ଓଡ଼ିଶାର ଗାଁ, ଆନ୍ଧ୍ରର ଜଣଙ୍କ ନାମରେ ୧୦୦ରୁ ଊର୍ଦ୍ଧ୍ୱ ପଟ୍ଟା

ପାତ୍ରପୁର,୮ା୧(ଡି.ଏନ୍‌.ଏ.): ପ୍ରାୟ ୨୦୦ ବର୍ଷ ତଳର ଗାଁ। ଏଠାରେ ପୁରାତନ ସ୍କୁଲ, ଅଙ୍ଗନଓ୍ବାଡ଼ି କେନ୍ଦ୍ର, ପୋଖରୀ, ପକ୍କା ରାସ୍ତା, ପକ୍କା ଘର ଅଛି। ଓଡ଼ିଶା ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଚାଲିଛି ା ହେଲେ ସ୍କୁଲ, ଗ୍ରାମ୍ୟ ରାସ୍ତା ଓ ୧୦୦ରୁ ଉର୍ଦ୍ଧ୍ୱ ପରିବାରର ପଟ୍ଟା ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତିଙ୍କ ନାମରେ ରହିଛି ା ଯଦ୍ଦ୍ବାରା ଗ୍ରାମବାସୀଙ୍କୁ କେତେକ କ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଖମ୍ବାରିଗାଁ ପଞ୍ଚାୟତ ଅନ୍ତରସିଙ୍ଗିରେ। ୧୯୯୪ରେ ହୋଇଥିବା ସେଟେଲ୍‌ମେଣ୍ଟରେ ଏଭଳି ହୋଇଛି ବୋଲି ଜଣାପଡିବା ପରେ ଗ୍ରାମବାସୀ ଗଞ୍ଜାମ ଜିଲା ପ୍ରଶାସନକୁ ଭେଟି ସମସ୍ୟା ଜଣାଇବେ ବୋଲି ସୂଚନା ଦେଇଛନ୍ତି।
ଖମ୍ବାରିଗାଁ ପଞ୍ଚାୟତ ଅନ୍ତରସିଙ୍ଗି ଗାଁରେ ୨୦୦ରୁ ଊର୍ଦ୍ଧ୍ୱ ପରିବାର ବାସ କରନ୍ତି। ଗ୍ରାମବାସୀ ପାନୀୟ ଜଳଠାରୁ ଆରମ୍ଭ କରି ଓଡ଼ିଶା ସରକାରଙ୍କ ପ୍ରାୟ ସମସ୍ତ ସୁବିଧା ପାଉଛନ୍ତି। ହେଲେ ୧୦୦ରୁ ଊର୍ଦ୍ଧ୍ୱ ପରିବାରର ନିଜସ୍ବ ଘରର ପଟ୍ଟା ନାହିଁ। ଫଳରେ ଏମାନେ ଆବାସ ଯୋଜନାରେ ଘର, ଘରଭଙ୍ଗା ସହାୟତା ଏପରିକି ଛାତ୍ରୀଛାତ୍ରମାନେ ବିଭିନ୍ନ ପ୍ରମାଣପତ୍ର ଆଦି ପାଇଁ ହଇରାଣ ହେଉଛନ୍ତି। ତେଲୁଗୁ ଭାଷାବାଷୀ ଏହି ପରିବାରଗୁଡିକ ଘର ପଟ୍ଟା କାହା ନାମରେ ଅଛି, ତାହା ଜାଣି ନ ଥିଲେ ା କେତେଜଣ ଛାତ୍ରୀଛାତ୍ର ବିଭିନ୍ନ ପ୍ରମାଣପତ୍ର ପ୍ରସ୍ତୁତ କରିବା ନିମନ୍ତେ ପଟ୍ଟା ପାଇଁ ତହସିଲକୁ ଆସିଥିବା ବେଳେ ପଟ୍ଟା ଆନ୍ଧ୍ରର ଜଣେ ବ୍ୟକ୍ତିଙ୍କ ନାମରେ ଥିବା ଜାଣିବାକୁ ପାଇଥିଲେ। କେବଳ ଘର ନୁହେଁ, ଗାଁ ସ୍କୁଲଠାରୁ ଆରମ୍ଭ କରି ସର୍ବସାଧାରଣ ରାସ୍ତାର ପଟ୍ଟା ମଧ୍ୟ ଆନ୍ଧ୍ର ମସାଗାପୁର ବାଇଜାଗ୍‌ ଗ୍ରାମର ସେହି ବ୍ୟକ୍ତିଙ୍କ ନାମରେ ଥିବା ଜଣାପଡ଼ିଥିଲା ା ଏ ନେଇ ଗ୍ରାମରେ ଏକ ବୈଠକ ଡକାଯାଇ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ଭେଟିବାକୁ ଆଲୋଚନା କରାଯାଇଛି। ତହସିଲଦାର ଓ ଜିଲାପାଳଙ୍କୁ ଭେଟି ପଟ୍ଟା ନିଜ ନାଁରେ କରାଇବାକୁ ଜଣାଇବେ ବୋଲି ଗ୍ରାମର ବି. ଜେଜାରାଓ, ଏ. କେଶବରାଓ, ଜି. ନାରସିଙ୍ଗୁଲୁ, ଏମ୍‌. ତାତେୟା, ବି. ଜାମ୍ମାଲୁ, କେ. କାନ୍ତାମ୍ମା, ଡ଼ି. ଧର୍ମାରାଓ, କେ. ଲାଛମାୟା, ବି. ପ୍ରକାଶ, ଟି. ଲକ୍ଷ୍ମୀ, ଏମ୍‌. ଗୁନ୍ନା, ପି. ଡ଼ାଲେୟା, ପି. ଖଗନାଥ, ଡ଼ି. ଡ଼ାଲାମ୍ମା, ଅର୍ଜୁନ ମହାନ୍ତି, ଜି. ଗୌରାମ୍ମା, ବି. ଏରାୟା ପ୍ରମୁଖ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏ ନେଇ ପାତ୍ରପୁର ତହସିଲଦାର ଡ. ଶ୍ରୀନିବାସ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ୧୯୯୪ରେ ହୋଇଥିବା ସେଟେଲ୍‌ମେଣ୍ଟରେ ସମ୍ପୃକ୍ତ ଆନ୍ଧ୍ର ବ୍ୟକ୍ତି ଜଣଙ୍କ ନାମରେ ରୟତ ପଟ୍ଟା ଅଛି। ଏହା ଉପରେ ତହସିଲ କୌଣସି ହସ୍ତକ୍ଷେପ କରି ପାରିବନାହିଁ। ସେଟେଲ୍‌ମେଣ୍ଟ ବିଭାଗକୁ ଯାଇ ତଦନ୍ତ କଲେ ଜଣେ ବ୍ୟକ୍ତିଙ୍କ ନାମରେ କିଭଳି ଏତେ ପରିମିତ ସରକାରୀ ଓ ଘରବାରି ପଟ୍ଟା ହେଲା, ତାହା ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?