Posted inଫୁରସତ

ଏହି ରେଷ୍ଟୁରାଣ୍ଟରେ ମିଳେନାହିଁ ଆମିଷ ବା କ୍ଷୀରରେ ତିଆରି ଖାଦ୍ୟ

ସ୍ବିଜରଲାଣ୍ଡର ଜ୍ୟୁରିଖରେ ରହିଛି ଏମିତି ଏକ ରେଷ୍ଟୁରାଣ୍ଟ ଯେଉଁଠି ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଆମିଷ ଅବା କ୍ଷୀରରେ ତିଆରି ଖାଦ୍ୟ ପରସା ଯାଇନାହିଁ। ଯଦିଓ ଏଠାରେ ବିଭିନ୍ନ ଦେଶର ଖାଦ୍ୟ ମିଳିଥାଏ ହେଲେ ସେସବୁ ସମ୍ପୂର୍ଣ୍ଣ ଶାକାହାରୀ। ସ୍ବିଜରଲାଣ୍ଡରେ ନନ୍‌ ଭେଜ୍‌ ଲୋକଙ୍କର ପ୍ରଥମ ପସନ୍ଦ ହୋଇଥିଲେ ସୁଦ୍ଧା ଏହି ରେଷ୍ଟୁରାଣ୍ଟ ଭଲ ବିଜନେସ୍‌ କରେ ବୋଲି କୁହାଯାଏ। ଦ କଲିନାରୀ ହେରିଟେଜ୍‌ର ଲେଖକ କୁହନ୍ତି ଏହି ରେଷ୍ଟୁରାଣ୍ଟଟି ତିଆରି ହେବା ପଛରେ ଏକ ରୋଚକ କାହାଣୀ ମଧ୍ୟ ରହିଛି। ଜର୍ମାନୀର ଟେଲର ଏମ୍ବ୍ରୋସିୟସ ହିତଲ ଆଣ୍ଠୁଗଣ୍ଠି ସମସ୍ୟାରେ ପୀଡିତ ଥିଲେ। ଡାକ୍ତର ତାଙ୍କୁ ଆମିଷ ଖାଇବାକୁ ସମ୍ପୂର୍ଣ୍ଣ ବାରଣ କରିଥିଲେ। ଏହି ସମୟରେ ୨୪ବର୍ଷୀୟ ହିତଲଙ୍କୁ ଏବଷ୍ଟିନେସ୍‌ କାଫେ ନାମକ ଏକ ରେଷ୍ଟୁରାଣ୍ଟ ମିଳିଥିଲା। ଯେଉଁଠି କେବଳ ଶାହାକହାରୀ ଭୋଜନ ପ୍ରସ୍ତୁତ କରାଯାଉଥିଲା। ଏହାପରଠାରୁ ହିତଲଙ୍କୁ ଏହା ପସନ୍ଦ ଆସିବା ସହ ସେ ସେଠାରେ ନିୟମିତ ଭାବେ ଖାଇବା ଆରମ୍ଭ କଲେ। କିଛିଦିନ ପରେ ସେଠାକାର ମୁଖ୍ୟ ରୋଷେୟା ଥିବା ଜଣେ ମହିଳା ମାର୍ଥା ନ୍ୟୁପେଲଙ୍କ ପ୍ରେମରେ ପଡିଯାଇଥିଲେ ହିତଲ। ଆଉ ଶେଷରେ ସେ ବିବାହ ମଧ୍ୟ କରିଥିଲେ। ଏହାପରେ ୧୯୦୪ରେ ଉକ୍ତ ରେଷ୍ଟୁରାଣ୍ଟକୁ କିଣିନେଇ ଏହାର ନାଁ ପରିବର୍ତ୍ତନ କରି ହାଁସ ହିତଲ ରଖିଥିଲେ। ସେବେଠାରୁ ଏହି ରେଷ୍ଟୁରାଣ୍ଟ ଶାକାହାରୀ ରେଷ୍ଟୁରାଣ୍ଟ ଭାବେ ଭଲ ବ୍ୟବସାୟ କରୁଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri