ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କ ପ୍ରସବ ବେଦନା, ତାପରେ ହଠାତ୍ ହେଲା…

ଭୁବନେଶ୍ୱର,୨୨।୨(ତ୍ରିନାଥ ମହାନ୍ତି): ଦୂରୋନ୍ତ ଏକ୍ସପ୍ରେସ୍‌ରେ ବେଙ୍ଗାଲୁରୁରୁ ହାଓଡ଼ା ଯାଉଥିଲେ ଜଣେ ଗର୍ଭବତୀ। ଶନିବାର ସକାଳ ୧୦ଟାରେ ଚଳନ୍ତା ଟ୍ରେନରେ ଗର୍ଭବତୀ କାତ୍ରିନା କୁଲୁ ପ୍ରସବଜନିତ ଯନ୍ତ୍ରଣା ପାଇଥିଲେ। ଚଳନ୍ତା ଟ୍ରେନ୍‌ରେ କିଭଳି ଚିକିତ୍ସା କରାଇବେ ବୋଲି ସାଙ୍ଗରେ ଯାଉଥିବା ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ଏପରି କି ଏଭଳି ଦୃଶ୍ୟ ଦେଖି ନିକଟରେ ଥିବା ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ।

ଏହି ସମୟରେ ଜଣେ ଯାତ୍ରୀ ମେରି ସହେଲୀ ଆପ୍‌ର ସହାୟତା ନେବାକୁ ପରାମର୍ଶ ଦେଇଥିଲେ। ତୁରନ୍ତ ଗର୍ଭବତୀଙ୍କ ପରିବାର ଲୋକ ମେରି ସହେଲୀ ଆପ୍‌ରେ ସାହାଯ୍ୟ ମାଗିଥିଲେ। ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍‌ ଅଟକିବା ପରେ ଆର୍‌ପିଏଫ୍‌ ସହଯୋଗରେ ମେରି ସହେଲୀ ଟିମ୍‌ ତୁରନ୍ତ ଗର୍ଭବତୀ କାତ୍ରିନାଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ସେଠାରେ କିଛି ସମୟ ପରେ କାତ୍ରିନା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହାପରେ ମେରି ସହେଲୀ ଟିମ୍‌ ମହିଳାଙ୍କୁ ଫୁଲ ଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ଉଭୟ ମା’ ପୁଅ ଏବେ ସୁସ୍ଥ ଥିବା ସୂଚନା ମିଳିଛି । ଗର୍ଭବତୀଙ୍କ ପ୍ରତି ଏପରି ସମ୍ମାନ ଏବଂ ସହଯୋଗ ପାଇଁ ଆର୍‌ପିଏଫ୍‌ ଓ ଓଡ଼ିଶା ପୋଲିସକୁ କାତ୍ରିନା ଧନ୍ୟବାଦ ଦେଇଛନ୍ତି । ତାଙ୍କ ଘର ଆସାମ ହୋଇଥିବାବେଳେ ସେ ବେଙ୍ଗାଲୁରୁରୁ ହଓଡ଼ା ଯାଉଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ଅତର୍କିତ ଚଢ଼ାଉ କରି ୨୨ ଜୁଆଡ଼ିଙ୍କୁ ମାଡ଼ି ବସିଲା ପୋଲିସ

ନୂଆପଡ଼ା,୩ା୬(ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସଙ୍କୁ ପୁଣି ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଆନ୍ତଃରାଜ୍ୟ ଜୁଆଡ଼ି ସମେତ ୨୨…

ଜାଣନ୍ତୁ କିଏ ସେହି ଋତବ୍ରତ ବାନାର୍ଜୀ, ଯିଏ ୫୮ ବିଧାୟକଙ୍କୁ ହାତ କରି ମମତାଙ୍କ ହାତରୁ ଛଡ଼ାଇ ନେଉଛନ୍ତି TMC?

କୋଲକାତା,୩।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ମମତା ବାନାର୍ଜୀଙ୍କୁ ସବୁଠାରୁ ବଡ଼ ଝଟକା ଲାଗିଛି। ତାଙ୍କ ଦଳ ତୃଣମୂଳ କଂଗ୍ରେସ (TMC) ଏବେ ଦୁଇ…

ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା, ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୩।୬: ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ତଥା ସୂଚାରୁ ପରିଚାଳନା ପାଇଁ ରାଜ୍ୟ ସରକାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ ଗାଡ଼ିଗୁଡ଼ିକର ତେଲ…

କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବକୁମାର, ଆଣ୍ଠୁମାଡ଼ି ପ୍ରଣାମ କରି କହିଲେ….

ବେଙ୍ଗାଲୁରୁ,୩ା୬: ସିଦ୍ଧରାମେୟାଙ୍କ ଇସ୍ତଫା ପରେ, ବୁଧବାର ଦିନ ଲୋକଭବନରେ କର୍ନାଟକର ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ୍…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପୂର୍ବରୁ ଭାବୁକ ହେଲେ ଶିବକୁମାର, ମା’ଙ୍କ ପାଦ ଛୁଇଁ…

ବେଙ୍ଗାଲୁରୁ,୩ା୬: କର୍ନାଟକରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଡି.କେ. ଶିବକୁମାରଙ୍କ ସହିତ ଆଜି ୧୩…

ଚାଲିଥିଲା ବୈଠକ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ

ଖୋର୍ଦ୍ଧା,୩ା୬(ପ୍ରଭାତ ପାଣିଗ୍ରାହୀ): ଜିଲା ପରିଷଦ ବୈଠକରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ଜନପ୍ରତିନିଧିଙ୍କୁ ବୋଲଗଡ ବିଡିଓଙ୍କ ଅଣଦେଖା, ଦୁର୍ବ୍ୟବହାର ଏବଂ ଅସହଯୋଗ ମନୋଭାବ ପ୍ରତିବାଦରେ ୨୭…

ଜଣେ ଛାତ୍ରଙ୍କୁ ପଢ଼ାଇବା ପାଇଁ ଏତେଟଙ୍କା ଚାର୍ଜ କରନ୍ତି ଖାନ୍‌ ସାର? କୋଚିଂ ଫିସ୍‌ ଜାଣିଲେ…

ନୂଆଦିଲ୍ଲୀ,୩।୬: ଖାନ ସାରଙ୍କୁ କିଏ ବା ନଜାଣେ.. ନିଜର ନିଆରା ପଢ଼ାଇବା ଶୈଳୀ ପାଇଁ ସାରା ଦେଶରେ ପ୍ରସିଦ୍ଧ ଖାନ ସାର୍‌ ଲକ୍ଷ ଲକ୍ଷ ପିଲାଙ୍କ ପ୍ରିୟ…

ବିମାନବନ୍ଦରରେ ରିଲ୍ସ କରୁଥିଲେ ସାବଧାନ! ଆସିଲା ନୂଆ ନିୟମ, ନଚେତ୍ ହୋଇପାରେ

ନୂଆଦିଲ୍ଲୀ,୩।୬: ଏଣିକି ବିମାନବନ୍ଦରରେ ସେଲଫି ନେବା, ଇନଷ୍ଟାଗ୍ରାମ ରିଲ୍ ତିଆରି କରିବା କିମ୍ବା ଯାତ୍ରା ଭ୍ଲଗ୍ ସୁଟିଂ କରୁଥିବା ପ୍ରେମୀମାନଙ୍କୁ ସତର୍କ ରହିବାକୁ ପଡିବ ।ଡିଜିସିଏ ବିମାନବନ୍ଦର ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri