Posted inଖେଳ

ଓ୍ବାର୍ନର, ସ୍ମିଥ୍‌ଙ୍କୁ ଦର୍ଶକଙ୍କ ଥଟ୍ଟା ପରିହାସ

ସାଉଥାମ୍ପଟନ (ୟୁକେ), ୨୬ା୫ (ପି.ଟି.)- ବିଶ୍ୱକପ୍‌ ପୂର୍ବରୁ ଶନିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଏକ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଏବଂ ଷ୍ଟିଭ ସ୍ମିଥ୍‌ଙ୍କୁ ଦର୍ଶକଙ୍କଠାରୁ ଥଟ୍ଟାର ପରିହାସର ସମ୍ମୁଖୀନ ହେବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକାରେ ଏକ ଟେଷ୍ଟ ମ୍ୟାଚବେଳେ ବଲ୍‌ ଟ୍ୟାମ୍ପରିଂ ସ୍କାଣ୍ଡାଲରେ ସମ୍ପୃକ୍ତିକୁ ଏକ ବର୍ଷ ଧରି ବାସନ୍ଦ ଦଣ୍ଡ ଭୋଗିବା ପରେ ଚଳିତ ମାସ ପ୍ରାରମ୍ଭରେ ଓ୍ବାର୍ନର ଓ ସ୍ମିଥ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟଙ୍କ ବାସନ୍ଦ ଦଣ୍ଡ ମିଆଦ ମାର୍ଚ୍ଚ ୨୯ରେ ଶେଷ ହୋଇଛି। ଓ୍ବାର୍ମଅପ୍‌ ମ୍ୟାଚରେ ଟସ୍‌ ହାରି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଥିଲା। ଓପନିଂ ବ୍ୟାଟ୍ସମ୍ୟାନ ଓ୍ବାର୍ନର ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ସହିତ ପ୍ରଥମେ ବ୍ୟାଟିଂ କରିବାକୁ ଆସୁଥିବାବେଳେ ଦର୍ଶକଙ୍କ ଆଡୁ ନାନା ଟାହୁଲି ଟାପରା ଶୁଣିବାକୁ ମିଳିଥିଲା। ”ଗେଟ୍‌ ଅଫ୍‌ ଓ୍ବାର୍ନର ୟୁ ଚିଟ୍‌’ ବୋଲି ଜଣେ ଦର୍ଶକ କହୁଥିବା ଶୁଣିବାକୁ ମିଳିଥିଲା। ଓ୍ବାର୍ନର ୪୩ ରନ କରି ଆଉଟ ହୋଇଥିଲେ। ୧୭ତମ ଓଭରରେ ଅଷ୍ଟ୍ରେଲିଆ ୨ ଉଇକେଟ ବିନିମୟରେ ୮୨ ରନ କରିଥିବାବେଳେ ସ୍ମିଥ୍‌ ଯେତେବେଳେ ବ୍ୟାଟିଂ କରିବାକୁ ଆସିଲେ, ସେତେବେଳେ ଦର୍ଶକଙ୍କଠାରୁ ଅଧିକ ଟିପ୍ପଣୀ ଶୁଣିବାକୁ ମିଳିଥିଲା। ସ୍ମିଥ୍‌ ବ୍ୟାଟିଂ କରିବାକୁ ଆସୁଥିବାବେଳେ କେତେଜଣ ତାଙ୍କୁ ”ଚିଟ୍‌,ଚିଟ୍‌, ଚିଟ୍‌“ ବୋଲି କହିଥିଲେ। ତେବେ ସେ ସମୟରେ ଜଣେ ଅଷ୍ଟ୍ରେଲୀୟ ସମର୍ଥକ ”ଗେଟ୍‌ ‘ଏମ୍‌ ଷ୍ଟିଭ୍‌!“ ବୋଲି କହି ସ୍ମିଥ୍‌ଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ସ୍ମିଥ୍‌ ଅର୍ଦ୍ଧ ଶତକ ହାସଲ କରିବା ମାତ୍ରେ ତାଙ୍କ ପ୍ରତି ଆକ୍ଷେପମୂଳକ ଟିପ୍ପଣୀ କମ୍‌ ଶୁଣାଯାଇଥିଲା ଏବଂ ବ୍ୟାଟିଂ ପାଇଁ ସାବାସୀ ଶୁଣିବାକୁ ମିଳିଥିଲା। ମ୍ୟାଚରେ ଟପ୍‌ ସ୍କୋର ସ୍ମିଥ୍‌ ୧୦୨ ବଲ୍‌ରେ ୧୧୬ ରନ ସଂଗ୍ରହ କରିଥିବାବେଳେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ବିନିମୟରେ ୨୯୭ ରନ କରିଥିଲା। ଇଂଲଣ୍ଡ ଗତ ବୁଧବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଅନ୍‌ଅଫିସିଆଲ ମ୍ୟାଚ ଖେଳିଥିଲା। ସେଦିନ ଷ୍ଟାଡିୟମରେ ମାତ୍ର ୩୦ଜଣ ଦର୍ଶକ ଉପସ୍ଥିତ ଥିଲେ। ମାତ୍ର ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚ ଦେଖିବାଲାଗି ବହୁ ସଂଖ୍ୟାରେ ଦର୍ଶକ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଫ୍ରାନ୍ସରେ ପ୍ରବେଶ କରିବ ଅଲିମ୍ପିକ୍ସ ମଶାଲ

ପ୍ୟାରିସ୍‌, ୮ା୫ : ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଅଲିମ୍ପିକ୍ସ ମଶାଲ ଶେଷରେ ଫ୍ରାନ୍ସରେ ପ୍ରବେଶ କରିବାକୁ ଯାଉଛି। ବୁଧବାର ଫ୍ରାନ୍ସର ଦକ୍ଷିଣ ପଟରେ ଥିବା ମାର୍ସେଲେ...

ସୂର୍ଯ୍ୟ ୩ନଂ.ରେ ଖେଳିବା ଉଚିତ: ଲାରା

ନୂଆଦିଲ୍ଲୀ, ୮।୫ : ଆସନ୍ତା ମାସରେ ହେବାକୁ ଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସୂର୍ଯ୍ୟକୁମାର ଭାରତୀୟ ବ୍ୟାଟିଂ କ୍ରମରେ ୩ ନମ୍ବରରେ ଆସିବା ଉଚିତ ବୋଲି...

‘ଟି୨୦ ବିଶ୍ୱକପ୍‌ ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଆବଶ୍ୟକ’

ମୁମ୍ବାଇ, ୮ା୫ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଟି୨୦ ବିଶ୍ୱକପ୍‌ ପୂର୍ବରୁ ବିଶ୍ରାମ ଆବଶ୍ୟକ ବୋଲି ମତ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ...

ଓଡ଼ିଶାର ଜୁଲି, ପ୍ୟାରୀ, ଲିନ୍‌ଡା ସାମିଲ

ନୂଆଦିଲ୍ଲୀ, ୮।୫: ତାସକେଣ୍ଟଠାରେ ମେ’ ୩୧ ଓ ଜୁନ୍‌ ୪ରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ଉଜ୍‌ବେକିସ୍ତାନ ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ।...

‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’

ନୂଆଦିଲ୍ଲୀ,୭।୫:ଆଇପିଏଲ୍‌ ପରେ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଛି। ୨ ଜୁନ୍‌ରୁ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ। ଏହି...

VIDEO: ଶାହାରୁଖ ଖାନ୍‌ଙ୍କୁ ଦେଖି ଖୁସିରେ ନାଚି ଉଠିଲେ ପୃଥ୍ବୀ ଶ’ଙ୍କ ପ୍ରେମିକା, କଲେ ଏଭଳି…

ନୂଆଦିଲ୍ଲୀ,୭।୫: ଆଇପିଏଲ୍‌ର କିଛି ଟିମ୍‌ର ମାଲିକ ହେଉଛନ୍ତି ସେଲିବ୍ରିଟି। ଏଣୁ ଉକ୍ତ ଦଳର ମ୍ୟାଚ୍‌ ସମୟରେ କଳାକାରଙ୍କୁ ଦେଖିବାକୁ ମିଳିଥାଏ। ପଞ୍ଜାବରୁ ପ୍ରିତି ଜିଣ୍ଟା ହୁଅନ୍ତୁ...

ବିରାଟ-ଗାଭାସ୍କର ବିବାଦକୁ ଡେଇଁଲେ ଅକ୍‌ରମ୍‌; କୋହଲିଙ୍କୁ କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୭।୫: ନିକଟରେ ଦେଖାଦେଇଥିବା ବିରାଟ କୋହଲି ଏବଂ ସୁନୀଲ ଗାଭାସ୍କରଙ୍କ ମଧ୍ୟର ବିବାଦ ମଧ୍ୟକୁ ଡେଇଁ ପଡ଼ିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ ଅକରମ୍‌। ବିରାଟଙ୍କୁ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri