Posted inଖେଳ

ଏଲିଟ୍‌ କ୍ଲବ୍‌ରେ ପୂଜାରା: ୫୦ତମ ପ୍ରଥମ ଶ୍ରେଣୀ ଶତକ ହାସଲ

ରାଜକୋଟ,୧୨।୧(ପି.ଟି.)- ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ଚେତେଶ୍ୱର ପୂଜାରା ଏକ ବିରଳ ସଫଳତା ହାସଲ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ୫୦ତମ ଶତକ ଅର୍ଜନ କରି ସେ ଏକ ଏଲିଟ କ୍ଲବ୍‌ରେ ସାମିଲ ହୋଇଛନ୍ତି। କର୍ନାଟକ ବିପକ୍ଷ ରଣଜୀ ଟ୍ରଫି ଗ୍ରୁପ୍‌ ବି’ ମ୍ୟାଚ୍‌ରେ ସେ ସୌରାଷ୍ଟ୍ର ତରଫରୁ ପ୍ରତିନିଧିତ୍ୱ କରି ଶତକ ହାସଲ କରିବା ସହ କ୍ରିକେଟ ଅନ୍ୟତମ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ପୂଜାରା ୨୩୮ଟି ବଲ୍‌ର ସମ୍ମୁଖୀନ ହୋଇ ୧୭ ଚୌକା ଓ ଗୋଟିଏ ଛକା ସହ ୧୬୨ ରନର ଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି। ଏଥିସହିତ ସେ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ନିଜର ପ୍ରସ୍ତୁତିକୁ ଆହୁରି ଶାଣିତ କରିଛନ୍ତି। ପୂଜାରାଙ୍କ ପୂର୍ବରୁ ଅନ୍ୟ ୮ ଜଣ ଖେଳାଳି ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୦ତମ ଶତକ ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର ଓ ରାହୁଲ ଡ୍ରାଭିଡ। ପୂଜାରା ମଧ୍ୟ ଏପର୍ଯ୍ୟନ୍ତ ୧୮ଟି ଟେଷ୍ଟ ଶତକ ହାସଲ କରିଛନ୍ତି। ସେ ବିଶ୍ୱ ଚତୁର୍ଥ ଆକ୍ଟିଭ ଖେଳାଳିଭାବେ ସର୍ବାଧିକ ପ୍ରଥମ ଶ୍ରେଣୀ ଶତକ ହାସଲ କରିବାରେ ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଲିଷ୍ଟ କୁକ (୬୫), ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ହାସିମ ଅମଲା (୫୨) ଓ ଭାରତର ଓ୍ବାସିମ ଜାଫରଙ୍କ ପଛକୁ ରହିଛନ୍ତି। ପୂଜାରାଙ୍କ ଶତକ ବଳରେ ସୌରାଷ୍ଟ୍ର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୯୦ ଓଭରରେ ୨ ଉଇକେଟ ହରାଇ ୨୯୬ ରନ ସଂଗ୍ରହ କରିଛି।
ବର୍ତ୍ତମାନ ଖେଳୁଥିବା କ୍ରିକେଟରଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ୪୨, ବିରାଟ କୋହଲି ୩୪ ଓ ଅଜିଙ୍କ୍ୟ ରାହାନେ ୩୨ଟି ପ୍ରଥମ ଶ୍ରେଣୀ ଶତକ ହାସଲ କରି ପୂଜାରାଙ୍କ ପଛକୁ ରହିଛନ୍ତି। ପୂଜାରା ଏପର୍ଯ୍ୟନ୍ତ ୧୫ ହଜାରରୁ ୍‌ଊର୍ଦ୍ଧ୍ୱ ରନ ସଂଗ୍ରହ କରିସାରିଛନ୍ତି ଓ ସେ ୧୯୭ଟି ମ୍ୟାଚ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

ତିଲକ ବର୍ମାଙ୍କ ପରେ, ଏବେ ଏହି ଖେଳାଳିଙ୍କ ମଜା ଉଡାଇଲେ ଅର୍ଶଦୀପ ସିଂହ; ଭିଡିଓ ଭାଇରାଲ ପରେ ତୀବ୍ର ହେଲାଣି ବିବାଦ

ନୂଆଦିଲ୍ଲୀ,୨୨।୫: ଅର୍ଶଦୀପ ସିଂହ ପୁଣି ଥରେ ବିବାଦରେ ଫସିଥିବା ଦେଖାଯାଉଛି। IPL 2026 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଏହି ଭାରତୀୟ ଦ୍ରୁତ ବୋଲର ପୂର୍ବରୁ…

Asian Gamesରୁ ବାଦ ପଡ଼ିଲେ ଭିନେଶ ଫୋଗଟ: WFIକୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୨।୫: ଶୁକ୍ରବାର (୨୨ ମଇ) ଦିଲ୍ଲୀ ହାଇକୋର୍ଟ ରେସଲର ଭିନେଶ ଫୋଗଟଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାରଙ୍କୁ ତାଙ୍କ ମାମଲା ଯାଞ୍ଚ ଏବଂ ମୂଲ୍ୟାଙ୍କନ…

ଧୋନୀ ସବୁ ବିଗାଡ଼ି ଦେଇଛନ୍ତି….CSK ବିଦା ପରେ କାହିଁକି ଏମିତି କହିଲେ ଅଶ୍ୱିନ

ନୂଆଦିଲ୍ଲୀ,୨୨।୫: ଚେନ୍ନାଇ ସୁପର କିଙ୍ଗ୍ସ ପୁଣିଥରେ IPLରୁ ଖାଲି ହାତରେ ଫେରିଛି। IPL ଇତିହାସର ସବୁଠାରୁ ସଫଳ ଦଳ ମଧ୍ୟରୁ ଗୋଟିଏ ତଥା ପାଞ୍ଚ ଥର ଚାମ୍ପିଅନ…

କେତନଙ୍କୁ ମିଳିଲା ଗୁରୁଦାୟୀତ୍ୱ, ଜାଣନ୍ତୁ କେତନ କିଏ…

ଭୋପାଳ,୨୨ା୫: ଆସନ୍ତା ମେ ୨୯ରୁ ଜୁନ୍‌ ୬ ପର୍ଯ୍ୟନ୍ତ ଜାପାନର କାକାମିଗାହାରାଠାରେ ହେବାକୁଥିବା ୧୮ ବର୍ଷରୁ କମ୍‌ ଏସିଆ କପ୍‌ ହକି ପ୍ରତିଯୋଗିତା ପାଇଁ ଫରଓ୍ବାର୍ଡ କେତନ…

ପଛରେ ପଡିଗଲେ କୋହଲି: ଜାଣନ୍ତୁ କାହା ପାଖରେ ଅଛି ଅରେଞ୍ଜ-ପର୍ପଲ କ୍ୟାପ୍‌

ନୂଆଦିଲ୍ଲୀ,୨୨।୫: ଇଣ୍ଡିଆନ ପ୍ରିମିୟର ଲିଗ (IPL 2026) ର ୧୯ତମ ସଂସ୍କରଣରେ ୬୬ଟି ମ୍ୟାଚ ଖେଳାଯାଇଛି। ଲିଗ ପର୍ଯ୍ୟାୟରେ ଆଉ ୪ଟି ମ୍ୟାଚ ବାକି ଅଛି। ତିନୋଟି…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri