ଏଫଏମ୍‌ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ: ସାମିଲ୍‌ ହେଲେ ୭ ଦେଶର ପ୍ରତିନିଧି

ବାଲେଶ୍ୱର ଅଫିସ, ୧୪।୨-ବାଲେଶ୍ୱର ଫକୀରମୋହନ(ଏଫଏମ୍‌) ବିଶ୍ୱବିଦ୍ୟାଳୟରେ ସମାଜ ବିଜ୍ଞାନ ବିଭାଗ, ଭାରତୀୟ ସାମାଜିକ ବିଜ୍ଞାନ ଅନୁସନ୍ଧାନ ପରିଷଦ ଏବଂ ବିଶ୍ୱ ସମ୍ବନ୍ଧୀୟ ଭାରତୀୟ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ‘ନୂତନ ଭାରତ; ଆଞ୍ଚଳିକ ପ୍ରଯୁଜ୍ୟତା ଏବଂ ବିଶ୍ୱସ୍ତରୀୟ ଆକାଂକ୍ଷା’ ଶୀର୍ଷକ ଦୁଇ ଦିବସୀୟ ସମ୍ମିଳନୀ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ନେଦରଲାଣ୍ଡସ, ଅଷ୍ଟ୍ରେଲିଆ, ଆଫ୍ରିକା, ହଙ୍ଗେରୀ, କିଗର୍ର୍ିସ୍ଥାନ, ଆଫଗାନିସ୍ତାନ ଏବଂ ଭାରତର ପ୍ରତିନିଧିମାନେ ଯୋଗଦେଇଛନ୍ତି। ଓଡ଼ିଶା ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରି ଭାରତର ଅର୍ଥନୀତିକୁ ବିଶ୍ୱସ୍ତରୀୟ ଅର୍ଥନୀତିରେ କିଭଳି ରୂପାନ୍ତରିତ କରାଯାଇପାରିବ ସେନେଇ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଏକ କାର୍ଯ୍ୟସୂଚୀ ପୁସ୍ତକ ଉନ୍ମୋଚନ କରାଯାଇଥିଲା।
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ମୁଖ୍ୟବକ୍ତା ପ୍ରଫେସର ଅଶ୍ୱିନୀ ମହାପାତ୍ର ୟୁରୋପିଆନ ବିଶ୍ୱବିଦ୍ୟାଳୟ, ନେଦରଲାଣ୍ଡସର ନିମନ୍ତ୍ରିତ ଅତିଥି ପ୍ରଫେସର ମୋହନ କୁମାର ଗୌତମ ନିଜ ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟର ଏହି ଆୟୋଜନକୁ ପ୍ରଶଂସା କରିବା ସହ ଛାତ୍ରୀଛାତ୍ରମାନଙ୍କର ଉତ୍ସାହ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ଡ. ମଧୁମିତା ଦାସ, ବିଭାଗର ମୁଖ୍ୟ ତଥା ସମ୍ମିଳନୀ ଆୟୋଜକ ଏବଂ ନିର୍ଦ୍ଦେଶକ ପ୍ରଫେସର ଡ. ସୁନୀଲ କୁମାର ପାଢ଼ୀ, ସମ୍ମିଳନୀର ସଂଯୋଜକ ସହ ପ୍ରାଧ୍ୟାପକ ଡ. ରାମକୃଷ୍ଣ ପ୍ରଧାନ ମଞ୍ଚାସୀନ ଥିଲେ। ଏହି ସମ୍ମିଳନୀକୁ ଉପଦେଷ୍ଟା କମିଟି ସଦସ୍ୟ ପ୍ରଫେସର ଡ. ଗୀତାଞ୍ଜଳି ଦାଶ, ପ୍ରଫେସର ଅନୀଲ କୁମାର ମହାପାତ୍ର ପରିଚାଳନା କରିଥିଲେ। ବିଭାଗର ଅଧ୍ୟାପକ ଡ. ସଚ୍ଚିଦାନନ୍ଦ ସା, ଡ. ସ୍ମୃତିଶିକ୍ତା ଥାପ୍ପା, ଡ. ଗୀତାଞ୍ଜଳି ପଣ୍ଡା, ଡ. ସିପ୍ରା ସାଗରିକା, ଡ. ସଞ୍ଜୀବ କୁମାର ମାଝି, ଡ. ପବିତ୍ର ମୋହନ ନାୟକ, ଡ. ରାଜଶ୍ରୀ ଦତ୍ତ ପମୁଖ ସହଯୋଗ କରିଥିଲେ। ଉକ୍ତ ସମ୍ମିଳନୀରେ ନେଦରଲାଣ୍ଡସ, ଅଷ୍ଟ୍ରେଲିଆ, ଆଫ୍ରିକା, ହଙ୍ଗେରୀ, କିଗର୍ର୍ିସ୍ଥାନ, ଆଫଗାନିସ୍ତାନ ଏବଂ ଭାରତର ଖ୍ୟାତନାମା ପ୍ରଫେସର ଡ. ସତୀଶ ରାୟ, ତାମସ୍‌ କୋଜମା, ଗୁଲଜାର କାରିବେକୋଭା, ଡ. ଦତ୍ତେଶ ପାରୁଲେକର, ପ୍ରଫେସର ନିରଞ୍ଜନ ବାରିକ, ପ୍ରଫେସର କୁମରବର ଦାସ, ପ୍ରଫେସର ଶ୍ୟାମସୁନ୍ଦର ଆଚାର୍ଯ୍ୟ, ଡ. ରୁଦ୍ର ପ୍ରସାଦ ପ୍ରଧାନ ନିଜର ନିବନ୍ଧ ଉପସ୍ଥାପନ କରିବେ। ସନ୍ଧ୍ୟାରେ ବିଭାଗୀୟ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

କାର-ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri