Posted inଜାତୀୟ

ଏନ୍‌ପିଆର୍‌ ବିରୋଧରେ କେସିଆର୍‌

ନୂଆଦିଲ୍ଲୀ/ ହାଇଦ୍ରାବାଦ, ୨୬ା୧୨(ଆଇଏଏନ୍‌ଏସ୍‌): ସିଏଏ ଏବଂ ଏନ୍‌ଆର୍‌ସି ପରେ ଏବେ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ନେଇ ରାଜନୀତି ଜୋର୍‌ ଧରିବା ଆରମ୍ଭ କରିଛି। ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସି ପ୍ରସଙ୍ଗରେ ସମସ୍ତ ସମଭାବାପନ୍ନ ଦଳଗୁଡ଼ିକୁ ଏକାଠି କରିବା ଲାଗି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଯୋଜନା କରିଛନ୍ତି। ଏ ସମ୍ପର୍କରେ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଆସାଦୁଦ୍ଦିନ ଓଓ୍ବାଇସି ବୁଧବାର ସୂଚନା ଦେଇଛନ୍ତି। ଦେଶରେ ସୃଷ୍ଟି ହୋଇଥିବା ବାତାବରଣକୁ ନେଇ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଅଧ୍ୟକ୍ଷ ଚିନ୍ତାବ୍ୟକ୍ତ କରିଛନ୍ତି। ନିଜାମାବାଦରେ ଶୁକ୍ରବାର ହେବାକୁ ଥିବା ବିକ୍ଷୋଭ ସଭାରେ ସବୁ ଦଳର ନେତାଙ୍କୁ ଆମନ୍ତ୍ରଣ କରିବା ଲାଗି କେସିଆର୍‌ ମିଳିତ ମୁସଲମାନ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିଙ୍କୁ ପରାମର୍ଶ ଦେଇଛନ୍ତି। ଓଓ୍ବାଇସିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଟିଆର୍‌ଏସ୍‌, କଂଗ୍ରେସ ଓ ବାମଦଳର ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଛି। ସମସ୍ତ ବିକ୍ଷୋଭ କାର୍ଯ୍ୟକ୍ରମରେ ଏହି ଦଳଗୁଡିକ ଏକାଠି ଭାଗନେବେ। ସମଭାବାପନ୍ନ ଦଳଗୁଡ଼ିକୁ ଏକାଠି କରିବାରେ କେସିଆର୍‌ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ହାତ ମିଳାଇବେ କି ବୋଲି ପ୍ରଶ୍ନ ହେବାରୁ ଏହା ଟିଆର୍‌ଏସ୍‌ ମୁଖ୍ୟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ଓଓ୍ବାଇସି କହିଥିଲେ।
ସାରା ଦେଶରେ ଏନ୍‌ଆର୍‌ସି ଲାଗୁକରିବା ପାଇଁ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ଯୋଜନା ଚଳାଇଥିବାବେଳେ ଏନ୍‌ପିଆର୍‌ ଏଥିପାଇଁ ପ୍ରଥମ ପଦକ୍ଷେପ ବୋଲି ମୁସଲମାନ ପ୍ରତିନିଧିଦଳ କେସିଆର୍‌ଙ୍କୁ କହିବା ସହ ଏହାକୁ ରାଜ୍ୟରେ ଲାଗୁ ନ କରିବା ପାଇଁ ଅନୁରୋଧ କରିଥିଲେ। ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ମଧ୍ୟରେ କୌଣସି ସମ୍ପର୍କ ନାହିଁ କହି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ କହିଛନ୍ତି। ଏନେଇ ସେ ପାର୍ଲାମେଣ୍ଟରେ ସରକାରଙ୍କ ବିବୃତି ଏବଂ ପିଆଇବି ଇସ୍ୟୁ କରିଥିବା ପ୍ରେସ୍‌ ବିଜ୍ଞପ୍ତି ସମ୍ପର୍କରେ କେସିଆର୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନ୍‌ପିଆର୍‌, ଏନ୍‌ଆର୍‌ସି ଏବଂ ନାଗରିକ ସଂଶୋଧନ ଆଇନ (ସିଏଏ) ପରସ୍ପର ସହ ସମ୍ପୃକ୍ତ। ପୂର୍ବରୁ ଏନ୍‌ପିଆର୍‌ କାର୍ଯ୍ୟକାରୀ କଲାବେଳେ ଏହା ସହିତ ନାଗରିକତ୍ୱକୁ ସଂଯୋଗ କରାଯାଉ ନ ଥିଲା ବୋଲି ହାଇଦ୍ରାବାଦ ଏମ୍‌ପି କହିଛନ୍ତି।
୨୦୧୧ରେ ଉପା ସରକାର ବେଳେ ଏନ୍‌ପିଆର୍‌ର ସୃଷ୍ଟି ହୋଇଥିଲା ଏବଂ ଏହା ସହିତ ଏନ୍‌ଆର୍‌ସିର କୌଣସି ସମ୍ପର୍କ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିବା ସତ୍ତ୍ୱେ ବିରୋଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବାରେ କୌଣସି ସୁଯୋଗକୁ ହାତଛଡ଼ା କରିନାହାନ୍ତି। ୨୦୧୧ର ଏନ୍‌ପିଆର୍‌ ଏବଂ ବର୍ତ୍ତମାନର ଏନ୍‌ପିଆର୍‌ ସମ୍ପୂର୍ଣ୍ଣ ଭିନ୍ନ ବୋଲି କଂଗ୍ରେସ କହିଛି। ଏନ୍‌ଆର୍‌ସିକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ସରକାର ଏନ୍‌ପିଆର୍‌ ଆଣିଥିବା ବିରୋଧୀ ଦଳ କହିଛି।
ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ପ୍ରତି ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଏନ୍‌ପିଆର୍‌ର ଲକ୍ଷ୍ୟ। ସରକାରଙ୍କ ପାଇଁ ନୀତି ନିର୍ଦ୍ଧାରଣ ଏବଂ ଗବେଷଣାରେ ଏହା ସହାୟକ ହୋଇପାରିବ। ଏଥିପାଇଁ ବ୍ୟକ୍ତିଙ୍କୁ ତଥ୍ୟ ସମ୍ପର୍କରେ ପଚରାଯିବ, କୌଣସି ପ୍ରମାଣ ମଗାଯିବ ନାହିଁ। ତେଣୁ ଏନ୍‌ପିଆର୍‌ ନାଗରିକତ୍ୱ ସମ୍ପର୍କରେ ନିଷ୍ପତ୍ତି ନେବ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି।
ଏନ୍‌ପିଆର୍‌ର ଏନ୍‌ଆର୍‌ସି ସହ କୌଣସି ସମ୍ପର୍କ ନ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସ୍ପଷ୍ଟ କରିବା ସତ୍ତ୍ୱେ ସେଥିରେ ଥିତ୍ବା କେତେକ ମାନଦଣ୍ଡକୁ ନେଇ କଂଗ୍ରେସ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛି। ସିଏଏ ଏବଂ ଏନ୍‌ଆର୍‌ସିକୁ ନେଇ ଆନ୍ଦୋଳନ ଜାରି ରହିଥିବାବେଳେ ଏନ୍‌ପିଆର୍‌କୁ ନେଇ ଏକ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ଏନ୍‌ପିଆର୍‌ କାର୍ଯ୍ୟକାରୀ ନ କରିବା ପାଇଁ କେତେକ ଅଣଭାଜପା ଶାସିତ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri