ଏସ୍‌ସିବି ମେଡିକାଲ ପାଇଁ ୧୦୦୦ କୋଟି :ଏମ୍ସ ପ୍ଲସ୍‌ ଢାଞ୍ଚାରେ ହେବ ବିକାଶ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଓ ହସ୍ପିଟାଲର ସର୍ବାଙ୍ଗୀନ ଉନ୍ନତି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏସ୍‌ସିବିକୁ ଏମ୍ସ ପ୍ଲସ୍‌ ଅନୁଷ୍ଠାନରେ ପରିଣତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ହସ୍ପିଟାଲର ଶଯ୍ୟା ସଂଖ୍ୟା ୩୦୦୦କୁ ବୃଦ୍ଧି ପାଇବ। ଏଥିପାଇଁ ପ୍ରାୟ ୧୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୦ ବର୍ଷ ତଳୁ ଏହି ସ୍ବାସ୍ଥ୍ୟାନୁଷ୍ଠାନ ଓଡ଼ିଶାବାସୀଙ୍କୁ ସେବା ଯୋଗାଇ ଆସିଛି। ଏଠାରୁ ଅନେକ ବିଶିଷ୍ଟ ଡାକ୍ତର ବାହାରିଛନ୍ତି, ଯେଉଁମାନେ କେବଳ ଭାରତ ନୁହେଁ, ସାରା ପୃଥିବୀର ଲୋକମାନଙ୍କୁ ସେବା ଦେଇ ଆସୁଛନ୍ତି। ତେଣୁ ଏହି ଅନୁଷ୍ଠାନର ଗୁରୁତ୍ୱକୁ ଆହୁରି ବିଶ୍ୱସ୍ତରରେ ପରିଣତ କରାଯିବ। ପ୍ରତି ଓଡ଼ିଆ ସୁଲଭ ତଥା ଉଚ୍ଚ ଗୁଣାତ୍ମକମାନର ସ୍ବାସ୍ଥ୍ୟ ସେବା ପାଆନ୍ତୁ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ସମ୍ବଳ ବିନିଯୋଗ କରାଯାଉଛି। ଏସ୍‌ସିବିରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ। ଦେଶର ଶ୍ରେଷ୍ଠ ଚିକିତ୍ସା ଅନୁଷ୍ଠାନ(ଏମ୍ସ ପ୍ଲସ୍‌ ଭଳି) ମଧ୍ୟରେ ଏସ୍‌ସିବି ଯେପରି ସ୍ଥାନ ପାଇବ, ସେଥିପ୍ରତି ଦୃଷ୍ଟି ଦିଆଯିବ। ହସ୍ପିଟାଲର ଉନ୍ନତି ସହ ଅଧ୍ୟୟନ ପାଇଁ ଆସିଥିବା ଛାତ୍ରୀଛାତ୍ରଙ୍କ ରହିବା ଓ ମନୋରଞ୍ଜନ ପରିବେଶ ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ବାହାରର ସ୍ବନାମଧନ୍ୟ ଚିକିତ୍ସକମାନେ ଆସି ଯେପରି ସେବା ଯୋଗାଇଦେବାକୁ ଆଗ୍ରହ ପ୍ରକାଶ କରିବେ, ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ପାଇଁ ଜନସାଧାରଣଙ୍କୁ ବହୁତ କିଛି ଆର୍ଥିକ ଖର୍ଚ୍ଚ ବହନ କରିବାକୁ ପଡ଼ିବ। ହେଲେ ଏହି ପଦକ୍ଷେପ ଦ୍ୱାରା କୌଣସି ବି ଓଡ଼ିଆ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ବୋଲି କୁହାଯାଇଛି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟ ଚିକିତ୍ସା କ୍ଷେତ୍ରର ଶ୍ରେଷ୍ଠ ବ୍ୟକ୍ତିମାନେ ଏସ୍‌ସିବି ପାଇଁ ସେମାନଙ୍କର ଯୌବନ ସମର୍ପିତ କରିଛନ୍ତି। ବର୍ତ୍ତମାନ ସାରା ଦେଶରେ ଏସ୍‌ସିବିର ୧୪ ନମ୍ବର ସ୍ଥାନରେ ରହିଛି। ହେଲେ ସମସ୍ତଙ୍କ ତ୍ୟାଗ, ପରିଶ୍ରମ ଓ ସମର୍ପିତ ଭାବ ସହିତ ରାଜ୍ୟ ସରକାର ଏହାକୁ ଦେଶର ଶ୍ରେଷ୍ଠ ୩ ଅନୁଷ୍ଠାନ ମଧ୍ୟରେ ସ୍ଥାନିତ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବୁଧବାର ପ୍ରତ୍ୟୁଷରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଜରିଆରେ ଏସ୍‌ସିବି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ପ୍ରତ୍ୟକ୍ଷ ଅବଗତ ହେବା ପାଇଁ ୫-ଟି ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍‌, ଏନ୍‌ଏଚ୍‌ଏମ୍‌ ଅଧ୍ୟକ୍ଷା ଶାଳିନୀ ପଣ୍ଡିତ, ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର, ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ଏବଂ ଦ୍ୱୈତ ନଗରୀ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ହସ୍ପିଟାଲ ପରିସରକୁ ଗସ୍ତ କରିଥିଲେ। ସେଠାରେ ରୋଗୀ, କର୍ମଚାରୀ, ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ସାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ସମୟରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବଜାତ ଶିଶୁଙ୍କୁ ସୁନାମୁଦି ଦେବେନି ବିଜୟ? ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୯।୯: ତାମିଲନାଡୁରେ କ୍ଷମତା ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନବଜାତ ଶିଶୁମାନଙ୍କୁ ସୁନା ମୁଦି ପ୍ରଦାନ କରିବା ସମ୍ପର୍କିତ ଚର୍ଚ୍ଚିତ ଯୋଜନାର ଶୁଭାରମ୍ଭ ବର୍ତ୍ତମାନ…

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

ଘର ଆଗରୁ ବାଇକ୍‌ ଚୋରି କରି ନେଇଗଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍‌ରୋଡ୍‌ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଚୋରି କରି…

ଓଡ଼ିଆ ଶିଶୁ ସାହିତ୍ୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋଚନା

ଭୁବନେଶ୍ୱର,୯ା୯: ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବଉଳଫୁଲ ଶିଶୁ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ଶିଶୁ ସାହିତି୍ୟକ ତଥା ‘ଗାଁ ଭୂଇଁ’…

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଗଣେଶ ପୂଜାରେ ୫ ରାଶିଙ୍କ ଫିଟିବ ଭାଗ୍ୟ; ଅଚାନକ ମିଳିବ ଧନ, କଟିଯିବ ସବୁ ବିପଦ…

ଗଣେଶ ଚତୁର୍ଥୀ ଅବସରରେ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ମାତା ପାର୍ୱତୀଙ୍କ ପୂଜା ପାଇଁ ହରତାଳିକା ତୀଜ ବ୍ରତ ରହିଛି। ଶିବଙ୍କ ପୂଜା ପାଇଁ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ଆବୁଧାବି ଗସ୍ତରେ ମୁଖ୍ୟମନ୍ତ୍ରୀ, ଆଜି ଆଇଏଚ୍‌ସିର ବ୍ୟବସାୟିକ ୟୁନିଟ୍‌-ଗ୍ରୁପ୍‌ କମ୍ପାନୀ ସହ କରିବେ ଆଲୋଚନା

ଭୁବନେଶ୍ୱର,୯ା୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri