ଏହି ମନ୍ଦିରରେ ପୂଜା ପାଆନ୍ତି ମହମ୍ମଦ ରଫି

ଅହମ୍ମଦାବାଦ: ବଲିଉଡ୍‌ ଗାୟକ ମହମ୍ମଦ ରଫିଙ୍କ ଗୀତ ଶୁଣିବାକୁ ପ୍ରାୟ ସମସ୍ତେ ପସନ୍ଦ କରୁଥିବା ବେଳେ ଏବେବି ତାଙ୍କ ଗୀତ ମତୁଆଲା କରେ ଶ୍ରୋତାଙ୍କୁ। ରଫିଙ୍କ ଗୀତର ଅନେକ ଦିଓ୍ବାନା ରହିଛନ୍ତି। ହେଲେ ଗୁଜରାଟ ଅହମ୍ମଦାବାଦରେ ଏମିତି ଜଣେ ଭକ୍ତ ଅଛନ୍ତି ଯାହାଙ୍କ କଥା ଶୁଣିଲେ ଯେ କେହି କିଛି ସମୟ ପାଇଁ ନିରବ ହୋଇଯାଆନ୍ତି। କାହିଁକି ନା ସେ ରଫି ସାହେବଙ୍କୁ ଭଗବାନ ଭଳି ପୂଜା କରନ୍ତି। ସାରା ବିଶ୍ୱରେ ମହମ୍ମଦ ରଫିଙ୍କର ଏକମାତ୍ର ମନ୍ଦିର ରହିଛି ଅହମ୍ମଦାବାର ଉମେଶ ମାଖିଜାଙ୍କ ଘରେ। ସେ ତାଙ୍କ ଘରର ଏକ କୋଠରୀକୁ ସମ୍ପୂର୍ଣ୍ଣ ଭାବେ ରଫିଙ୍କ ନାଁରେ କରିଦେଇଛନ୍ତି। ସେହି କୋଠରୀରେ ରଫିଙ୍କ ଫଟୋ ସହ କିଛି ପେଣ୍ଟିଂ, ରଫି ବ୍ୟବହାର କରୁଥିବା କିଛି ଜିନିଷ ଯେମିତି ଗୋଲଡେନ୍‌ କଲରର ଏକ କଲମ, ତାଙ୍କ ଚାଦଣ ଆଦି ସଂରକ୍ଷିତ ହୋଇ ରହିଛି। ସାରା ଦେଶରୁ ଅନେକ ରଫିଙ୍କ ପ୍ରଶଂସକ ଏହି ମନ୍ଦିରକୁ ବୁଲିବାକୁ ଆସନ୍ତି। ଉମେଶ ପ୍ରତିଦିନ ସେଠାରେ ରଫିଙ୍କ ଫଟୋକୁ ପୂଜା କରୁଥିବାରୁ ଏହା ରଫିଙ୍କର ଏକମାତ୍ର ମନ୍ଦିର ବୋଲି କୁହାଯାଏ।

କେବଳ ସେତିକି ନୁହେଁ ସବୁଠାରୁ ବଡ କଥା ହେଲା ସେଠାରେ ଲାଗିଥିବା ଘଣ୍ଟା ୧୦ଟା ୨୯ରେ ବନ୍ଦ ରହିଛି। କାରଣ ଏହି ସମୟରେ ୩୧ ଜୁଲାଇ, ୧୯୮୦ରେ ରଫିଙ୍କର ପରଲୋକ ହୋଇଥିଲା। ପ୍ରତି ରବିବାର ଦିନ ୨ଟାରୁ ୫ଟା ପର୍ଯ୍ୟନ୍ତ ଯେ କହି ଉମେଶଙ୍କ ଦ୍ୱାରା ତିଆରି କରାଯାଇଥିବା ରଫିଙ୍କର ଏହି ମନ୍ଦିରକୁ ଆସିବା ସହ ତାଙ୍କ ସୁମଧୁର କଣ୍ଠର ଗୀତ ଶୁଣିବା ଓ ରଫିଙ୍କ ବିଷୟରେ କଥା ହୋଇପାରିବାର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri