡ ଗ୍ରାମ୍ୟ ଉନ୍ନୟନ ଡିଭିଜନର କନିଷ୍ଠ ଯନ୍ତ୍ରୀ ହିମାଂଶୁ ବେହେରା, ଏଷ୍ଟିମେଟର୍‌ ଇଂ. ସୁବୋଧ ମୁଦୁଲି ଓ ଠିକା ସଂସ୍ଥା ତୁଳସୀ କନଷ୍ଟ୍ରକଶନ୍‌ ନାମରେ ମାମଲା ରୁଜୁ ହୋଇଛି । ରିଆମାଳ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ଅନ୍ୟପଟେ କେନ୍ଦ୍ରୀୟ ଟିମ୍‌, ରାଜ୍ୟସ୍ତରୀୟ ଟିମ୍‌ ଓ ତଦନ୍ତ ପାଇଁ ଗଠନ ହୋଇଥିବା କମିଟି ଏ ପର୍ଯ୍ୟନ୍ତ ତଦନ୍ତ କରିବାକୁ ଆସି ନାହାନ୍ତି। ଦୁର୍ନୀତିକୁ ଚପାଇବାକୁ ଠିକାଦାରଙ୍କ ପାଖରୁ ସବ୍‌ କଣ୍ଟ୍ରାକ୍ଟର ଭାବେ କାମ ନେଇଥିବା ସ୍ଥାନୀୟ ଦୁଇ ଜଣ ଠିକାଦାର ରାତି ଅଧିଆ ମରାମତି କାମ କରୁଛନ୍ତି। ବ୍ୟୟଅଟକଳ ଅନୁସାରେ ଆବଶ୍ୟକ ସାମଗ୍ରୀ ବ୍ୟବହାର ନ କରି ଉପରେ ପିଚୁ କରି ଦେଉଛନ୍ତି । ଏଣୁ ଅଧୀକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଠିକାଦାରଙ୍କୁ କାମ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ରାସ୍ତାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହେଲା ପରେ ଅକ୍ଟୋବର ୨୬ ଧରିତ୍ରୀରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏହାକୁ ନେଇ ଅକ୍ଟୋବର ୨୮ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ କୁମାର ଜେନା ଉଦ୍‌ବେଗ ପ୍ରକାଶ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ୫ ଜଣିଆ ତଦନ୍ତ କମିଟି ଗଠନ କରି ଶୀଘ୍ର ତଦନ୍ତ ରିପୋର୍ଟ ଦେବାକୁ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶ ପାଇବା ପରେ ସମ୍ବଲପୁର ଅଧୀକ୍ଷଣ ଯନ୍ତ୍ରୀ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୭-୧୮ ଆର୍ଥତ୍କ ବର୍ଷରେ କଂସର-ଜମନକିରା ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରି ଟେଣ୍ଡର ଡକାଯାଇଥିଲା । ମୋଟ ୧୪ କି.ମି. ରାସ୍ତା କାମ ଲାଗି ୫ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିଲା । ଏହି କାମକୁ ଦେବଗଡ଼ ଜିଲାର ତୁଳସୀ କନଷ୍ଟ୍ରକଶନ୍‌ ନାମକ ଠିକା କମ୍ପାନୀ ଟେଣ୍ଡର ମାଧ୍ୟମରେ ପାଇଥିଲା। ହେଲେ ୮ କି.ମି. ରାସ୍ତା ନିର୍ମାଣ ହୋଇଛି । ଆହୁରି ୬ କି.ମି. ରାସ୍ତାର କାମ ହୋଇ ନାହିଁ। ଯେତିକି ବି କାମ ହୋଇଛି ସେଥିରେ ମଧ୍ୟ ବ୍ୟାପକ ଅନିୟମିତତା କରାଯାଇଛି । ନିୟମ ଅନୁସାରେ ପ୍ରଥମେ ମାଟି ପକାଇବା, ତା’ପରେ ମୋରମ ବିଛାଯିବା, ୨ସ୍ତର ମେଟାଲ ଦେବା ପରେ ପିଚୁ କରିବା ନିୟମ ରହିଛି । ହେଲେ ଆବଶ୍ୟକ ପରିମାଣର ସାମଗ୍ରୀ ବ୍ୟବହାର କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଥିଲା। କାମ ଶେଷ ହୋଇ ନ ଥିଲେ ମଧ୍ୟ ଗତ ମେ ମାସରେ ଫାଇନାଲ ବିଲ୍‌ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?