ଏକ୍ସ-ରେ

ମେଡିକାଲ ସାଇନ୍ସରେ ଏକ୍ସ-ରେର ବ୍ୟବହାର ଯେ କେତେ ଗୁରୁତ୍ୱପୂର୍ଣ୍ଣ
ସେକଥା ସମସ୍ତେ ଜାଣନ୍ତି। ହେଲେ ଏହା ବ୍ୟତୀତ
ଏହାର ଅନ୍ୟ ବ୍ୟବହାର, ଉଦ୍ଭାବନ ଏବଂ ଏହା ସମ୍ପର୍କରେ ଆସନ୍ତୁ
ଜାଣିବା କିଛି ଅଜଣା କଥା…

ବୈଜ୍ଞାନକ ଓ୍ବିଲ୍‌ହେମ ରୋଣ୍ଟଜେନ୍‌ ୧୮୫୭ରେ ଏକ୍ସ-ରେ ଉଦ୍ଭାବନ କରିଥିଲେ। ସେ ନିଜର ଏକ ପରୀକ୍ଷଣ କରୁଥିବା ସମୟରେ ହଠାତ୍‌ ନିଜ ହାତ ହାଡର ଛବି କାନ୍ଥରେ ପ୍ରତିଫଳିତ ହେଉଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ପ୍ରକ୍ରିୟାକୁ ପୁନଃ ବ୍ୟବହାର କରି ସେ ଉକ୍ତ ଛବିକୁ ଫଟୋଗ୍ରାଫିକ୍‌ ପ୍ଲେଟ୍‌ରେ ବାହାର କରିବାରେ ସଫଳ ହେଲେ। ସେ ଏହାର ନାମ ଏକ୍ସ-ରେ ରଖିଲେ। ଆଉ ଏହି ଉଦ୍ଭାବନ ଲାଗି ତାଙ୍କୁ ଫିଜିକ୍ସ କ୍ଷେତ୍ରରେ ପ୍ରଥମ ନୋବେଲ ପୁରସ୍କାର ପ୍ରାପ୍ତ ହେଲା।
ସମୟରେ ସେ ନିଜ ପତ୍ନୀ ଆନ୍ନା ବେର୍‌ଥାଙ୍କ ଓ୍ବେଡିଙ୍ଗ୍‌ ରିଙ୍ଗ୍‌ ସହିତ ହାତ ପାପୁଲିର ଏକ୍ସ-ରେ କରିଥିଲେ। ଏହା ସହିତ ଅନ୍ୟ କେତେକ ଏକ୍ସ-ରେ ବର୍ତ୍ତମାନ ବ୍ରିଟିଶ୍‌ ଲାଇବ୍ରେରୀରେ ରହିଛି।
୧୯୩୦ରୁ ୧୯୫୦ ପର୍ଯ୍ୟନ୍ତ ଅନେକ ଜୋତା ଦୋକାନରେ ପାଦର ଠିକ୍‌ ମାପ ଜାଣିବା ଲାଗି ଏହାକୁ ବ୍ୟବହାର କରାଯାଉଥିଲା।
ଗବେଷଣାରେ ମଧ୍ୟ ଏକ୍ସ-ରେ କୌଶଳର ବିଶେଷ ସାହାଯ୍ୟ ନିଆଯାଇଥାଏ। ୧୯୯୯ରେ ନାସା ପକ୍ଷରୁ କଲମ୍ବିଆ ସ୍ପେସ୍‌ ଶଟଲ୍‌ ବାହାରେ ଚନ୍ଦ୍ର ଏକ୍ସ-ରେ ଅବ୍‌ଜରଭେଟୋରୀ ଦ୍ୱାରା ବ୍ଲାକ୍‌ ହୋଲ୍‌ର ସନ୍ଧାନ ମିଳିଥିଲା।
ସୃଷ୍ଟ ବିକିରଣ ସୂର୍ଯ୍ୟାଲୋକରୁ ଆସୁଥିବା ବିକିରଣ ତୁଳନାରେ ଅଧିକ ଶକ୍ତିଶାଳୀ। ଅର୍ଥାତ୍‌ ମଣିଷ ଛାତିରେ ଥରେ କରାଯାଉଥିବା ସିଟି ସ୍କାନ ପ୍ରାୟ ଦୁଇ ବର୍ଷ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସୁଥିବା ବିକିରଣ ସହିତ ସମାନ। ତେଣୁ ପ୍ରଥମେ ଲୋକେ ଏହାର ବ୍ୟବହାର ସମ୍ପୂର୍ଣ୍ଣ ନିରାପଦ ବୋଲି ଭାବୁଥିଲେ। ହେଲେ ୧୯୦୪ରେ ବୈଜ୍ଞାନିକ ଥୋମାସ୍‌ ଏଡିଶନ୍‌ଙ୍କ ସହଯୋଗୀ କ୍ଲାରେନ୍ସ ଡାଲି ଦୀର୍ଘ ସମୟ ଧରି ଏକ୍ସ-ରେ କାମ କରି ସ୍କିନ୍‌ କ୍ୟାନ୍ସରରେ ମୃତ୍ୟୁବରଣ କରିବା ଦ୍ୱାରା ସମସ୍ତେ ଏହାର ନକାରାତ୍ମକ ଦିଗ ସମ୍ପର୍କରେ ସଚେତନ ହେଲେ।
ଗବେଷଣା ମୁତାବକ ଆମେରିକାରେ ଥିବା ସମସ୍ତ କ୍ୟାନ୍ସର ରୋଗୀଙ୍କ ମଧ୍ୟରୁ ୦.୪ ଭାଗଙ୍କଠାରେ ଏହି ରୋଗ ସିଟି ସ୍କାନ ଯୋଗୁ ହେଉଛି।
ଏହା ସଂସ୍ପର୍ଶରେ ଅଧିକ ଆସିବା ଦ୍ୱାରା କ୍ୟାନ୍ସର ଆଶଙ୍କା ଅଧିକ, ହେଲେ ବର୍ତ୍ତମାନ ମେଡିକାଲ ସାଇନ୍ସରେ କ୍ୟାନ୍ସର ଆରୋଗ୍ୟ ଲାଗି ଏହାକୁ ବ୍ୟବହାର କରାଯାଉଛି। ବିଶେଷ କରି କ୍ୟାନ୍ସର ଆଶଙ୍କା ବଢାଉଥିବା ଅନାବଶ୍ୟକ କଳାଜାଇ ବାହାର କରିବା ହେଉ କିମ୍ବା ଟ୍ୟୁମର ଟିସୁ ନଷ୍ଟ କରିବା ପାଇଁ ରେଡିଓ ଥେରାପି ଲାଗି ଏକ୍ସ-ରେ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ହର୍ମୁଜକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘କାଙ୍ଗାଳ ହୋଇଗଲାଣି ଇରାନ’

ଓ୍ବାଶିଂଟନ,୨୭।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡି.ସି. ଠାରେ ହର୍ମୁଜ ପ୍ରଣାଳୀ (Strait of Hormuz) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଟ୍ରମ୍ପ ଦାବି…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଚେତାବନୀ: ବଙ୍ଗୋପସାଗରରେ ନୂଆ ଲଘୁଚାପ ବଳୟ! ଏସବୁ ଜିଲାରେ…

ଭୁବନେଶ୍ୱର, ୨୭ା୯: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳ ଉପରେ ଆଜି ଏକ ଲଘୁଚାପ…

PM Modi Mann Ki Baat: ୧୩୮ତମ ସଂସ୍କରଣରେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଉଲ୍ଲେଖ କଲେ ମୋଦି

ନୂଆଦିଲ୍ଲୀ,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୭ ସେପ୍ଟେମ୍ବର) ନିଜର ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମର ୧୩୮ତମ…

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?