Posted inରାଜ୍ୟ

୪୪,୨୦୦ କୋଟିର ୧୦ ପ୍ରକଳ୍ପକୁ ଏଚ୍‌ଏଲ୍‌ସିଏରେ ମଞ୍ଜୁରୀ, ସୃଷ୍ଟିହେବ ୯ ହଜାର ନିଯୁକ୍ତି

ଭୁବନେଶ୍ୱର,୨୨।୨ (ଅନୁରାଧା ମହାରାଣା): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ଲୋକସେବା ଭବନଠାରେ ୪୪ତମ ହାଇ ଲେଭଲ କ୍ଲିୟରାନ୍ସ ଅଥରିଟି(ଏଚ୍‌ଏଲ୍‌ସିଏ) ବୈଠକରେ ୪୪,୨୦୦ କୋଟି ଟଙ୍କାର ୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ରାଜ୍ୟର ୮ ଜିଲାରେ ଏହି ୧୦ ପ୍ରକଳ୍ପ ସ୍ଥାପନ ହେବାକୁ ଥିବାବେଳେ ଏହାଦ୍ୱାରା ୯ ହଜାର ନିଯୁକ୍ତି ସୃଷ୍ଟିହେବ। ଏହିସବୁ ପ୍ରକଳ୍ପ ମୁଖ୍ୟତଃ ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ଢେଙ୍କାନାଳ, ପୁରୀ, ନୟାଗଡ଼, କଳାହାଣ୍ଡି ଏବଂ ଦେବଗଡ଼ଠାରେ ହେବ। ରେଆର୍‌ ଆର୍ଥ ମାନୁଫାକ୍ଚରିଂ, ସେମିକଣ୍ଡକ୍ଟର, ସିମେଣ୍ଟ, ଅଟୋମୋବାଇଲ ଓ ଅଟୋ କମ୍ପୋନେଟ୍‌, ଟେଲିକମ୍‌ ଭିତ୍ତିଭୂମି ଏବଂ ଶକ୍ତି ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ନିବେଶ ପ୍ରସ୍ତାବଗୁଡ଼ିକୁ ମଞ୍ଜୁର କରାଯାଇଛି।
ଏହି ବୈଠକରେ ପୁଞ୍ଜି ଆକର୍ଷଣ ଓ ପୁଞ୍ଜି ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ ଓଡ଼ିଶାର ଉଚ୍ଚ ପ୍ରଦର୍ଶନ ପାଇଁ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏବେ ପାରମ୍ପରିକ ଶିଳ୍ପ ବ୍ୟତୀତ ଆଧୁନିକ, ଟେକ୍ନୋଲୋଜି ପରିଚାଳିତ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଏହି ଏଚ୍‌ଏଲ୍‌ସିଏଗୁଡିକ ଜରିଆରେ ରାଜ୍ୟ ବର୍ତ୍ତମାନ ଉଦୀୟମାନ ଶିଳ୍ପକ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିପାରୁଛି। ବିଶେଷକରି ଆଧୁନିକ ମାନୁଫାକ୍ଚରିଂ ଓ ନବୀକରଣୀୟ ଶକ୍ତି ଉତ୍ପାଦନରେ ଓଡ଼ିଶାର ସ୍ଥିତି ସୁଦୃଢ଼ ହେଉଛି। ଏହାଦ୍ୱାରା ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ତ୍ୱରାନ୍ବିତ ହୋଇପାରୁଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ ପୁଞ୍ଜି ଆକର୍ଷଣକରିବା ଆମର ଲକ୍ଷ୍ୟ ନୁହେଁ, ଏହା ଯେପରି ତୁରନ୍ତ କାର୍ଯ୍ୟକାରୀ ହେବ, ତାକୁ ସୁନିଶ୍ଚିତ କରିବା ଦରକାର। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ ହୋଇ ଉତ୍ପାଦନ ଆରମ୍ଭ ହେବା ଜରୁରୀ। ଏଥିପାଇଁ ଅଧିକାରୀମାନେ ଟିମ୍‌ ଓଡ଼ିଶାର ମନୋଭାବ ନେଇ କାର୍ଯ୍ୟ କରିବା ଆବଶ୍ୟକ। ସମସ୍ତଙ୍କ ସମନ୍ବୟରେ ଆମର କାର୍ଯ୍ୟଶୈଳୀରେ ଉନ୍ନତି ଆସିପାରିବ ଏବଂ ଆମର ସଂସ୍ଥାଗତ ବ୍ୟବସ୍ଥାଗୁଡ଼ିକ ସୁଦୃଢ଼ ହୋଇପାରିବ ବୋଲି ସେ କହିଛନ୍ତି।
ଏଚ୍‌ଏଲ୍‌ସିଏ ସଦସ୍ୟ ଓ ଅଧିକାରୀମାନଙ୍କୁ ପୁଞ୍ଜିନିବେଶରେ ଅଧିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଏକ ୩ ସୂତ୍ରୀ ଆକ୍ସନ ପ୍ଲାନ୍‌ ଦେଇଛନ୍ତି। ପ୍ରଥମେ ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ତେଣୁ ଆମକୁ ଏ କ୍ଷେତ୍ରରେ ଆମର ଅଭିଯାନକୁ ଅଧିକ ସୁଦୃଢ଼ କରିବାକୁ ହେବ। ଦ୍ୱିତୀୟରେ ଆମର ଫଙ୍କସନାଲ ସିଷ୍ଟମକୁ ଅଧିକ ଉନ୍ନତ କରିବାକୁ ପଡ଼ିବ। ଏହାଦ୍ୱାରା ଶିଳ୍ପ ସ୍ଥାପନ କ୍ଷେତ୍ରରେ ଅଧିକ ଗତି ଆସିବ ଏବଂ ଶିଳ୍ପାୟନ ପ୍ରକ୍ରିୟା ସହଜ ହେବ। ତୃତୀୟରେ ପ୍ରକଳ୍ପଗୁଡିକ ସବୁଠାରୁ କମ୍‌ ସମୟ ମଧ୍ୟରେ ଗ୍ରାଉଣ୍ଡିଂ ହେଉଥିବ, ନିବେଶକମାନେ ସେଠାକୁ ଯିବା ପାଇଁ ଅଧିକ ପସନ୍ଦ କରିବେ। ଯେଉଁ ରାଜ୍ୟରେ ଶିଳ୍ପ ପ୍ରକଳ୍ପଗୁଡିକ ସବୁଠାରୁ କମ୍‌ ସମୟରେ ଗ୍ରାଉଣ୍ଡିଂ ହେଉଥିବ ନିବେଶକମାନେ ସେଠାକୁ ଯିବା ପାଇଁ ଅଧିକ ପସନ୍ଦ କରିବେ। ତେଣୁ ଏହିସବୁ ଦିଗ ଉପରେ ଧ୍ୟାନଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏଏସ୍‌ପି ସେମିକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀ ୪୬୨୦ କୋଟି ଟଙ୍କା ବିନିୟୋଗକରି ଖୋର୍ଦ୍ଧାଠାରେ ଏକ ସେମିକଣ୍ଡକ୍ଟର ମେମୋରି ଚିପ୍‌ ମଡ୍ୟୁଲ ପ୍ଲାଣ୍ଟ ସ୍ଥାପନ କରିବ। ଏହାଦ୍ୱାରା ୨୫୦୦ ନିଯୁକ୍ତି ସୃଷ୍ଟିହେବ। ସେହିପରି ମାଗ୍ନୋଭା ପ୍ରାଇଭେଟ୍‌ ଲିମିଟେଡ୍‌ ଖୋର୍ଦ୍ଧାରେ ୧୦୫୦ କୋଟି ଟଙ୍କା ବିନିଯୋଗରେ ଏକ ଇଣ୍ଟିଗ୍ରେଟେଡ୍‌ ହାଇପରଫର୍ମାନ୍ସ ମ୍ୟାଗ୍‌ନେଟ୍‌ ମାନୁଫାକ୍ଚରିଂ ଫାସିଲିଟି ନିର୍ମାଣ କରିବ। ସେମିକଣ୍ଡକ୍ଟର ଓ ରେଆର୍‌ ଆର୍ଥ କ୍ଷେତ୍ରରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିବେଶ ଓଡ଼ିଶାକୁ ଆଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଣୀ କରିବାରେ ସହାୟକ ହେବ। ଭାରତ ଫର୍ଜ ଲିମିଟେଡ୍‌ ଢେଙ୍କାନାଳରେ ୩୦୦୦ କୋଟି ଟଙ୍କା ବିନିଯୋଗରେ ଏକ ଅଟୋମୋଟିଭ, ଏରୋସ୍ପେସ୍‌ ଓ ଡିଫେନ୍ସ ଉପକରଣ ନିର୍ମାଣ ୟୁନିଟ୍‌ ସ୍ଥାପନ କରିବେ। ଏହାଦ୍ୱାରା ୧୦୦୦ ନିଯୁକ୍ତି ସୃଷ୍ଟିର ଆଶାର ରହିଛି। ସେହିପରି ସିମେଣ୍ଟ କ୍ଷେତ୍ରରେ ୨ଟି ପ୍ରସ୍ତାବ ଅନୁମୋଦନ ହେଇଛି। କୋରାପୁଟ ଏନ୍‌ସିଏଲ୍‌ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ୨ ହଜାର କୋଟି ଟଙ୍କା ବିନିଯୋଗରେ ଏବଂ ଡାଲମିଆ ସିମେଣ୍ଟ ଲିମିଟେଡ୍‌ ୨ ହଜାର କୋଟି ଟଙ୍କା ବିନିଯୋଗରେ ୟୁନିଟ୍‌ ପ୍ରତିଷ୍ଠା କରିବେ। ଦକ୍ଷିଣ ଓଡ଼ିଶାରେ ଏହି ୨ପ୍ରକଳ୍ପ ପ୍ରାୟ ୨ ହଜାର ନିଯୁକ୍ତି ସୁଯୋଗ ଦେବେ। ନବୀକରଣୀୟ ଶକ୍ତି ଭିତ୍ତିଭୂମି ନିର୍ମାଣ ପାଇଁ ଆଦାନୀ ହାଇଡ୍ରୋଏନର୍ଜି ଟ୍ବେଲଭ ଲିମିଟେଡ୍‌ ନୟାଗଡ଼ରେ ୯୭୩୧.୪୭ କୋଟି, ସଙ୍ଗମମ୍‌ ସିଡି ହାଇଡ୍ରୋ କନ୍‌ସୋର୍ଟିୟମ କୋରାପୁଟରେ ୯ ହଜାର କୋଟି, କଳାହାଣ୍ଡିଠାରେ ଗ୍ରୀନ୍‌କୋ ୭୫୦୬.୯୪ କୋଟି ଏବଂ ଦେବଗଡ଼ରେ ୩୭୧୧.୫୬ କୋଟି ଟଙ୍କା ବିନିଯୋଗରେ ଗ୍ରୀନ୍‌ ପିଏସ୍‌ପି ଟୁ ପ୍ରାଇଭେଟ୍‌ ଲିମିଟେଡ୍‌ ପମ୍ପଡ୍‌ ଷ୍ଟୋରେଜ ହାଇଡ୍ରୋ ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଅନ୍ୟପଟେ ଟେଲିକମ୍‌ ଭିତ୍ତିଭୂମି କ୍ଷେତ୍ରରେ ପୁରୀରେ ଶ୍ରୀଟେକ୍‌ ଡାଟା ଲିମିଟେଡ୍‌ ସିଏଲ୍‌ଏସ୍‌ କମ୍ପାନୀ ୧୬୬୨ କୋଟି ଟଙ୍କା ବିନିୟୋଗକରି କେବୁଲ ଲ୍ୟାଣ୍ଡିଂ ଷ୍ଟେଶନ ପ୍ରତିଷ୍ଠା କରିବ। ଏହାଦ୍ୱାରା ଡିଜିଟାଲ କନେକ୍ଟିଭିଟିର ଗୁରୁତ୍ୱ ବୃଦ୍ଧିପାଇବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri