ଓଡ଼ିଶା ହିନ୍ଦୁ ଦେବୋତ୍ତର (ସଂଶୋଧନ) ବିଧେୟକ-୨୦୧୯ ଗୃହୀତ: ଗୋବର୍ଦ୍ଧନ ପୀଠ ଦେବୋତ୍ତର ମୁକ୍ତ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରୁ ପୁରୀସ୍ଥିତ ଗୋବର୍ଦ୍ଧନ ପୀଠ ମୁକ୍ତ ହୋଇଛି। ଗୋବର୍ଦ୍ଧନ ମଠର ଧାର୍ମିକ ଅଗ୍ରଗଣ୍ୟତା ଓ ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ହିନ୍ଦୁ ଦେବୋତ୍ତର ଅଧିନିୟମ-୧୯୫୧ର ପରିସରରୁ ବାଦ୍‌ ପାଇଁ ବିଭିନ୍ନ ମହଲରୁ ଅନୁରୋଧ କରାଯାଇଥିଲା। ଏହି ଅନୁରୋଧକୁ ବିଚାର କରି ରାଜ୍ୟ ସରକାର ପ୍ରଥମେ କ୍ୟାବିନେଟ୍‌ରେ ପ୍ରସ୍ତାବ ଆଣିବା ସହ ମଞ୍ଜୁର କରାଇଥିଲେ। ଏହା ପରେ ବିଧାନସଭାରେ ଆଇନ ଅନୁସାରେ ଆବଶ୍ୟକ ସଂଶୋଧନ ଆଣି ଶନିବାର ଗୃହୀତ କରାଇଛନ୍ତି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଶୁକ୍ରବାର ଓଡ଼ିଶା ହିନ୍ଦୁ ଦେବୋତ୍ତର(ସଂଶୋଧନ) ବିଧେୟକ-୨୦୧୯ ଆଗତ କରାଯାଇଥିଲା। ଏହି ବିଲ୍‌ ଆଗତ ହେବାର ଗୋଟିଏ ଦିନ ପରେ ଗୃହର ମଞ୍ଜୁରୀ ମିଳିଛି। ଏବେ ଏହି ସଂଶୋଧନକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯିବ। ସଂଶୋଧନ ସମ୍ପର୍କିତ ଆଲୋଚନା ସମୟରେ ଶାସକ ବିଜେଡି ଏବଂ କଂଗ୍ରେସ ଦଳ ବିଧାୟକମାନେ ଉପସ୍ଥିତ ରହିଥିଲେ। ଅପରପକ୍ଷରେ ଭାଜପା ବିଧାୟକମାନେ ଅନୁପସ୍ଥିତ ରହିଥିଲେ। ଏହି ସଂଶୋଧନକୁ ଅଣାଯିବା ଏବଂ ଗୃହୀତ କରିବା ପ୍ରକ୍ରିୟାର କେତେକ ଆଇନଗତ ଦିଗ ଉପରେ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଥିଲେ।

ଉଲ୍ଲେଖଯୋଗ୍ୟ, ଅନ୍ୟ ୩ ମଠ ଯଥା- ଯୋଷୀ ମଠ, ଦ୍ୱାରକା ମଠ, ଶ୍ରୀଙ୍ଗେରୀ ମଠକୁ ସମ୍ପୃକ୍ତ ରାଜ୍ୟର ଦେବୋତ୍ତର ଅଧିନିୟମ ପରିସରରୁ ବାଦ୍‌ ଦିଆଯାଇ ସେଗୁଡିକର ପରିଚାଳନା ଭାର ସେହି ମଠର ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏହି ସଂଶୋଧନ ହେବା ପୂର୍ବରୁ ଗୋବର୍ଦ୍ଧନ ମଠ ଅଧିନିୟମର ଧାରା ୩ର ଖଣ୍ଡ(୧୩) ଅନୁସାରେ ଧାର୍ମିକ ଅନୁଷ୍ଠାନ ଭାବେ ପରିଗଣିତ ହେଉଥିଲା। ଏହି ସଂଶୋଧନ ସମ୍ପର୍କରେ ଗଣମାଧ୍ୟମକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ଅଣାଯାଇଥିବା ବିଧେୟକ ଏକ ଅର୍ଥ ବିଲ୍‌। ତେଣୁ ଆଲୋଚନା ପାଇଁ ରାଜ୍ୟପାଳଙ୍କ ଅନୁମୋଦନ ଦରକାର। ନଚେତ ଆଲୋଚନା ହୋଇପାରିବ ନାହିଁ। ମଠଗୁଡିକ ଆଇନ ଅନୁଯାୟୀ ଆକାଉଣ୍ଟର ବିବରଣୀ ଦେବା ଆବଶ୍ୟକ। ସେହିପରି ମଠ ନିଜ ଆୟର ୫ ପ୍ରତିଶତ ସରକାରଙ୍କୁ ଦେବା କଥା। ହେଲେ ତାହା କେହି ଦେଉନାହାନ୍ତି। ଶଙ୍କରାଚାର୍ଯ୍ୟଙ୍କ କାର୍ଯ୍ୟ ଆଫିଡେଭିଟ୍‌ ଅନୁଯାୟୀ ହେଉନାହିଁ। ସରକାର ଉଚିତ ପଦକ୍ଷେପ ନେଉନାହାନ୍ତି। ଆଇନ ଥାଇ ଏବେ ଦେଉ ନାହାନ୍ତି, ଆଇନ ନ ରହିଲେ ଭକ୍ତ ଯାହା ଭାବିବେ ବୋଲି ନରସିଂହ କହିଛନ୍ତି। ଅପରପକ୍ଷରେ ନରସିଂହଙ୍କ ଏହି ବୟାନ ଉପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି। ପ୍ରତାପ କହିଛନ୍ତି ଯେ, ଏହା କୌଣସି ଅର୍ଥ ବିଲ୍‌ ନୁହେଁ। ତେଣୁ ରାଜ୍ୟପାଳଙ୍କ ଅନୁମୋଦନ ଆବଶ୍ୟକ ନାହିଁ। ଗୋବର୍ଦ୍ଧନ ମଠ ସରକାରଙ୍କ ନୀତିନିୟମରେ ପରିଚାଳିତ ହେବ । ହେଲେ ପୂର୍ବ ଭଳି ଦେବୋତ୍ତର ବିଭାଗକୁ ଆଉ ହିସାବ ଦେବ ନାହିଁ। ସରକାରୀ ନୀତିନିୟମ ଲାଗୁ ହେବ, ମାତ୍ର ପୀଠାଧୀଶ ଶଙ୍କରାଚାର୍ଯ୍ୟ ମଠ ପରିଚାଳନା କରିବେ। ସେହିପରି ଗୃହରେ ହୋଇଥିବା ଆଲୋଚନାରେ ନରସିଂହଙ୍କ ସମେତ ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ, ପ୍ରଫୁଲ୍ଲ ସାମଲ. କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ,…

ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୨ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

CJP ହିଂସାକୁ ନେଇ ବଡ଼ ଖୁଲାସା, ଜନ୍ତର-ମନ୍ତରରେ ୨୫୦୦ରୁ ଅଧିକ…

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରହିଛି । ଏହି ସମୟରେ Facial Recognition System ଦ୍ବାରା ହିଂସା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗ- ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହା ପ୍ରଭାବରେ…

ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩, ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୨୫ା୭(ତ୍ରିନାଥ ମହାନ୍ତି):୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ରାଜ୍ୟର କିଏ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେଲେ କଣ କରିବ CJP? ଆଶୁତୋଷ ରାଙ୍କା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ସହିତ ଏକ ବୈଠକ ପରେ, କକ୍ରୋଚ୍ ଜନତା ପାର୍ଟି ସ୍ପଷ୍ଟ କରିଛି ଯେ ପ୍ରାଥମିକ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ନିଶା କାରବାରରେ ପୋଲିସର ହାତ: ମୁହଁ ଖୋଲିଲେ ଇନ୍‌ଫର୍ମର

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ଥମିବା ନାଁ ନେଉନାହିଁ। ତେବେ କିଛି ପୋଲିସ କର୍ମଚାରୀ ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା ଯୋଗୁ ଏଭଳି କାରବାରକୁ…

ବାବୁଙ୍କ ବିଦେଶଯାତ୍ରାରେ ଅଙ୍କୁଶ: ଏଣିକି ସରକାରଙ୍କ ଅନୁମତି ବାଧ୍ୟତାମୂଳକ

ଭୁବନେଶ୍ୱର,୨୫।୭ (ରବିନାରାୟଣ ଜେନା):ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଅଧିକାଂଶ ସମୟରେ ସରକାରଙ୍କ ବିନା ଅନୁମତିରେ ଛୁଟି ନେଇ ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଯାତ୍ରା କରୁଛନ୍ତି। ଏହାଦ୍ୱାରା କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri