ଓଡ଼ିଶାକୁ ରେଳ ଅନୁଦାନ ହ୍ରାସ

ଭୁବନେଶ୍ୱର,୬ା୨: ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪,୩୭୩ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏହା ଗତ ବର୍ଷ ବ୍ୟୟ ବରାଦଠାରୁ ୨୨୦ କୋଟି ଟଙ୍କା କମ୍‌ ରହିଛି। ପୂର୍ବତଟ ରେଳପଥ ଲାଗି ଚଳିତ ଥର ୫,୮୬୫ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରକଳ୍ପ ବାବଦକୁ ୪,୩୭୩ କୋଟି ଟଙ୍କା ଏହା ମଧ୍ୟରେ ସାମିଲ ରହିଛି। ଗତବର୍ଷ ରେଳପଥର ବିଭିନ୍ନ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ୪୫୯୩ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ଏହି ପାଣ୍ଠିକୁ ବିଭିନ୍ନ ପ୍ରକଳ୍ପ, ଯାତ୍ରୀ ସୁବିଧା, ଟ୍ରାକ୍‌ ଉନ୍ନତୀକରଣ, ମରାମତି, ନୂଆ ଟ୍ରାକ୍‌ ବିଛାଇବା, ବିଦ୍ୟୁତୀକରଣ, ଲାଇନ ଦୋହରୀକରଣ ଭଳି ଅନ୍ୟ କାର୍ଯ୍ୟରେ ବିନିଯୋଗ କରାଯାଇଥିଲା।
ଗତବର୍ଷ ଝାରସୁଗୁଡା ବରପାଲି କୋଇଲା କରିଡରର ରେଳ ପ୍ରକଳ୍ପ ଲାଗି ଏନ୍‌ଟିପିସି ୧୪୦୦ କୋଟି ପୁଞ୍ଜି ବିନିଯୋଗ କରିଥିଲା। ଫଳରେ ରାଜ୍ୟ ଲାଗି ମୋଟ ରେଳ ପ୍ରକଳ୍ପ ପାଣ୍ଠି ୫୯୯୩ କୋଟି ଟଙ୍କା ଛୁଇଁଥିଲା। ପ୍ରକଳ୍ପଟି ଗତବର୍ଷ ଆରମ୍ଭ ହୋଇଥିବାରୁ ଏହାକୁ ଚଳିତବର୍ଷ ଏଥିରେ ସାମିଲ କରାଯାଇନାହିଁ। ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାରୁ ଏହି ପ୍ରକଳ୍ପ କିମ୍ବା ଏଭଳି ଅନ୍ୟ ପ୍ରକଳ୍ପରେ ଏନ୍‌ଟିପିସି କୌଣସି ପୁଞ୍ଜି ବିନିଯୋଗ କରିନାହିଁ। ଚଳିତ ବର୍ଷ ବଜେଟରେ ଗୋପାଳପୁର-ସମ୍ବଲପୁର ମଧ୍ୟରେ(ଭାୟା ଫୁଲବାଣୀ) ୨୪୧ କିମି ବିଶିଷ୍ଟ ନୂଆ ରେଳ ପ୍ରକଳ୍ପ (ମୂଲ୍ୟ ୨,୯୫୭ କୋଟି) ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପ୍ରକଳ୍ପକୁ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ଚୂଡାନ୍ତ ମଞ୍ଜୁରୀ ପ୍ରଦାନ କରିବ।

ଚଳିତ ବର୍ଷ ବଜେଟରେ ପ୍ରାୟ ସମସ୍ତ ପ୍ରମୁଖ ରେଳ ପ୍ରକଳ୍ପଗୁଡିକର ବ୍ୟୟ ବରାଦ ବଢିଛି। ପ୍ରକଳ୍ପଗୁଡିକର ଆବଶ୍ୟକତା ଅନୁସାରେ ପୁଞ୍ଜି ପ୍ରଦାନ କରାଯାଇଛି। ପ୍ରତ୍ୟେକ ପ୍ରକଳ୍ପ କାର୍ଯ୍ୟକୁ ତଦାରଖ ଏବଂ ସମୀକ୍ଷା କରାଯିବା ପରେ ଏଭଳି ବ୍ୟବସ୍ଥା କରାଯାଇଥିବା ରେଳପଥ ପକ୍ଷରୁ ସୂଚନା ରହିଛି। ଗତ ବର୍ଷ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥ ଲାଗି ୩୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ଚଳିତ ବର୍ଷ ଏହା ଲାଗି ୫୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡିକର କାର୍ଯ୍ୟ ଶୀଘ୍ର ଶେଷ କରିବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିବା ସୂଚନା ରହିଛି। ଗତ ବର୍ଷ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ ୨୫୦ କୋଟି ଟଙ୍କା ପାଇଥିବା ବେଳେ ଚଳିତ ବର୍ଷ ଏହି ପ୍ରକଳ୍ପ ଲାଗି ୪୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପକୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ କରାଇବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟ ପ୍ରାୟ ଶେଷ ହେବାକୁ ଥିବାରୁ ଏହା ଲାଗି ୧୦୦ କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା ହୋଇଛି। ଗତ ବର୍ଷ ଏହି ପ୍ରକଳ୍ପକୁ ୪୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।
ରାଜ୍ୟରେ ରେଳ ଲାଇନ ଦୋହରୀକରଣକୁ ଗୁରୁତ୍ୱ ଦେଇ ରେଳପଥ ପକ୍ଷରୁ ପୁଞ୍ଜି ଯୋଗାଣକୁ ଚଳିତ ଥର ଅଧିକ କରାଯାଇଛି। ବିଶେଷ କରି ସମ୍ବଲପୁର-ତାଳଚେର, ସମ୍ବଲପୁର-ଟିଟିଲାଗଡ, ଟିଟିଲାଗଡ-ରାୟଗଡା, ଟିଟିଲାଗଡ-ରାୟପୁର ଭଳି ପ୍ରମୁଖ ପ୍ରକଳ୍ପ ଏହା ମଧ୍ୟରେ ସାମିଲ ରହିଛି। ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ଲାଇନ ଏବଂ ଲାଞ୍ଜିଗଡ ରୋଡ-ଜୁନାଗଡ ରୋଡ ରେଳ ଲାଇନ ବିଦ୍ୟୁତୀକରଣକୁ ପ୍ରାଥମିକତା ଦିଆଯାଇଛି। ମଞ୍ଚେଶ୍ୱର ଏବଂ ସମ୍ବଲପୁର ନିକଟରେ ଥିବା ରେଳଡବା ମରାମତି ଓ୍ବାର୍କଶପ ଲାଗି ୨୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଯାତ୍ରୀ ନିରାପତ୍ତାକୁ ଗୁରୁତ୍ୱ ଦେଇ ରୋଡ ଓଭରବ୍ରିଜ (ଆର୍‌ଓବି) ନିର୍ମାଣ ଦ୍ୱାରା ଲେଭଲ କ୍ରସିଂ ଉଚ୍ଛେଦ, ରୋଡ ଅଣ୍ଡରବ୍ରିଜ(ଆର୍‌ୟୁବି) ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି। ଏଥି ଲାଗି ୧୧୬୫ କୋଟି ଟଙ୍କା ବ୍ୟବସ୍ଥା ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri