Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳ ଚୟନ ଆଜି: ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଓହରିଲେ ଧୋନୀ; ୨ମାସ କ୍ରିକେଟରୁ ଦୂରେଇ ରହିବେ

ନୂଆଦିଲ୍ଲୀ,୨୧।୭ (ପି.ଟି.)- ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଓହରିଯାଇଛନ୍ତି ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ। ରବିବାର ଏହି ଗସ୍ତ ପାଇଁ ମୁମ୍ବାଇରେ ଚୟନକର୍ତ୍ତା ବୈଠକରେ ବସି ଦଳ ଚୟନ କରିବେ। ଏପରିସ୍ଥଳେ ଧୋନୀ ଗସ୍ତରୁ ଓହରିବା ବିଶେଷ ଭାବେ ମହତ୍ତ୍ୱ ରଖୁଛି। ବିଶ୍ୱକପ୍‌ରେ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେବା ପରେ ତାଙ୍କ ଅବସର ନେଇ ଚର୍ଚ୍ଚା ଚାଲିଥିବା ବେଳେ ଧୋନୀ ଏପରି ନିଷ୍ପତ୍ତି ନେଇଛନ୍ତି। ପାରାମିଲିଟାରୀ ରେଜିମେଣ୍ଟରେ ନିଯୁକ୍ତି ପାଇଥିବାର ଧୋନୀ ବିଭିନ୍ନ କାର୍ଯ୍ୟପାଇ ୨ ମାସ ସୈନିକଙ୍କ ସହ ସମୟ ବିତାଇବେ। ସେ ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଲିଖିତ ଭାବେ ଜଣାଇଛନ୍ତି। ଧୋନୀ ପାରଚ୍ୟୁଟ୍‌ ରେଜିମେଣ୍ଟ ଅଫ୍‌ ଦି ଟେରିଟୋରିଆଲ ଆର୍ମିରେ ସମ୍ମାନଜନକ ଲ୍ୟୁଟନାଣ୍ଟ କୋଲୋନେଲ ଭାବେ ନିଯୁକ୍ତି ପାଇଥିଲେ।
ବର୍ତ୍ତମାନ ଧୋନୀ କ୍ରିକେଟରୁ ଅବସର ନେଉନାହାନ୍ତି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି। ପାରାମିଲିଟାରୀ ରେଜିମେଣ୍ଟରେ କାର୍ଯ୍ୟ କରିବା ପାଇଁ ସେ ଦୁଇମାସ ପାଇଁ ବିଶ୍ରାମ ନେଉଛନ୍ତି। ଏ ସଂକ୍ରାନ୍ତରେ ଧୋନୀ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ଚୟନକର୍ତ୍ତା ଏମ୍‌.ଏସ୍‌.କେ. ପ୍ରସାଦଙ୍କୁ ଅବଗତ କରାଇଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି। ୩୮ବର୍ଷରେ ପଦାର୍ପଣ କରିଥିବା ଧୋନୀ ଏବେ ଅବସର ନେବେ ନାହିଁ ବୋଲି କହିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରୁ ଓହରିଯାଇଥିବାରୁ ଧୋନୀ ଘୋଷିତ ହେବାକୁ ଥିବା ଦଳରେ ସ୍ଥାନ ନ ପାଇବା ସ୍ବାଭାବିକ୍‌। ଏହି ଗସ୍ତରେ ଭାରତ ୩ଟି ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ଖେଳିବ।
ଭବିଷ୍ୟତକୁ ଦୃଷ୍ଟିରେ ରଖି ଦଳ ଚୟନ କରାଯିବ ବୋଲି ଆଶା କରାଯାଉଛି। ତେବେ ଧୋନୀଙ୍କ ସମ୍ପର୍କରେ ଅଧିନାୟକ କୋହଲିଙ୍କ ଅଭିମୁଖ୍ୟ ସ୍ପଷ୍ଟ ହେବା ପରେ ଯାଇ ଚୟନ କମିଟି ଯାହା ନିଷ୍ପତ୍ତି ନେବ। କେଉଁ ଖେଳାଳି ଅବସର ନେବେ ସେ ସମ୍ପର୍କରେ ଚୟନକମିଟିର କିଛି କହିବାର ଅଧିକାର ନାହିଁ। ତେବେ ଦଳ ଚୟନ କରିବାରେ କମିଟିର ସମ୍ପୂର୍ଣ୍ଣ ସ୍ବାଧୀନତା ରହିଛି ବୋର୍ଡ ଅଧିକାରୀ କହିଛନ୍ତି। ଧୋନୀ ଓହରିଯିବା ଫଳରେ ରିଷଭ ପନ୍ତ ପ୍ରଥମ ଉଇକେଟ କିପର ଭାବେ ଦଳରେ ସ୍ଥାନେ ପାଇବା ଆଶା କରାଯାଉଛି। ଟେଷ୍ଟ ପାଇଁ ଉଇକେଟ କିପିଂ ଦୌଡ଼ରେ ଅଭିଜ୍ଞ ରିଦ୍ଧିମାନ ଶାହ ଦୌଡ଼ରେ ରହିଛନ୍ତି। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଫଳରେ ଏବେ ଟି୨୦ ଫର୍ମାଟ ଉପରେ ଫୋକସ୍‌ କରାଯିବ ବୋଲି ଆଶା କରାଯାଉଛି।
ବିଶ୍ୱକପ୍‌ ପୂର୍ବରୁ ଆଗକୁ ଭାରତ ଏକାଧିକ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ପୁଣି ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଉ ଗୋଟିଏ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସେସନ ଖେଳିବା ଆଶା କରାଯାଉଛି। ଏପରିସ୍ଥଳେ ଚୟନକର୍ତ୍ତାମାନେ କେତୋଟି ପ୍ରଶ୍ନର ସମ୍ମୁଖୀନ ହେବା ସ୍ବାଭାବିକ୍‌। ଧୋନୀ ଟି୨୦ ବିଶ୍ୱକପ୍‌ ଖେଳିବେ କି? ଯଦି ହଁ ତେବେ ଧୋନୀଙ୍କୁ କିପର- ବ୍ୟାଟ୍ସମ୍ୟାନ ଭାବେ ଅତିକମ୍‌ରେ ୧୫ରୁ ୧୮ଟି ଟି୨୦ ମ୍ୟାଚ୍‌ ଖେଳାଇବାର ଯଥାର୍ଥତା ରହିଛି।
ଚୟନ କମିଟିର କାର୍ଯ୍ୟକାଳ ଆସନ୍ତା ଅକ୍ଟୋବରରେ ଶେଷ ହେବାକୁ ଯାଉଛି। ଯଦି ଧୋନୀ ଅବସର ନ ନିଅନ୍ତି ତେବେ ବିସିସିଆଇ ନିର୍ବାଚନ ପରେ ନବନିଯୁକ୍ତ ବୋର୍ଡ ସଦସ୍ୟ ଧୋନୀଙ୍କୁ ନେଇ ସ୍ପଷ୍ଟ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି। ଫଳରେ ଆଗାମୀ କିଛମାସରେ ଏ ନେଇ କିଛି ନାଟକୀୟ ପରିସ୍ଥିତି ସୃଷ୍ଟି ହେବା ନିଶ୍ଚିତ ମନେହେଉଛି। ତେବେ ବର୍ତ୍ତମାନ ଚୟନ କମିଟି ଉପରେ ସମସ୍ତଙ୍କ ନଜର ରହିଛି। ଦଳରେ କାହାକୁ ସ୍ଥାନ ମିଳିବ ଓ ନ ମିଳିବ ସେ ନେଇ ସମସ୍ତଙ୍କର ଉତ୍କଣ୍ଠା ରହିଛି। ଉଲ୍ଲେଖଥାଉ କି, ପ୍ରଥମ ଚୟନ କମିଟି ବୈଠକ ଶୁକ୍ରବାର ବସିବାର ଥିଲା। ତେବେ କ୍ରିକେଟ ପ୍ରଶାସକ କମିଟି (ସିଓଏ) ବୋର୍ଡ ସମ୍ପାଦକଙ୍କ ବଦଳରେ ଚୟନ କମିଟି ମୁଖ୍ୟ ବୈଠକ ଡାକିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଫଳରେ ଏହି ବୈଠକ ରବିବାରକୁ ଘୁଞ୍ଚାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IRS ଅଫିସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ, କେହି ନଥିବା ବେଳେ ଯୁବତୀଙ୍କୁ ସରକାରୀ କ୍ୱାର୍ଟର୍ସରେ ବଳାତ୍କାର

ଭୁବନେଶ୍ୱର,୨୨।୨: ଆଇଆରଏସ୍ ଅଫିସରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ । ସତ୍‌ସଙ୍ଗ ବିହାର ସରକାରୀ କ୍ବାର୍ଟର୍ସରେ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହାସହ ବଳାତ୍କାର ସମୟରେ ଭିଡିଓ…

ଅର୍ଚ୍ଚିତାଙ୍କ ପାଇଁ ସ୍ପେଶାଲ ସେମେଜ ଲେଖିଲେ ସବ୍ୟସାଚୀ, କହିଲେ ମୁଁ ତୁମକୁ ଇର୍ଷା କରେ…

ଭୁବନେଶ୍ୱର,୨୨।୨: ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ସ୍ତ୍ରୀଙ୍କ ପାଇଁ ଲେଖିଛନ୍ତି ସ୍ପେଶାଲ ମେସେଜ୍‌। ଇନଷ୍ଟାରେ ସେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ…

ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କ ପ୍ରସବ ବେଦନା, ତାପରେ ହଠାତ୍ ହେଲା…

ଭୁବନେଶ୍ୱର,୨୨।୨(ତ୍ରିନାଥ ମହାନ୍ତି): ଦୂରୋନ୍ତ ଏକ୍ସପ୍ରେସ୍‌ରେ ବେଙ୍ଗାଲୁରୁରୁ ହାଓଡ଼ା ଯାଉଥିଲେ ଜଣେ ଗର୍ଭବତୀ। ଶନିବାର ସକାଳ ୧୦ଟାରେ ଚଳନ୍ତା ଟ୍ରେନରେ ଗର୍ଭବତୀ କାତ୍ରିନା କୁଲୁ ପ୍ରସବଜନିତ ଯନ୍ତ୍ରଣା ପାଇଥିଲେ। ଚଳନ୍ତା…

ପୁଣି ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ: କୋବ୍ରା ବାଟାଲିୟନର ଦୁଇ ଯବାନ ଗୁରୁତର

ବଣାଇଁ,୨୨।୨(ପ୍ରଦୀପ ତ୍ରିପାଠୀ): ଶନିବାର ଝାରଖଣ୍ଡ ପଶ୍ଚିମ ସିଂହଭୂମ ଜିଲାର ସାରାଣ୍ଡା ଜଙ୍ଗଲ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ପୁଣି ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଥିବା ଜଣାପଡ଼ଛି…

୪୪,୨୦୦ କୋଟିର ୧୦ ପ୍ରକଳ୍ପକୁ ଏଚ୍‌ଏଲ୍‌ସିଏରେ ମଞ୍ଜୁରୀ, ସୃଷ୍ଟିହେବ ୯ ହଜାର ନିଯୁକ୍ତି

ଭୁବନେଶ୍ୱର,୨୨।୨ (ଅନୁରାଧା ମହାରାଣା): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ଲୋକସେବା ଭବନଠାରେ ୪୪ତମ ହାଇ ଲେଭଲ କ୍ଲିୟରାନ୍ସ ଅଥରିଟି(ଏଚ୍‌ଏଲ୍‌ସିଏ) ବୈଠକରେ ୪୪,୨୦୦ କୋଟି ଟଙ୍କାର…

ଝାରସୁଗୁଡାରେ ରକ୍ତାକ୍ତ ରାଜପଥ: ଟ୍ରଲର-ବୋଲେରୋ ମୁହାଁମୁହିଁ ଧକ୍କା, ୫ ପୋଲିସ କର୍ମଚାରୀ ମୃତ

ଝାରସୁଗୁଡା,୨୨।୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ସଦର ଥାନା ସମ୍ମୁଖରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରେଲର ଏବଂ ପୋଲିସ…

ସ୍ୱଂୟ ସହାୟକ ଦ୍ୱାରା କରାଯାଇଥିବା ଫୁଲ ଚାଷ ଦେଖିଲେ ଜିଲାପାଳ, ପାହାଡ଼ ଚଢ଼ି….

ପଟ୍ଟାଙ୍ଗି,୨୨।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ଜିଲାପାଳ ମନୋଜ ସତ୍ୟବାନ୍ ମହାଜନ୍ ଗସ୍ତ କରି ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମ…

ବଗିଚାରେ କାମ କରୁଥିବା ବେଳେ ୨ ଜଣଙ୍କୁ ଦଳିଦେଲା ଦନ୍ତା, ଜଣଙ୍କୁ ଦଳିଲା….

ଦିଗପହଣ୍ଡି,୨୨।୨(ଅଶେଷ ନାଥ ମିଶ୍ର): ଜଲମେରିପଲ୍ଲୀରେ ୨ ଜଣଙ୍କୁ ଦଳିଦେଲା ଦନ୍ତା । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri