Posted inଖେଳ

ଓଡ଼ିଶାରେ ପ୍ରଥମଥର ଜାତୀୟ ସିନିୟର ଭଲିବଲ

ଭୁବନେଶ୍ୱର, ୨୪।୧୨(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶାରେ ପ୍ରଥମଥରପାଇଁ ଆୟୋଜନ ହେବାକୁ ଯାଉଛି ଜାତୀୟ ସିନିୟର ଭଲିବଲ (ମହିଳା, ପୁରୁଷ) ପ୍ରତିଯୋଗିତା। ପ୍ରତିଯୋଗିତାର ଏହି ୬୮ତମ ସଂସ୍କରଣ କିଟ୍‌ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଚଳିତମାସ ୨୫ରୁ ଏହା ଆରମ୍ଭ ହୋଇ ଜାନୁୟାରୀ ୨ରେ ଶେଷ ହେବ। କିଟ୍‌ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ଭଲିବଲ ଆସୋସିଏଶନ (ଓଭିଏ)ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଥିବା ପ୍ରତିଯୋଗିତାରେ ଦେଶର ୩୦ ପୁରୁଷ ଓ ୨୭ଟି ମହିଳା ଦଳ ଅଂଶଗ୍ରହଣ କରିବେ। ୧୫୦୦ ଖେଳାଳି ଓ ଅଫିସିଆଲ ଗୋଟିଏ ସ୍ଥାନରେ ସମବେତ ହେବେ। ଏଥିରେ ୨୦୦ ଅନ୍ତର୍ଜାତୀୟ ଖେଳାଳି ଭାଗ ନେବାକୁ ଯାଉଛନ୍ତି, ଯାହାକି ଏକ ଖୁସିର କଥା ବୋଲି ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏମ୍‌ପି, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଆୟୋଜକ କମିଟି ସଭାପତି ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି। ଓଭିଏର ସମ୍ପାଦକ ଡ. ଗଗନେନ୍ଦୁ ଦାଶ ଟୁର୍ନାମେଣ୍ଟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଓଡ଼ିଶାରେ ପ୍ରଥମଥରପାଇଁ ଏଭଳି ଏକ ମେଗା ଇଭେଣ୍ଟ ଆୟୋଜନ ହେବାକୁ ଯାଉଥିବାରୁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ଗଗନେନ୍ଦୁ।
ପ୍ରତିଯୋଗିତା ଲିଗ୍‌ ଏବଂ ନକ୍‌ଆଉଟ ଭିତ୍ତିରେ ହେବ। ଉଭୟ ମହିଳା ଓ ପୁରୁଷ ବିଭାଗରେ ଓଡ଼ିଶା ଗ୍ରୁପ୍‌ ‘ଇ’ରେ ସ୍ଥାନ ପାଇଛି। ପୁରୁଷ ବିଭାଗ ପାଇଁ ଗ୍ରୁପ୍‌ ‘ଏ’ରେ କର୍ନାଟକ, ପଞ୍ଜାବ, ହରିୟାଣା, ସର୍ଭିସେସ, ‘ବି’ରେ ତାମିଲନାଡ଼ୁ, କେରଳ, ରେଲଓ୍ବେ, ଆନ୍ଧ୍ର ପ୍ରଦେଶ, ‘ସି’ରେ ଉତ୍ତରାଞ୍ଚଳ, ଗୁଜରାଟ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ତେଲେଙ୍ଗାନା, ‘ଡି’ରେ ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ଗୋଆ, ଦିଲ୍ଲୀ, ‘ଇ’ରେ ଚଣ୍ଡିଗଡ଼, ଓଡ଼ିଶା, ଛତିଶଗଡ଼, ପଣ୍ଡିଚେରୀ, ତ୍ରିପୁରା, ଜମ୍ମୁ-କଶ୍ମୀର ଏବଂ ‘ଏଫ’ରେ ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ମିଜୋରାମ, ମଣିପୁର, ଆସାମ ଓ ପଶ୍ଚିମବଙ୍ଗ ସ୍ଥାନ ପାଇଛି। ସେହିପରି ମହିଳା ବିଭାଗ ଗ୍ରୁପ ‘ଏ’ରେ କେରଳ, ପଶ୍ଚିମବଙ୍ଗ, କର୍ନାଟକ, ଦିଲ୍ଲୀ, ‘ବି’ରେ ରେଲଓ୍ବେ, ମହାରାଷ୍ଟ୍ର, ତାମିଲନାଡ଼ୁ, ହରିୟାଣା, ‘ସି’ରେ ତେଲେଙ୍ଗାନା, ରାଜସ୍ଥାନ, ଝାଡ଼ଖଣ୍ଡ, ଜମ୍ମୁ-କଶ୍ମୀର, ‘ଡି’ରେ ଗୁଜରାଟ, ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ତ୍ରିପୁରା, ‘ଇ’ରେ ଉତ୍ତର ପ୍ରଦେଶ, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ପଣ୍ଡିଚେରୀ, ଓଡ଼ିଶା ଏବଂ ‘ଏଫ’ରେ ମଧ୍ୟପ୍ରଦେଶ, ବିହାର, ଉତ୍ତରାଞ୍ଚଳ, ଆସାମ ଓ ମଣିପୁର ସ୍ଥାନ ପାଇଛି। ପ୍ରତିଯୋଗିତାରେ ଭାଗ ନେବାପାଇଁ ଦଳ ଗୁଡ଼ିକ ସୋମବାରଠାରୁ ପର୍ଯ୍ୟାୟକ୍ରମେ ପହଞ୍ଚତ୍ବା ଆରମ୍ଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓଭିଏର ସଭାପତି ସୁବୋଧ କୁମାର ରାଉତରାୟ, କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଦାସ, ଟୁର୍ନାମେଣ୍ଟ ସଂଯୋଜକ ନୀଲ କମଲ ରୟ ଓ ଓଡ଼ିଶା ଟିମ୍‌ ମୁଖ୍ୟ କୋଚ୍‌ ଏମ. ମସୁଦ ଜମ୍ମା ଉପସ୍ଥିତ ଥିଲେ।
ଓଡ଼ିଶା ମହିଳା ଦଳ: ସୁଶ୍ରୀ ସଙ୍ଗୀତା ଜେନା, ଶୁଭଲକ୍ଷ୍ମୀ ମଲିକ, କରମି ଶିରେସା, ରଶ୍ମିତା ବାରିକ, ମୁକ୍ତି ବାର୍ଲା, ଜୟଶ୍ରୀ ପଲାଇ, କରିସ୍ମା ଟେଟେ, ଶିବାନୀ ପ୍ରିୟଦର୍ଶିନୀ, ସଙ୍ଗୀତା ଦାସ, ସୁଚିତ୍ରା ମନ୍ତ୍ରୀ, ସୁନୀତା ମାର୍ଥା, ମୋନାଲିସା ପାତ୍ର। ଷ୍ଟାଣ୍ଡବାଇ: ମେଘନା ପ୍ରିୟଦର୍ଶିନୀ ବାରିକ, ସସ୍ମିତା ମହାନ୍ତି, କୌଶଲ୍ୟା ମାଝି। ମୁଖ୍ୟ କୋଚ୍‌: ଜଗନ୍ନାଥ ସିହି, ସହକାରୀ କୋଚ୍‌: ଅଭୟ କୁମାର ଦାସ, ମଧୁସ୍ମିତା ସାହୁ, ମ୍ୟାନେଜର: ସୁଷମା ନନ୍ଦ।
ଓଡ଼ିଶା ପୁରୁଷ ଦଳ: ସେକ୍‌ ସିରାଜ ଅଲୀ, ଶୁଭ୍ରାଂଶୁ ଶେଖର ଓଝା, ଏମ. ବିଘ୍ନେଶ୍ୱରନ, ଦିପ୍ତିରାଜ ମିଶ୍ର, ଅଫଜାଲ ପି.ପି., ପ୍ରତ୍ୟୁଷ କୁମାର ନନ୍ଦ, ଅକ୍ଷୟ କୁମାର ମିଶ୍ର, ଆଶୁତୋଷ ତ୍ରିପାଠୀ, ପପୁନା ସ୍ବାଇଁ, ରାଜେଶ କୁମାର ସାହୁ, ଖଗେଶ୍ୱର ଜେନା, ପ୍ରଜ୍ଞାସାରଥି ଜେନା। ଷ୍ଟାଣ୍ଡବାଇ: ବିକାଶ ଗିରି, ବିନୋଦ ବେହେରା, ଜଗନ୍ନାଥ ପ୍ରସାଦ ବାଲା। ମୁଖ୍ୟ କୋଚ୍‌: ଏମ. ମସୁଦ ଜମ୍ମା, ସହକାରୀ କୋଚ୍‌: ସୁଧାଂଶୁ ଭୂଷଣ ମିଶ୍ର, ଆଶୁତୋଷ ବର୍ମା, ମ୍ୟାନେଜର: ସଞ୍ଜୟ କୁମାର ଦାସ, ଟ୍ରେନର ସିକ୍ସେର ଆଲୋକ ଦାସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri