Posted inଜାତୀୟ

କଂଗ୍ରେସ ପ୍ରତିନିଧିମଣ୍ଡଳଙ୍କ ସହ ହିଂସା ପ୍ରଭାବିତ ଅଞ୍ଚଳକୁ ଗସ୍ତ କଲେ ରାହୁଲ

ନୂଆଦିଲ୍ଲୀ, ୪।୩: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଏବେ ଶାନ୍ତ ପଡ଼ିଛି। ହିଂସା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଧିରେ ଧିରେ ସ୍ବାଭାବିକ ଅବସ୍ଥାକୁ ଫେରୁଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କଂଗ୍ରେସ ନେତାଙ୍କ ସହ ବୁଧବାର ଦିଲ୍ଲୀ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରିଛନ୍ତି। ଉତ୍ତର-ପୂର୍ବ ଦିଲ୍ଲୀର ବ୍ରିଜ୍‌ପୁରୀ ଅଞ୍ଚଳରେ ରାହୁଲ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ଏଥିସହ ହିଂସାର ଶିକାର ହୋଇଥିବା ସ୍କୁଲକୁ ମଧ୍ୟ ପରିଦର୍ଶନ କରି ରାହୁଲ କହିଛନ୍ତି, ଏଠାରେ ଏକତା ଓ ଭାଇଚାରାକୁ ଜଳାଇ ଦିଆଯାଇଛି। ଏହି ସ୍କୁଲ ଦିଲ୍ଲୀର ଭବିଷ୍ୟତ କିନ୍ତୁ ଏହାକୁ ହିଂସା ଓ ଘୃଣା ନଷ୍ଟ କରିଦେଇଛି। ଏହି ସମୟରେ ସମସ୍ତେ ଏକାଠି ହୋଇ ମିଳିମିଶି କାମ କରି ଭାରତକୁ ଆଗକୁ ବଢ଼ାଇବା ଉଚିତ। ଏକତା, ଭାଇଚାରା ଓ ଭଲପାଇବା ଦେଶର ଶକ୍ତି ବୋଲି ରାହୁଲ କହିଛନ୍ତି। ତେବେ ରାହୁଲଙ୍କ ସହ ଏହି ପ୍ରତିନିଧିମଣ୍ଡଳରେ ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ, କେସି ଭେନୁଗୋପାଲ ଓ ସୈଲଜା କୁମାରୀଙ୍କ ସହ ବହୁ ତୁଙ୍ଗ ନେତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

SIR ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଲା ନିର୍ବାଚନ ଆୟୋଗ: କହିଲେ, ସମସ୍ତଙ୍କ ସହମତି କ୍ରମେ…

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କ ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା’ (SIR) ସମ୍ପର୍କରେ ‘ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି।…

ପେଟ୍ରୋଲ ଚିନ୍ତା ଦୂର! ଅକ୍ଟୋବରରେ ଆସିବ ୧୦୦%…ଗଡକରୀଙ୍କ ବଡ଼ ଘୋଷଣାକୁ ଦେଶରେ ଚହଳ

ନୂଆଦିଲ୍ଲୀ,୨୩।୯: E20 ପେଟ୍ରୋଲକୁ ନେଇ ଦେଶରେ ବିତର୍କ ଚାଲିଥିବା ବେଳେ ଇଥାନଲ ଇନ୍ଧନକୁ ନେଇ ପୁଣିଥରେ ସରକାରଙ୍କ ପକ୍ଷ ରଖିଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ…

ପାଣିଘେରରେ ଛତ୍ରପୁର ପୌରପରିଷଦର ୩ ଅଞ୍ଚଳ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଗଭୀର ଅବପାତଜନିତ ବର୍ଷା ଲାଗିରହିଥିବା ବେଳେ ଛତ୍ରପୁର ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ଆସ୍ତେ ଆସ୍ତେ…

ଉପକୂଳ ଆଡ଼କୁ ମାଡିଆସୁଛି ଗଭୀର ଅବପାତ: IMDର ବଡ଼ ସୂଚନା, ଆଜି ରାତି ସୁଦ୍ଧା…

ଭୁବନେଶ୍ୱର,୨୩।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଡିପ ଡିପ୍ରେସନରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ…

ସମୁଦ୍ର ଅଶାନ୍ତ: ଜେଟିରେ ବୁଡ଼ିଲା ଡଙ୍ଗା, ସ୍ଥାନୀୟ ମତ୍ସ୍ୟଜୀବୀ…

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ଉପକୁଳ ଜେଟିରେ ବନ୍ଧା ହୋଇଥିବା ମାଛ ଡଙ୍ଗା ବୁଡ଼ିଯିବା ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ…

ଆଜି ‘ନୋ UPI ଡେ’: QR କୋଡ୍‌ରେ କଳା କପଡ଼ା ବାନ୍ଧିଲେ ବ୍ୟବସାୟୀ; ପକେଟ୍‌ରେ ରଖନ୍ତୁ ନଗଦ

ନୂଆଦିଲ୍ଲୀ,୨୩।୯: UPI ପେମେଣ୍ଟକୁ ନେଇ ପ୍ରସ୍ତାବିତ ନୂଆ ନିୟମ ବିରୋଧରେ ମଧ୍ୟପ୍ରଦେଶର ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ବଡ଼ ସହରରେ ‘ନୋ UPI ଡେ’…

ମାତ୍ର ଗୋଟିଏ ବଲ୍‌ ବଦଳାଇଦେଲା ଦେଲା ମ୍ୟାଚ୍‌ର ଫଳାଫଳ: ଭାରତ ସପକ୍ଷରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର T20 ମ୍ୟାଚ୍‌ର ଶେଷ ଓଭରରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ମ୍ୟାଚ୍‌ର ଫଳାଫଳ…

LPG ଦର ନେଇ ନୂଆ ଖବର: ୬୦୦ ଟଙ୍କା ଯାଏ କମିଲା ଗ୍ୟାସ ଦାମ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୩।୯: କମର୍ସିଆଲ LPG ସିଲିଣ୍ଡରକୁ ନେଇ ଏବେ ବଜାରରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। କିଛି ଅଞ୍ଚଳରେ ସରକାରୀ ଦରଠାରୁ ଯଥେଷ୍ଟ କମ ମୂଲ୍ୟରେ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?