ଓଡ଼ିଶାରେ ଆରମ୍ଭ ହେଲା କରୋନା ପରୀକ୍ଷା: ଆର୍‌ଏମ୍‌ଆର୍‌ସିରେ ଖୋଲିଲା ସ୍ବତନ୍ତ୍ର ଲାବ୍‌

ଭୁବନେଶ୍ୱର,୯।୩(ବ୍ୟୁରୋ): ଏଣିକି ଓଡ଼ିଶାରେ ହୋଇପାରିବ କରୋନା ଭାଇରସ୍‌ ପରୀକ୍ଷା। ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି)ରେ ଏହି ବ୍ୟବସ୍ଥା ଶନିବାରଠାରୁ ଆରମ୍ଭ ହୋଇଛି। ପୂର୍ବରୁ ପୁଣେକୁ ନମୁନା ପରୀକ୍ଷା ପାଇଁ ପଠାଯାଉଥିଲା। ସେଥିପାଇଁ କିଛିଦିନ ଅପେକ୍ଷା କରିବାକୁ ପଡୁଥିଲା। ଏବେ କିନ୍ତୁ ଆର୍‌ଏମ୍‌ଆର୍‌ସିରେ ସ୍ଥାପନ କରାଯାଇଥିବା ସ୍ବତନ୍ତ୍ର ଲାବ୍‌ରୁ ଶୀଘ୍ର ରିପୋର୍ଟ ମିଳିପାରୁଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି।
ରବିବାର ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସଚିବ କରୋନା ସମ୍ପର୍କରେ ସୂଚନା ଦେବା ସହ ଏହାକୁ ନେଇ କେହି ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କରୋନା ପରୀକ୍ଷା ପାଇଁ ଓଡ଼ିଶାରେ ଏସ୍‌ସିବି ମେଡିକାଲ ଓ ଆର୍‌ଏମ୍‌ଆର୍‌ସିରେ ଆବଶ୍ୟକ ଭିତ୍ତିଭୂମି ରହିଛି। ଏଥିପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲୁ। ଆର୍‌ଏମ୍‌ଆର୍‌ସି ପାଇଁ ଅନୁମତି ମିଳିଛି। ଏଠାରେ ଦିନକୁ ୨୦ ନମୁନା ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି। କ୍ୟାପିଟାଲ ହସ୍ପିଟାଲ ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି ହୋଇଥିବା ଆୟର୍ଲାଣ୍ଡ ନାଗରିକ ଓ ତାଙ୍କ ସହଯୋଗୀଙ୍କ କରୋନା ପରୀକ୍ଷା ଶନିବାର ଆର୍‌ଏମ୍‌ଆର୍‌ସିରେ କରାଯାଇଥିଲା। ସମସ୍ତ ରିପୋର୍ଟ ନେଗେଟିଭ୍‌ ବାହାରିଛି। ଏମ୍‌ସ ସମେତ ରାଜ୍ୟର ସମସ୍ତ ହସ୍ପିଟାଲ ଆର୍‌ଏମ୍‌ଆର୍‌ସିକୁ କରୋନା ପରୀକ୍ଷା ପାଇଁ ନମୁନା ପଠାଇପାରିବେ। ବତ୍ତର୍ମାନ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେଶନ ୱାର୍ଡ ପ୍ରସ୍ତୁତ ରଖାଯାଇଛି। ଘରୋଇ ହସ୍ପିଟାଲରେ ଆଇସୋଲେଶନ ଓ୍ବାର୍ଡ ସ୍ଥାପନ ପାଇଁ ଯୋଜନା ହେଉଛି। ଏଥିପାଇଁ ଶନିବାର ପ୍ରାଇଭେଟ୍‌ ହସ୍ପିଟାଲ ଆସୋସିଏଶନ ସହିତ ଆଲୋଚନା ହୋଇଥିବା ସଚିବ କହିଛନ୍ତି। ଅନ୍ୟପକ୍ଷରେ ହୋଲି ପାଇଁ ସୋମବାର ବିଭାଗ ପକ୍ଷରୁ ଏକ ଆଡଭାଇଜରି ଜାରି ହେବ। ତଥାପି ବଡ଼ ଆକାରରେ ଓ ବଡ଼ ସମାବେଶ କରି ହୋଲି ନ ଖେଳିବାକୁ ସେ ପରାମର୍ଶ ଦେଇଛନ୍ତି।
ଡିଏମ୍‌ଇଟି ନିର୍ଦ୍ଦେଶକ ଡା. ସିବିକେ ମହାନ୍ତି କହିଛନ୍ତି, ଶୁକ୍ରବାର ଏସ୍‌ସିବିରେ ଦୁଇଜଣ ଡାକ୍ତରଙ୍କୁ କରୋନା ହୋଇଥିବା ମିଛ ଖବର ପ୍ରଚାରିତ ହୋଇଥିଲା। ଫଳରେ ରବିବାର ଲୋକେ ଏସ୍‌ସିବିକୁ ଆସିବା ପାଇଁ ଭୟ କରିଥିଲେ। ତେଣୁ କରୋନା ସମ୍ପର୍କରେ ମିଛ ପ୍ରଚାର ନ କରି ଠିକ୍‌ ଖବର ପ୍ରକାଶ କରିବାକୁ ସେ କହିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କୌଣସି କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଏସ୍‌ସିବି, ଏମ୍‌କେସିଜି, ଭିମ୍‌ସାର ଓ କ୍ୟାପିଟାଲ ହସ୍ପିଟାଲରେ ମୋଟ ୧୦ଜଣ ସନ୍ଦିଗ୍ଧ ଭର୍ତ୍ତି ହୋଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ୍‌ ଆସିଛି। କରୋନା ସତର୍କତା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ମାସ୍‌ କ୍ବାରେଣ୍ଟାଇନ ପାଇଁ ଜଟଣୀ, କଟକ, ବୁର୍ଲା ଓ ବ୍ରହ୍ମପୁରରେ ସ୍ଥାନ ଚିହ୍ନଟ ହୋଇଛି। ସମସ୍ତ ଜିଲାପାଳଙ୍କୁ ଜିଲା ମନିଟରିଂ ମୁଖ୍ୟ ଭାବେ ମନୋନୀତ କରାଯାଇଛି। ନମୁନା ପରୀକ୍ଷା ପାଇଁ ଡିଷ୍ଟ୍ରିକ୍ଟ ରାପିଡ୍‌ ଟିମ୍‌ ପ୍ରସ୍ତୁତ ରଖାଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ସମେତ ୩ଟି ଟେଲିଫୋନ୍‌ ନମ୍ବର ଜାରି କରାଯାଇଛି ବୋଲି ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ଏମ୍‌ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବାଟମାନବେନଙ୍କ ସମେତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଗାଁ ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ମଞ୍ଜୁଲତା, ସାଉଁଟୁଛନ୍ତି ପ୍ରଶଂସା

ପାଟଣା,୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମର କାଶିଆ ସାହିର ମଞ୍ଜୁଲତା ମହାନ୍ତ ସ୍ବଚ୍ଛ ଭାରତ ମିଶନର ଜଣେ ପ୍ରକୃତ ସାରଥୀ…

ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ଅଭାବନୀୟ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ବିକାଶର ଡିଣ୍ଡିମ ପିଟାଯାଉଥିଲେ ବି…

ଟିମ ଇଣ୍ଡିଆକୁ ବଡ଼ ଝଟକା; ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ…

ନୂଆଦିଲ୍ଲୀ,୨।୮: ଭାରତୀୟ ଦଳ ଅଗଷ୍ଟ ୪ରେ ଶ୍ରୀଲଙ୍କା ଯିବାର ସମ୍ଭାବନା ଅଛି। ଏହି ଗସ୍ତ ସମୟରେ ଦୁଇ ଦଳ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର? ଟ୍ରେଡ ଡିଲକୁ ନେଇ ମୁହଁ ଖୋଲିଲା ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨।୮: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବହୁତ ଆଶା ରଖିଥିଲା, ତେଣୁ ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ୱରେ,…

ପାଟ୍ରୋଲିଂରେ ଯାଉଥିବାବେଳେ ଦୁର୍ଘଟଣା: ଚାଲିଗଲା କର୍ତ୍ତବ୍ୟରତ କନଷ୍ଟେବଳଙ୍କ ଜୀବନ

ଲାଞ୍ଜିଗଡ଼,୨ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ କେଗାଁ ଥାନା…

ଲୁଗା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ବେଡ୍‌ରୁମ୍‌ରେ ଥିବା ଆଲମିରାକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ରହୁଥିବା ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା,…

ପାଗରେ ପରିବର୍ତ୍ତନ ପରେ ଆରମ୍ଭ ହେଲା ଧାନ ରୁଆ ବେଉଷଣ

ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ…

‘ଇରାନ ଉପରେ ଏମିତି ଆକ୍ରମଣ କରାଯିବ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏମିତି ବିନାଶ ଦେଖାଯାଇ ନଥିବ’: ଟ୍ରମ୍ପ

ଓ୍ବାଶିଂଟନ,୨।୮: ମଧ୍ୟପ୍ରାଚ୍ୟରେ ଶାନ୍ତି ପୁନରୁଦ୍ଧାର ପାଇଁ ଆଶା ପୁଣି ଥରେ ବଢ଼ିବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri