Posted inଖେଳ

ଏୟାର ବ୍ୟାଡମିଣ୍ଟନକୁ ଭାରତୀୟ ତାରକାଙ୍କ ସମର୍ଥନ

ନୂଆଦିଲ୍ଲୀ,୧୯।୫ (ପି.ଟି.)- କ୍ରୀଡ଼ା ତଥା ବ୍ୟାଡମିଣ୍ଟନର ଏକ ନୂଆ ଫର୍ମାଟ ଏୟାର ବ୍ୟାଡମିଣ୍ଟନକୁ ସାଇନା ନେହ୍ବାଲଙ୍କ ସମେତ ଭାରତର କେତେକ ଆଗଧାଡ଼ିର ବ୍ୟାଡମିଣ୍ଟନ ଖେଳାଳି ସମର୍ଥନ ଜଣାଇଛନ୍ତି। ଅବସରପ୍ରାପ୍ତ ଖେଳାଳିଙ୍କୁ ଏୟାର ବ୍ୟାଡମିଣ୍ଟନ ଏକ ବିକଳ୍ପ କ୍ୟାରିୟର ପ୍ରଦାନ କରିପାରିବ ବୋଲି ଖେଳାଳିମାନେ କହିଛନ୍ତି। ମନୋରଞ୍ଜନ ପାଇଁ ଆଉଟଡୋର ବ୍ୟାଡମିଣ୍ଟନ ଭାରତ ସବୁଠାରୁ ପସନ୍ଦ କ୍ରୀଡ଼ା। ଦେଶରେ ଏଭଳି ସ୍ଥାନ ରହିଛି ଯେଉଁଠାରେ ଏହା ଦ୍ୱାରା ଅର୍ଥ ରୋଜଗାର କରିବା ସମ୍ଭବ ହୋଇପାରିବ।
ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ଗତ ସପ୍ତାହରେ ଗୁଆଝୁଠାରେ ବିଶ୍ୱସ୍ତରରେ ଏୟାର ବ୍ୟାଡମିଣ୍ଟନର ଶୁଭାରମ୍ଭ କରିଥିଲା। ଏୟାର ବ୍ୟାଡମିଣ୍ଟନରେ କୋର୍ଟର ଦୈର୍ଘ୍ୟ ଓ ପ୍ରସ୍ଥ ଭିନ୍ନ ହୋଇଥାଏ। ଏକ ନୂଆ ପ୍ରକାର ସଟଲକକ୍‌ ବା ଏୟାରସଟଲର ବ୍ୟବହାର ହୋଇଥାଏ। ଏୟାରସଟଲ ଉପରେ ବାୟୁ ବା ପବନର ବହୁତ କମ୍‌ ପ୍ରଭାବ ପଡ଼ିଥାଏ। ବାୟୁରେ ଥିବା ଆର୍ଦ୍ରତାର ପରିବର୍ତ୍ତନରେ ଏହି ଏୟାରସଟଲ ପ୍ରଭାବିତ ହୋଇ ନ ଥାଏ। ପାରମ୍ପରିକ ଇଣ୍ଡୋର ସଟଲ ଭଳି ଏୟାରସଟଲ ମଧ୍ୟ ସମାନ ଭାବେ ଗତିପଥ ଅତିକ୍ରମ କରିବା ସହ ସମାନ ପ୍ରକାର ଧ୍ୱନୀ ଉତ୍ପନ୍ନ କରିଥାଏ। ଏୟାର ବ୍ୟାଡମିଣ୍ଟନ କ୍ରୀଡ଼ାର ପ୍ରଚାର ଓ ପ୍ରସାରରେ ସହାୟକ ହେବ ଓ ଏହା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିପାରିବ ବୋଲି ଅଲିମ୍ପିକ୍‌ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ କହିଛନ୍ତି।
ଭାରତରେ ଏହା ଏକ ଆଉଟ୍‌ଡୋର ଗେମ୍‌ ବୋଲି ଆମେ ଆରମ୍ଭରୁ ଜାଣିଥିଲୁ। ଘର ବାହାରେ ଆମେ ମାତାପିତା, ବନ୍ଧୁ ତଥା ଭାଇଭଉଣୀଙ୍କ ସହ ଏୟାରବ୍ୟାଡମିଣ୍ଟନ ଖେଳିଥାଉ। ଏହାର ପଚାର ପ୍ରସାର କରିବାକୁ ବିଡବ୍ଲ୍ୟୁଏଫ୍‌ ପ୍ରୟାସ ଆରମ୍ଭ କରିବା ଏକ ବଡ଼ କଥା। ଆମେଚର ଖେଳାଳିମାନେ ମଧ୍ୟ ଏୟାରବ୍ୟାଡମିଣ୍ଟନ ଖେଳିବାକୁ ଆଗକୁ ଆସିବେ ବୋଲି ମୋର ବିଶ୍ୱସ ରହିଛି ବୋଲି ବୋଲି ସାଇନା କହିଛନ୍ତି। ଏହା ହୋଇପାରିଲେ ସାରା ବିଶ୍ୱରେ ଏୟାର ବ୍ୟାଡମିଣ୍ଟନର ଲୋକପ୍ରିୟତାର ବୃଦ୍ଧି ଘଟିବ। ଆନ୍ତର୍ଜାତିକ ଓ ଘରୋଇ ଖେଳାଳିମାନେ ଅବସର ନେବା ପରେ ଏୟାରବ୍ୟାଡମିଣ୍ଟନକୁ ଏକ ବିକଳ୍ପ କ୍ୟାରିୟର ରୂପେ ଗ୍ରହଣ କରିପାରିବେ ୨୦୧୭ ୟୁଏସ୍‌ ଓପନ ଚାମ୍ପିୟନ ଏଚ୍‌.ଏସି. ପ୍ରଣୟ କହିଛନ୍ତି। ଇଣ୍ଡୋର ବ୍ୟାଡମିଣ୍ଟନ ଶାରୀରିକ ଭାବେ ବେଶ୍‌ ଚ୍ୟାଲେଞ୍ଜିଂ ହୋଇଥାଏ। ତେଣୁ ଅବସର ପରେ ଖେଳାଳିମାନେ ଏୟାରବ୍ୟାଡମିଣ୍ଟନ ଖେଳି ବିକଳ୍ପ ଭାବେ କ୍ୟାରିୟରକୁ ଆଗକୁ ନେଇପାରିବେ ବୋଲି ପ୍ରଣୟ କହିଛନ୍ତି।
ଏୟାର ବ୍ୟାଡମିଣ୍ଟନ ଭିନ୍ନ ପରିବେଶରେ ଖେଳାଯାଇପାରିବ। ପାର୍କରେ ଘାସ ଉପରେ, ସମୁଦ୍ରକୂଳ ବାଲି ଉପରେ, ରାସ୍ତା, ଲେନ୍‌ରେ ଏହା ଖେଳାଯାଇପାରିବ। ଏ ନେଇ ବିଡବ୍ଲ୍ୟୁଏଫ୍‌ର ପ୍ରୟାସକୁ ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ) ସମ୍ପାଦକ ଅଜୟ ସିଂଘାଣିଆ ପ୍ରଶଂସା କରିଛନ୍ତି। ପୁରୁଷ ବ୍ୟାଡମିଣ୍ଟନ ତାରକା ପାରୁପାଲୀ କାଶ୍ୟପ ମଧ୍ୟ ଏୟାରବ୍ୟାଡମିଣ୍ଟନ ସମର୍ଥନରେ ବାହରିଛନ୍ତି। ବିଡବ୍ଲ୍ୟୁଏଫ୍‌ ମଧ୍ୟ ଆଉଏକ ନୂଆ ଫର୍ମାଟ ଲଞ୍ଚ୍‌ କରିଛି। ତାହାକୁ ଟ୍ରିପଲ୍‌ କୁହାଯାଉଛି। ୩ଜଣ ଖେଳାଳିଙ୍କୁ ନେଇ ଦୁଇ ଦଳ ପରସ୍ପରକୁ ଭେଟିବେ। ପୁଣି ପ୍ରତ୍ୟେକ ଦଳରେ ଜଣେ ମହିଳା ଖେଳାଳି ରହିବେ। ପୁଣି ଖେଳାଳିମାନେ କ୍ରମାଗତ ଦୁଇଥର ଶଟ୍‌ ଖେଳିବାର ବାରଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri