Posted inଖେଳ

ଏଥର ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ୩୫ ପାର୍‌ କ୍ରିକେଟରଙ୍କ ଜଲଓ୍ବା

ଇଂଲଣ୍ଡ, ୧୯।୫: ବିଶ୍ୱର ଶ୍ରେଷ୍ଠ ୧୦ଟି ଟିମ୍‌କୁ ନେଇ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ୱକପ୍‌। ମେ ୩୦ରୁ ଆରମ୍ଭ ହେଉଥିବା ଏହି ମହାକୁମ୍ଭରେ ଯୁବ କ୍ରିକେଟରଙ୍କ ପ୍ରତିଭାର ପ୍ରଦର୍ଶନ ତ ଦେଖିବାକୁ ମିଳିବ, ଏହାସହ ସେହି ଖେଳାଳିଙ୍କ ଦମ ମଧ୍ୟ ଦେଖିବାକୁ ମିଳିବ ଯେଉଁମାନଙ୍କ ବୟସ ୩୫ ପାର୍‌ କରି ସାରିଛି। ସବୁ ଦଳରେ ରହିଛି ଯୁବ ଓ ବୟୋଜେଷ୍ଠ ଖେଳାଳିଙ୍କ ମିଶ୍ରଣ। ଯୁବ ଖେଳାଳି ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ଉତ୍ସୁକ ଥିବାବେଳେ ସେହିପରି ପୁରୁଖା ଖେଳାଳିଙ୍କ ଜଲଓ୍ବା ବି କିଛି କମ୍‌ ହେବ ନାହିଁ। ବହୁ ହେଭିଓ୍ବେଟ୍‌ କ୍ରିକେଟର ୩୫ ପାର୍‌ କରି ସାରିଲେଣି। ବୋଧହୁଏ ଏଥର କ୍ରିକେଟ ମହାକୁମ୍ଭ ତାଙ୍କ ପାଇଁ ଶେଷ ହୋଇପାରେ। ଏହିସବୁ ବୟସ୍କଙ୍କ ଭିତରେ ପ୍ରଥମେ ଅଛନ୍ତି ଓ୍ବେଷ୍ଟଇଣ୍ଡିଜ୍‌ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌। ବୟସ ୩୯ ପାର୍‌ କରିଥିଲେ ସୁଦ୍ଧା ଗେଲ୍‌ଙ୍କ ପ୍ରହାରରେ ଆଜିବି ଧରାଶାୟୀ ହୋଇପଡନ୍ତି ବିପକ୍ଷ। ଲମ୍ବା ଲମ୍ବା ଛକା ମାରିବାରେ ମାହିର ଗେଲଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୫୧୭ଟି ଛକା ରହିଛି। ଏଥିମଧ୍ୟରୁ ୩୧୪ଟି ଛକା ସେ ଏକଦିବସୀୟ କ୍ରିକେଟ ମାରିଛନ୍ତି। ସେହିପରି ଭାରତର ମିଷ୍ଟର କୁଲ୍‌ ମହେନ୍ଦ୍ର ସିଂ ଧୋନୀ ଚତୁର୍ଥ ତଥା ସମ୍ଭବତଃ ଶେଷଥର ପାଇଁ ବିଶ୍ୱକପରେ ଜଲଓ୍ବା ଦେଖାଇବେ। ବ୍ୟାଟିଂ ହେଉ ବା ଷ୍ଟମ୍ପିଂରେ ୩୭ ବର୍ଷୀୟ ମାହି ରଣନୀତି ପ୍ରସ୍ତୁତ କରିବାରେ ଏକଦମ ମାହିର। ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ତାଙ୍କ ଦେଶର ବିଶ୍ୱକପ୍‌ ଟିମର ସବୁଠୁ ବୟସ୍କ ଖେଳାଳି ତାଙ୍କ ବୟସ ଏବେ ୪୦। କିନ୍ତୁ ସେ ଦଳର ପ୍ରମୁଖ ସ୍ପିନର ଭାବେ ଗଣା ହେଉଛନ୍ତି। ଏ ବୟସରେ ବି ତାଙ୍କର ଲେଗ୍‌ ସ୍ପିନ୍‌ ପ୍ରତି ଉତ୍ସାହ କାଏମ ରହିଛି। ଇମ୍ରାନଙ୍କୁ କ୍ଲାସିକ୍‌ ସ୍ପିନର୍‌ ବୋଲି ମଧ୍ୟ କୁହାଯାଏ। ତାଙ୍କ ଯାଦୁ ଚାଲିରେ ଦକ୍ଷିଣ ଆଫ୍ରିକା ଇଂଲଣରେ ଇତିହାସ ରଚିପାରେ ବୋଲି କ୍ରିକେଟ ପଣ୍ଡିତମାନେ କହୁଛନ୍ତି। ପାକିସ୍ତାନର ଅଲରାଉଣ୍ଡର ସୋଏବ ମଲିକ ମଧ୍ୟ ଏଥର ଶେଷ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ୩୭ବର୍ଷୀୟ ମଲିକ ଗତ କିଛି ମ୍ୟାଚରେ ପାକିସ୍ତାନ ପାଇଁ ଭଲ ଫିନିସର୍‌ ଭାବେ ପ୍ରମାଣିତ ହୋଇଆସିଛନ୍ତି। ମିଡିଲ ଅର୍ଡରକୁ ଦୃଢତା ଦେବା ସହ ଟିମରେ ସନ୍ତୁଳନ କାଏମ ରଖିବାର କାମ କରନ୍ତି। ଶ୍ରୀଲଙ୍କର ଦ୍ରୁତ ବୋଲର ଲାସିଥ୍‌ ମାଲିଙ୍ଗା ମଧ୍ୟ ଏଥର ଶେଷ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ୩୭ ବର୍ଷୀୟ ମାଲିଙ୍ଗାଙ୍କ ପ୍ରଦର୍ଶନ ଆଇପିଏଲରେ ଭଲ ରହିଛି। ଏଥର ବିଶ୍ୱକପ୍‌ରେ ବି ସେ ଶ୍ରୀଲଙ୍କାର ଟ୍ରମ୍ପକାର୍ଡ ପ୍ରମାଣିତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri