ବାବୁଙ୍କ ବିଦେଶଯାତ୍ରାରେ ଅଙ୍କୁଶ: ଏଣିକି ସରକାରଙ୍କ ଅନୁମତି ବାଧ୍ୟତାମୂଳକ

ଭୁବନେଶ୍ୱର,୨୫।୭ (ରବିନାରାୟଣ ଜେନା):ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଅଧିକାଂଶ ସମୟରେ ସରକାରଙ୍କ ବିନା ଅନୁମତିରେ ଛୁଟି ନେଇ ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଯାତ୍ରା କରୁଛନ୍ତି। ଏହାଦ୍ୱାରା କେବଳ ଯେ ସରକାରୀ କାର୍ଯ୍ୟ ବ୍ୟାହତ ହେଉଛି ତାହା ନୁହେଁ, ସମ୍ପୃକ୍ତ ବିଭାଗ ମଧ୍ୟ ଅକଳରେ ପଡୁଛି। ଏନେଇ ୨୦୧୮ ଡିସେମ୍ବର ପହିଲାରେ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାସହିତ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୨୦୧୯ ଅଗଷ୍ଟ ୨୯ରେ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ହେଲେ ବାବୁମାନେ ତାକୁ ମାନିବାକୁ ନାରାଜ। ଏହାକୁ ନେଇ ଅର୍ଥ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏଣିକି ଯେଉଁ ଅଧିକାରୀ କିମ୍ବା କର୍ମଚାରୀ ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଯାତ୍ରା କରିବେ, ସେମାନଙ୍କୁ ୨୧ ଦିନ ପୂର୍ବରୁ ସମ୍ପୃକ୍ତ ବିଭାଗର କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ହେବ। ଯଦି ବିନା ଅନୁମତିରେ ଅଧିକାରୀ କିମ୍ବା କର୍ମଚାରୀ ମୁଖ୍ୟାଳୟ ଛାଡ଼ି ଓଡ଼ିଶା ବାହାରକୁ କିମ୍ବା ବିଦେଶ ଗସ୍ତ କରୁଛନ୍ତି ତେବେ ସେ କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ ଜୁଲାଇ ୨୧ରେ କୁହାଯାଇଛି।
ଏ ସଂକ୍ରାନ୍ତରେ ଅର୍ଥ ବିଭାଗ ଅତିରିକ୍ତ ସଚିବ ସାଗରିକା ହୋତା ଓଡ଼ିଶା ସେଲ୍‌ସଟାକ୍ସ ଟ୍ରିବ୍ୟୁନାଲର ଅଧ୍ୟକ୍ଷ, ସିଟି ଜିଏସ୍‌ଟି କମିଶନର, ଏମ୍‌ଡିଆର୍‌ଏଏଫ୍‌ଏମ୍‌ ନିର୍ଦ୍ଦେଶକ, କମ୍ପ୍‌ଟ୍ରୋଲର ଅଫ୍‌ ଆକାଉଣ୍ଟ୍‌ସ ଓଡ଼ିଶା, ଲୋକାଲ ଫଣ୍ଡ ଅଡିଟ୍‌ ନିର୍ଦ୍ଦେଶକ, କୋଷାଗାର ନିର୍ଦ୍ଦେଶକ, ଯୁଗ୍ମ ସଚିବ ଅର୍ଥବିଭାଗକୁ ପତ୍ର ଲେଖି ଅବଗତ କରାଇଛନ୍ତି। ସେ ଦର୍ଶାଇଛନ୍ତି, କୌଣସି ସରକାରୀ କର୍ମଚାରୀ ବ୍ୟକ୍ତିଗତ କାରଣରୁ ଓଡ଼ିଶା ବାହାରକୁ କିମ୍ବା ବିଦେଶ ଯାତ୍ରା କରିବାକୁ ଚାହିଁଲେ, ସାଧାରଣ ଛୁଟି (କାଜୁଆଲ୍‌ ଲିଭ୍‌ ବ୍ୟତୀତ) ଉଚ୍ଚକର୍ତ୍ତୃପକ୍ଷଙ୍କଠାରୁ ପୂର୍ବରୁ ମଞ୍ଜୁର କରାଇବା ସହ ମୁଖ୍ୟାଳୟ ଛାଡ଼ିବା ପାଇଁ ମଧ୍ୟ ପୂର୍ବ ଅନୁମତି ନେବା ବାଧ୍ୟତାମୂଳକ। ମାତ୍ର
ଲକ୍ଷ୍ୟ କରାଯାଇଛି, ଅର୍ଥ ବିଭାଗ ଅଧୀନରେ କାର୍ଯ୍ୟରତ କେତେକ ଅଧିକାରୀ ଓ କର୍ମଚାରୀ ପୂର୍ବ ଛୁଟି ମଞ୍ଜୁରି କିମ୍ବା ମୁଖ୍ୟାଳୟ ଛାଡ଼ିବା ପାଇଁ ଅନୁମତି ନ ନେଇ ଯାତ୍ରା କରୁଛନ୍ତି। ଏପରି କି ଅତି କମ୍‌ ସମୟ ପୂର୍ବରୁ ଛୁଟି ଆବେଦନ କରୁଛନ୍ତି, ଯାହା ଫଳରେ ସମୟ ମଧ୍ୟରେ ଛୁଟି ମଞ୍ଜୁର କରିବା କିମ୍ବା ଅନୁମତି ପ୍ରଦାନ କରିବା କଷ୍ଟକର ହୋଇପଡୁଛି। ତେଣୁ ବ୍ୟକ୍ତିଗତ କାରଣରୁ ଓଡ଼ିଶା ବାହାରକୁ କିମ୍ବା ବିଦେଶ ଯିବାକୁ ହେଲେ, ଅତି କମ୍‌ରେ ୨୧ ଦିନ ପୂର୍ବରୁ ଛୁଟି ଓ ମୁଖ୍ୟାଳୟ ଛାଡ଼ିବା ପାଇଁ ଅନୁମତି ନିମନ୍ତେ ଆବେଦନ କରିବାକୁ ପଡ଼ିବ। କେବଳ ଜରୁରୀ ପରିସ୍ଥିତିରେ ଏହାର ବ୍ୟତିକ୍ରମ ହୋଇପାରିବ। କୌଣସି କର୍ମଚାରୀ ବ୍ୟକ୍ତିଗତ କାରଣରୁ ଓଡ଼ିଶା ବାହାରକୁ କିମ୍ବା ବିଦେଶ ଯିବା ପୂର୍ବରୁ ତାଙ୍କର ଛୁଟି ମଞ୍ଜୁର ହେବା ସହିତ ମୁଖ୍ୟାଳୟ ଛାଡ଼ିବା ପାଇଁ ଅନୁମତି ମଧ୍ୟ ପ୍ରଦାନ କରାଯିବା ବାଧ୍ୟତାମୂଳକ ବୋଲି ସାଗରିକା ପତ୍ରରେ ଦର୍ଶାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri