Posted inଜାତୀୟ

ଏବେ ପୁରା ଦେଶରେ ଚାଲିବ ଗୋଟିଏ ସମୟ, ଶୀଘ୍ର ଆସିବ ନିୟମ

ନୂଆଦିଲ୍ଲୀ,୨୧।୫: ଯେଉଁଭଳି ଭାବେ ଜର୍ମାନୀରେ ଜର୍ମାନ ସମୟ ନିର୍ଦ୍ଧାରିତ ହୋଇଛି, ସେହିଭଳି ଭାରତରେ ମଧ୍ୟ ନିର୍ଦ୍ଧାରିତ ସମୟର ବ୍ୟବହାର କରାଯିବ। ଦେଶରେ ଭାରତୀୟ ସମୟକୁ ବ୍ୟବହାର କରିବାକୁ ଏକ ଆଇନ ପ୍ରସ୍ତୃତ କରାଯିବ। ଏହାପରେ ଦେଶର ଏକ ସ୍ବତନ୍ତ୍ର ସମୟ ହେବ ବୋଲି ସୂଚନା ମିଳିଛି। ନ୍ୟାଶନାଲ ଫିଜିକାଲ ଲାବ୍ରୋଟୋରୀ (ଏନ୍‌ପିଏଲ୍‌) ଏବେ ରେଲଓ୍ବେଠାରୁ ଆରମ୍ଭ କରି ବ୍ୟାକିଂ ସେକ୍ଟର ପର୍ଯ୍ୟନ୍ତ ସମସ୍ତଙ୍କୁ ଏକ ନିର୍ଦ୍ଧାରିତ ସମୟର ସୂଚନା ଦେବ। ଏନ୍‌ପିଏଲ୍‌ର ନିର୍ଦ୍ଦେଶକ ଡାକ୍ତର ଦିନେଶ କୁମାର ଅସବାଲ ସୋମବାର ଏନେଇ ସୂଚନା ଦେଇଛନ୍ତି। ସରକାର ଦେଶରେ ସବୁ ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହେଉଥିବା ସମୟକୁ ଏନ୍‌ପିଏଲ୍‌ର ଘଡ଼ିକୁ ଅନୁରୂପ କରିବା ପାଇଁ ଯୋଜନା କରୁଛନ୍ତି। ଏନ୍‌ପିଏଲ୍‌ର ସମୟ ଅନ୍ତରାଷ୍ଟ୍ରୀୟ ସମୟ ତୁଳନାରେ ୨.୭ ନେନୋ ସେକେଣ୍ଡ ଥିବା ଜଣାପଡ଼ିଛି। ଏବେ ଦେଶର ନିର୍ଦ୍ଧାରିତ ସମୟକୁ ଆକାଶବାଣୀ ଓ ଦୂରଦର୍ଶନ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚାଯାଉଛି। ସରକାରଙ୍କ ଯୋଜନା ପୁରା ଦେଶରେ କେବଳ ଗୋଟିଏ ସମୟକୁ ବ୍ୟବହାର କରିବା, ଯାହା ଭାରତର ସ୍ବତନ୍ତ୍ର ସମୟ ହେବ। ଏହାକୁ ବାଧ୍ୟତାମୂଳକ ବ୍ୟବହାର କରିବା ପାଇଁ ସରକାର ଶୀଘ୍ର ସଂସଦରେ ଏକ ବିଲ ପାସ୍‌ କରିବେ। ଏହି ମାମଲାରେ ଉପଭୋକ୍ତାଙ୍କ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଆଲୋଚନା ଜାରି ରହିଛି। ଇସ୍ରୋ ନିଜର ଉତ୍‌କ୍ଷେପଣରେ ଏହାର ବ୍ୟବହାର ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ଡିଜିଟାଲ ନେଣଦେଣରେ ସାଇବର ସୁରକ୍ଷା ପାଇଁ ନିର୍ଦ୍ଧାରିତ ସମୟର ସୂଚନା ଜରୁରୀ ହୋଇଥାଏ। ବହୁ ବିକଶିତ ଦେଶରେ ସେମାନଙ୍କ ସ୍ଥାନୀୟ ସମୟ ହଁି ଏକମାତ୍ର ନିର୍ଦ୍ଧାରିତ ସମୟ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଜର୍ମାନୀରେ ଏକ ନିର୍ଦ୍ଧାରିତ ସମୟ ରହିଛି। ସେଠାକାର ଲୋକମାନେ ଅନ୍ୟ କୌଣସି ସମୟକୁ ବ୍ୟବହାର କରିପାରିବେ ନାହିଁ। ଭାରତରେ ଏବେ ଅଧିକାରିକ ସମୟ ଅଛି, ହେଲେ ଏବେ ଏହାକୁ ନିର୍ଦ୍ଧାରିତର ମାନ୍ୟତା ଦିଆଯାଇନାହିଁ। ଏହି କାରଣ ଯୋଗୁ ଆମେମାନେ କୌଣସି ସମୟକୁ ବ୍ୟବହାର କରିବାର ସ୍ବାଧୀନତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri