ଓଡ଼ିଶା ହରାଇବ ୩୦ ହଜାର କୋଟି

ଭୁବନେଶ୍ୱର,୧୧ା୧(ବ୍ୟୁରୋ):ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ବାବଦ ଅଂଶଧନ କମିବ। କମିଶନ ୨୦୧୧ ଜନସଂଖ୍ୟାକୁ ସଂଶୋଧିତ ମାନଦଣ୍ଡ ଭାବେ ଗ୍ରହଣ କରିଥିବାରୁ ରାଜ୍ୟ ପାଇଁ ବଡ ଆର୍ଥିକ କ୍ଷତି ହେବ। ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଦାରିଦ୍ର୍ୟ ହ୍ରାସ ଯୋଗୁ ରାଜ୍ୟକୁ ବାର୍ଷିକ ପ୍ରାୟ ୫ରୁ ୬ ହଜାର କୋଟି ହିସାବରେ ୫ ବର୍ଷରେ ପ୍ରାୟ ୩୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ସହିବାକୁ ପଡ଼ିବ ବୋଲି ଆକଳନ କରାଯାଇଛି।
ଗତ ଦୁଇ ଦଶନ୍ଧି ଧରି ଓଡିଶା ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଯୋଗୁ ଦାରିଦ୍ର୍ୟ ହ୍ରାସ ପାଇବା ସହ ଜନସଂଖ୍ୟାକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିଛି। ପଞ୍ଚଦଶ ଅର୍ଥ କମିଶନଙ୍କ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ଜନସଂଖ୍ୟା ନିୟନ୍ତ୍ରଣ କରିଥିବା ରାଜ୍ୟଗୁଡିକୁ ଅଧିକ କ୍ଷତି ସହିବାକୁ ପଡିଛି। ଏହାକୁ ଓଡିଶା, ପଶ୍ଚିମବଙ୍ଗ, କେରଳ ସମେତ ଦକ୍ଷିଣ ଭାରତ ରାଜ୍ୟଗୁଡିକ ମଧ୍ୟ ବିରୋଧ କରିଛନ୍ତି। ପୂର୍ବ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ୧୯୭୧ ଜନଗଣନାକୁ ମାନଦଣ୍ଡ ରୂପେ ଧରି ଟିକସକୁ ଭାଗ କରିବାକୁ କେନ୍ଦ୍ର ସରକାରଙ୍କୁ ଉକ୍ତ ରାଜ୍ୟଗୁଡିକ ସ୍ମାରକପତ୍ର ଦେଇଛନ୍ତି। ଏଥିଯୋଗୁ ତ୍ରୟୋଦଶ ଓ ଚତୁର୍ଦ୍ଦଶ ଅର୍ଥ କମିଶନ କାଳରେ ରାଜ୍ୟକୁ କେନ୍ଦ୍ରୀୟ ଟିକସ ଭାଗ ୪.୭୮ ପ୍ରତିଶତରୁ ୪.୬୬ ପ୍ରତିଶତକୁ ଖସି ଯାଇଥିଲା। ପଞ୍ଚଦଶ ଅର୍ଥ କମିଶନରେ ଏହା ଆହୁରି ହ୍ରାସ ପାଇବ। ୧୯୭୧ ଜନସଂଖ୍ୟାକୁ ମାନଦଣ୍ଡଭାବେ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏ ନେଇ ଏକ ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଛନ୍ତି । ୨୦୧୧ ଜନସଂଖ୍ୟା ଅନୁଯାୟୀ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଭଳି ଜନବହୁଳ ରାଜ୍ୟକୁ ଅଧିକ ଫାଇଦା ମିଳିବ।
ଅନ୍ୟପକ୍ଷରେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଅବଧିକୁ ୧ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଦେଇଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କମିଶନ ଏକ ବର୍ଷିକିଆ ସ୍ବତନ୍ତ୍ର ରିପୋର୍ଟ ପ୍ରଦାନ କରିବେ। ୨୦୨୧-୨୨ରୁ ୨୦୨୫-୨୬ ଯାଏ ଆଉ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ କମିଶନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମଥର ଲାଗି ବର୍ଷିକିଆ ରିପୋର୍ଟ ଦେବାକୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏ ନେଇ ଅର୍ଥ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରଥମ ଚୂଡାନ୍ତ ରିପୋର୍ଟ ଚଳିତବର୍ଷ ଅକ୍ଟୋବର ୩୦ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ୨୦୨୧ ଏପ୍ରିଲ ପହିଲାରୁ ୫ ବର୍ଷିଆ ରିପୋର୍ଟ ପ୍ରସ୍ତୁତ କରିବାକୁ କମିଶନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷକ ପାଇଁ କମିଶନଙ୍କ କାର୍ଯ୍ୟକାଳ ଘୁଞ୍ଚିଯାଉଥିବାରୁ ପୁଣି ଥରେ ରାଜ୍ୟ ସରକାରଙ୍କୁ ସଂଶୋଧିତ ସ୍ମାରକ ପତ୍ର(ମେମୋରାଣ୍ଡମ)୨୦୨୦ ମାର୍ଚ୍ଚ ୩୧ ପୂର୍ବରୁ କମିଶନଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ହଟିବା ପରେ ସ୍ଥିତି ସ୍ବାଭାବିକ ହୋଇ ନ ଥିବାରୁ କମିଶନଙ୍କ କାର୍ଯ୍ୟକାଳ ବର୍ଷକ ପାଇଁ ଘୁଞ୍ଚାଇ ଦିଆଯାଇଥିବା କୁହାଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ, ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ରାଜ୍ୟକୁ
୬୯,୩୧୬ କୋଟି ଟଙ୍କା ମିଳିଥିବାବେଳେ ଚତୁର୍ଦ୍ଦଶ କମିଶନଙ୍କ କାଳରେ ଏହା ୧.୮୪ ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା। ରାଜ୍ୟର କେନ୍ଦ୍ରୀୟ ଟିକସ ଅଂଶ ୩୨ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ତେବେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସଂଶୋଧିତ କ୍ରାଇଟେରିଆ ଯୋଗୁ ଓଡିଶାର କେନ୍ଦ୍ରୀୟ ଟିକସ ଆବଣ୍ଟନ କ୍ଷେତ୍ର(ଡିଭିଜିବଲ ପୁଲ) ତଳକୁ ଖସି ଯାଇଥିଲା। ଏହାଦ୍ୱାରା ରାଜ୍ୟକୁ ବାର୍ଷିକ ୩ରୁ ୪ ହଜାର କୋଟି ଟଙ୍କା ବାର୍ଷିକ କ୍ଷତି ସହିବାକୁ ପଡ଼ିଥିଲା। ଏହି ବ୍ୟବସ୍ଥା ନ ବଦଳିଲେ ପୁଣି ରାଜ୍ୟକୁ ଘାଟା ହେବ ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସମ୍ବିଧାନର ଅନୁଚ୍ଛେଦ-୨୮୦ ଅନୁଯାୟୀ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ଏନ.କେ. ସିଂଙ୍କ ଅଧ୍ୟକ୍ଷତାରେ ପଞ୍ଚଦଶ ଅର୍ଥ କମିଶନ ଗଠନ କରାଯାଇଛି। ୨୦୧୯ ଜାନୁୟାରୀ ୮ ତାରିଖରେ ଗଠିତ ପଞ୍ଚଦଶ ଅର୍ଥ କମିଶନ ୪ ଦିନିଆ ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ସଚିବ ଏବଂ ଅନ୍ୟ ଅଧିକାରୀଙ୍କ ସହ ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହିତ ପଞ୍ଚାୟତ ପ୍ରତିନିଧି, ପୌର ସଂସ୍ଥା ପ୍ରତିନିଧି, ବିଭିନ୍ନ ଶିଳ୍ପ ସଂଗଠନ, ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସରକାର ଦାରିଦ୍ର୍ୟ ହାର କମାଇବା ଓ ମୁଣ୍ଡପିଛା ଆୟ ବୃଦ୍ଧି କରିବା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିବାରୁ କମିଶନ ସନ୍ତୋଷ ପ୍ରକାଶ କରିଥିଲେ। ୨୦୧୯ ନଭେମ୍ବର ୩୦ ତାରିଖ ସୁଦ୍ଧା କମିଶନ ତାଙ୍କର ପ୍ରାଥମିକ ରିପୋର୍ଟ ଦାଖଲ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ଟୋକନ ମିଳିଲାନି, ବିକ୍ରି ହେଲାନି ଧାନ: ପ୍ରଶାସନ ନ ଶୁଣିବାରୁ ଓକିଲ ସଂଘର ଦ୍ୱାରସ୍ଥ ହେଲା କୃଷକ ସଂଗଠନ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତ ଜୁନ୍ ମାସ ୩୦ ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଯାଇଥିଲେ ମଧ୍ୟ ହଜାର ହଜାର ଚାଷୀ ଧାନ ବିକ୍ରିରୁ…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

ଦିନିକିଆ ବିଶ୍ୱକପ୍ ୨୦୨୭ ଫର୍ମାଟ୍ ବଦଳାଇଲା ICC; ଜୟ ଶାହାଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କଲେ ୪ ଦେଶର ଅଧିନାୟକ

ନୂଆଦିଲ୍ଲୀ,୧୭।୭: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର ଫର୍ମାଟ୍‌ରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ହଠାତ ବଡ଼…

ଲଘୁଚାପ ବର୍ଷାରେ ଜଳମଗ୍ନ ଧାମନଗର ବ୍ଲକ

ଧାମନଗର, ୧୭।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri