ଏସ୍‌ସିବିରେ ପ୍ରଥମ ବ୍ଲାକ୍‌ ଫଙ୍ଗ୍ସ ପ୍ଲାଷ୍ଟିକ ସର୍ଜରି ସଫଳ

କଟକ ଅଫିସ, ୬ା୮: ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ରଥମ ପୋଷ୍ଟ ବ୍ଲାକ ଫଙ୍ଗ୍ସ ପ୍ଲାଷ୍ଟିକ ସର୍ଜରି ସଫଳ ହୋଇଛି। ମାରାତ୍ମକ ବ୍ଲାକ୍‌ ଫଙ୍ଗ୍ସ ସଂକ୍ରମଣରେ ମାଢ଼ି ଓ ଦାନ୍ତ ହରାଇ ଏକପ୍ରକାର ଭିନ୍ନକ୍ଷମ ହୋଇପଡ଼ିଥିବା ବ୍ରହ୍ମପୁରର ଏମ୍‌. ମେନେକା କୁମାରୀଙ୍କ ସଫଳ ମାଢ଼ି ପ୍ରତିରୋପଣ କରାଯାଇଛି। ଏହି ଅସ୍ତ୍ରୋପଚାର ଏସ୍‌ସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରି ବିଭାଗ ପକ୍ଷରୁ କରାଯାଇଛି। ୩ମାସ ପରେ ମେନେକାଙ୍କ ଦ୍ୱିତୀୟ ପର୍ଯ୍ୟାୟ ସର୍ଜରି କରାଯାଇ ଦାନ୍ତ ଲଗାଯିବ ବୋଲି ଶୁକ୍ରବାର ବିଭାଗୀୟ ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକ ସୂଚନା ଦେଇଛନ୍ତି। ଅପରପକ୍ଷେ ନୂତନ ଜୀବନ ପାଇ ମେନେକା ଖୁସି ବ୍ୟକ୍ତ କରିଛନ୍ତି।
ସୂଚନା ଅନୁଯାୟୀ, ୨୦୨୧ରେ କୋଭିଡ୍‌ର ଦ୍ୱିତୀୟ ଲହରରେ ମେନେକା କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ କରୋନାରୁ ସୁସ୍ଥ ହେବାପରେ ତାଙ୍କ ଉପର ମାଢ଼ି ମ୍ୟୁକର ମାଇକୋସିସ୍‌ (ବ୍ଲାକ ଫଙ୍ଗ୍ସ)ରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। କଥା କହିବା ଓ ଖାଇବାରେ ତାଙ୍କୁ ଅସୁବିଧା ହେବା ସହ ଯନ୍ତ୍ରଣା ଭୋଗୁଥିଲେ। ଏହାପରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଉପର ମାଢ଼ିକୁ କଢ଼ାଯାଇଥିଲା। ହେଲେ ଏହାପରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତରଳ ଖାଦ୍ୟ ପାଟି ବାଟେ ଯାଇ ନାକ ବାଟେ ବାହାରି ଆସୁଥିଲା। ଏହାପରେ ଗତ ଜୁଲାଇ ୫ରେ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ଜୁଲାଇ ୧୮ରେ ଏସ୍‌ସିବିରେ ତାଙ୍କର ଉପର ମାଢ଼ି ପ୍ରତିରୋପଣ କରାଯାଇଛି। ବିଭାଗୀୟ ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ୪ଜଣିଆ ଡାକ୍ତରୀ ଟିମ୍‌ ୭ଘଣ୍ଟା ଧରି ଏହି ଜଟିଳ ଅପରେଶନ କରିଥିଲେ। ଏଭଳି ପ୍ରତିରୋପଣ ଏସ୍‌ସିବିରେ ପ୍ରଥମ ଥର ପାଇଁ କରାଯାଇଛି। ଏବେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ୩ମାସ ପରେ ତାଙ୍କର ଦାନ୍ତ ପ୍ରତିରୋପଣ କରାଯିବ ବୋଲି ଡାକ୍ତର କହିଛନ୍ତି। ବ୍ଲାକ ଫଙ୍ଗ୍ସ ଭୂତାଣୁ ଅତି ମାରାତ୍ମକ। ଶରୀରର ଯେଉଁ ଭାଗରେ ଏହି ସଂକ୍ରମଣ ହେଲା, ସେହି ଭାଗଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ। ଓଡ଼ିଶାରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଏଭଳି ରୋଗୀ ଚିହ୍ନଟ ହୋଇଥିବା ବେଳେ ଏକାଧିକଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri