Posted inଫୁରସତ

ଏହି ଗାଁରେ ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ

ଯାଆଁଳା ପିଲାଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କେରଳର ମଲ୍ଲମପୁର ଜିଲା କୋଡିନ୍ନି ଗାଁ ସବୁଠାରୁ ନିଆରା। ଏଠାରେ ଅଧିକାଂଶ ମା’ଙ୍କର ଜମଜ ସନ୍ତାନ ଜନ୍ମ ନେଇଥାଆନ୍ତି। ଏବେ ଏଠାରେ ପ୍ରାୟ ୪୦୦ ଯାଆଁଳା ସନ୍ତାନ ରହିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ନବଜାତ ଶିଶୁଙ୍କଠାରୁ ଆରମ୍ଭ କରି ୬୫ ବର୍ଷୀୟ ବୃଦ୍ଧ ପର୍ଯ୍ୟନ୍ତ। ଏକ ଗବେଷଣାରୁ ଜଣାଯାଏ ଯେ ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରେ ୪ ଯାଆଁଳା ସନ୍ତାନ ଜନ୍ମ ନିଅନ୍ତି। ହେଲେ କେରଳର କୋଡିନ୍ନି ଗାଁ ଏହାର ଏକ ବ୍ୟତିକ୍ରମ। ଏଠାରେ ପ୍ରତି ୧ ହଜାରରେ ୪୫ ଯାଆଁଳା ସନ୍ତାନ ଜନ୍ମ ନେଉଛନ୍ତି। ତେବେ ଯାଆଁଳା ସନ୍ତାନ ଜନ୍ମ କରିବାରେ ଏହି ଗାଁ ବିଶ୍ୱରେ ଦ୍ୱିତୀୟ। ଏହା ଏକ ମୁସଲମାନ ବହୁଳ ଗାଁ ହୋଇଥିବା ବେଳେ ଏହାର ଜନସଂଖ୍ୟା ପାଖାପାଖି ୨ହଜାର। ତେଣୁ ସ୍କୁଲ, କଲେଜ, ବ୍ୟବସାୟ ସ୍ଥଳ ସବୁଠି ଦେଖିବାକୁ ମିଳେ ଏମିତି କେତେଜଣ ଯାଆଁଳା ବ୍ୟକ୍ତିଙ୍କୁ। ଏକ ରିପୋର୍ଟ ଅନୁଯାୟୀ, ୨୦୦୮ରେ ଏଠାରେ ଜନ୍ମ ନେଇଥିବା ୩ଶହ ପିଲାଙ୍କ ମଧ୍ୟରେ ୧୫ ଯୋଡା ଥିଲେ ଯାଆଁଳା। ଯାହା ଏକ ବର୍ଷରେ ଜନ୍ମ ନେଇଥିବା ଯାଆଁଳା ଶିଶୁଙ୍କ ମଧ୍ୟରେ ସର୍ବାଧିକ ବୋଲି କୁହାଯାଏ। ତେବେ ଗତ କିଛି ବର୍ଷ ହେବ ଏହି ଗାଁରେ ୨ ଯାଆଁଳା ସନ୍ତାନଙ୍କ ବଦଳରେ ଅନେକ ସ୍ଥଳେ ଏକକାଳୀନ ୩ ସନ୍ତାନ ଜନ୍ମ ନେଉଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri