ଏଡିଏମ୍‌ଙ୍କ ହସ୍ତକ୍ଷେପ ଲୋଡ଼ିଲେ ପ୍ରଭାବିତ ପରିବାର

ସୁକିନ୍ଦା, ୯ା୨(ଡି.ଏନ୍‌.ଏ.): ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରେ ଖଣି ଖାଦାନ ସଂଲଗ୍ନ ଅଞ୍ଚଳର ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବରେ ପ୍ରଭାବିତ ହେଉଥିବା ଲୋକମାନଙ୍କ ଜୀବନ ଧାରଣ ମାନର ପରିବର୍ତ୍ତନ ସହ ସେମାନଙ୍କ ଜୀବନଜିବିକାକୁ ସୁଦୃଢ ଓ ସୁନିଶ୍ଚିତ କରିବାର ପ୍ରାବଧାନ ରହିଛି। ତେବେ ଏହି ନିୟମର ଖୋଲା ଉଲ୍ଲଂଘନ ହେଉଛି ଖଣି ପ୍ରଭାବିତ ସୁକିନ୍ଦା ଅଞ୍ଚଳରେ। ଲୋକଙ୍କ ଜୀବନ ଜୀବିକାକୁ ଉଜାଡି ଡିଏମ୍‌ଏଫ୍‌ ପାଣ୍ଠିରେ ର୍ନିମାଣ ହେବାକୁ ଯାଉଛି ମାର୍କେଟ କମ୍ପ୍ଲେକ୍ସ ଓ ଯାତ୍ରା ପଡ଼ିଆର ସୌନ୍ଦର୍ଯ୍ୟକରଣ। ଯାହାକୁ ନେଇ ପ୍ରଭାବିତ ପରିବାର ଶୁକ୍ରବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳ(ଏଡିଏମ୍‌)ଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିବା ପରେ ଡିଏମ୍‌ଏଫ୍‌ ପାଣ୍ଠିର ସଫଳ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକାଶ ଯେ, ଡିଏମ୍‌ଏଫ୍‌ ଫାଣ୍ଠିରୁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରି ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ ପିମ୍ପୁଡ଼ିଆ(ଅର୍ଜୁନଝର) ସୀମାନ୍ତରେ ମାର୍କେଟ କମ୍ପ୍ଲେକ୍ସ ଓ ଯାତ୍ରା ପଡ଼ିଆ ନିର୍ମାଣ ନିମନ୍ତେ ବିନା ଟେଣ୍ଡରରେ କାର୍ଯ୍ୟ କରିବାକୁ ବିଦ୍ଧିବଧ ଯୋଜନା ଚାଲିଛି। ସ୍ଥାନୀୟ ବିଧାୟକଙ୍କୁ ଆୟୁଧ କରି ପିମ୍ପୁଡିଆ ସରପଞ୍ଚ ମନରମା ନାୟକଙ୍କ ସ୍ବାମୀ ସୁକାନ୍ତ କୁମାର ନାୟକ ପଞ୍ଚାୟତର କିଛି ଛାମୁଆନେତାଙ୍କୁ ଧରି ଏହି ଯୋଜନା କରୁଛନ୍ତି। ଯାହାଫଳରେ ଦୀର୍ଘ ଦିନରୁ ଏଠାରେ ପାନ, ଜଳଖିଆ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ତଫସିଲଭୁକ୍ତ ଜାତି, ଜନଜାତି, ପଛୁଆବର୍ଗର କ୍ଷୁଦ୍ର ବ୍ୟବସାୟୀମାନେ ଏବେ ବେସାହାର ହେବାକୁ ଯାଉଛନ୍ତି। ସେମାନଙ୍କୁ ପ୍ରୋତ୍ସାହନ ଦେବା ପରିବର୍ତ୍ତେ ସେମାନଙ୍କ ଦୋକାନ ଭାଙ୍ଗିବାକୁ ଚାପ ପ୍ରୟୋଗ କରାଯାଉଛି। ଏପରି କି ଜାତିଗତ ଆକ୍ଷେପ କରି ବିଭିନ୍ନ ଅଶାଳୀନ ମନ୍ତବ୍ୟ ଦିଆଯାଉଛି। ତେଣୁ ଏହି ଘଟଣାରେ ହସ୍ତକ୍ଷେପ କରି ସେମାନଙ୍କ ଜୀବନ ଜୀବିକାକୁ ସୁରକ୍ଷା ଦେବାକୁ ପ୍ରଭାବିତ ବ୍ୟବସାୟୀ ଓ ଲୋକମାନେ ପ୍ରଥମେ ସୁକିନ୍ଦା ତହସିଲଦାରଙ୍କୁ ଅବଗତ କରିଥିଲେ। ଏବେ ପୁଣି କଳିଙ୍ଗନଗର ଏଡିଏମ୍‌ ସନ୍ତୋଷ କୁମାର ମିଶ୍ରଙ୍କ ନିକଟରେ ପ୍ରଭାବିତ ହେବାକୁ ଥିବା ସୁକିନ୍ଦା ବ୍ଲକ ଅର୍ଜୁନଝର ଗ୍ରାମର ରମେଶ ପାତ୍ର, ମନ୍ଦଦରି ପାତ୍ର, ଜାନକୀ ମୁଣ୍ଡା, ଅଞ୍ଜଳି ପାତ୍ର, ଦିଲ୍ଲୀପ ପାତ୍ର, ପ୍ରଭାକର ପାତ୍ର ପ୍ରମୁଖ ଲିଖିତ ଅଭିଯୋଗ କରି ହସ୍ତକ୍ଷେପ ଲୋଡିଛନ୍ତି। ଏସମ୍ପର୍କରେ ଏଡିଏମ୍‌ ସନ୍ତୋଷ କୁମାର ମିଶ୍ର କହିଛନ୍ତି ଯେ, ଯଦି କାହା ଉପରେ ଚାପ ପ୍ରୟୋଗ କରାଯାଉଛି ତେବେ ସେମାନେ ପୋଲିସର ସହଯୋଗ ନେଇପାରିବେ। ଏପରି କି ଡିଏମ୍‌ଏଫ୍‌ ପାଣ୍ଠି ନେଇ କୌଣସି ବ୍ୟତିକ୍ରମ ଥିଲେ ଜିଲାପାଳଙ୍କୁ ଅବଗତ କରାଯାଇ ପାରିବ। ଏହ ସତ୍ତ୍ୱେ ଲୋକଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ବ୍ୟାପିଲା ଝାଡାବାନ୍ତି, ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ପୁରୀ,୨୭।୪: ପୁରୀରେ ବ୍ୟାପିଲା ଝାଡାବାନ୍ତି। ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପିଲା ଝାଡାବାନ୍ତି। ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ...

ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ

ଜଗତ୍‌ସିଂହପୁର,୨୭ା୪(ପ୍ରମୋଦ କୁମାର ନାୟକ): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଚିରଞ୍ଜୀବ ବିଶ୍ୱାଳ ବିନା ସର୍ତ୍ତରେ ବିଜେଡିରେ ମିଶିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର...

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri