ଏଇ ଭାରତରେ

ଗତ ୪ଶହ ବର୍ଷ ଧରି ମଧ୍ୟପ୍ରଦେଶର ରାଜଗଡ଼ ଜିଲା ସଙ୍କ୍‌ ଶ୍ୟାମ୍‌ ଜୀ ଗାଁରେ କୌଣସି ଶିଶୁଙ୍କ ଜନ୍ମ ହୋଇନି। ଭୋପାଳଠାରୁ ଏହି ଗାଁର ଦୂରତା ପ୍ରାୟ ୧୩୦ କିଲୋମିଟର। ପ୍ରସବ ସମୟ ହେଲେ ଗର୍ଭବତୀ ମହିଳାଙ୍କୁ ଗାଁ ବାହାରେ ଥିବା ଏକ ଘରକୁ ନିଆଯାଇଥାଏ, ଯାହାକି କେବଳ ପ୍ରସବ ପାଇଁ ନିର୍ମିତ ହୋଇଛି। ଗାଁ ଉପରେ ଏକ ଅଭିଶାପ ରହିଛି। ଏଠାରେ ପ୍ରସବ ହେଲେ ମା’ କିମ୍ବା ଶିଶୁଙ୍କର ମୃତ୍ୟୁ ଘଟିଥାଏ। ନଚେତ୍‌ ଶିଶୁ ବିକଳାଙ୍ଗ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି। ଏହା ପଛର ଅଜଣା ରହସ୍ୟ କ’ଣ ତାହା ଗ୍ରାମବାସୀଙ୍କୁ ଜଣାନାହିଁ। ତେବେ ଏଭଳି ଘଟଣା ୧୬୦୦ ମସିହାରୁ ବାରମ୍ବାର ଘଟିବାରୁ ଶେଷରେ ଗାଁରେ ପ୍ରସବକୁ ବାରଣ କରାଯାଇଛି। ଏହି ପରମ୍ପରା ଏବେ ଏଠାରେ ଜାରି ରହିଛି। ଗାଁର ୯୦ ପ୍ରତିଶତ ପ୍ରସବ ହସ୍ପିଟାଲରେ ହୋଇଥାଏ। ଅତି ଜରୁରୀ କ୍ଷେତ୍ରରେ ଗାଁ ବାହାରେ ଥିବା ପ୍ରସବ ଘରେ ଶିଶୁ ଜନ୍ମ ନେଇଥାନ୍ତି। ଗାଁରେ ଆମିଷ ଓ ମଦ୍ୟପାନକୁ ମଧ୍ୟ ବାରଣ କରାଯାଇଛି। ଅଜଣା ଅଭିଶାପ ଯୋଗୁ ତାଙ୍କ ଗାଁରେ କେହି ମଦ୍ୟ କିମ୍ବା ଧୂମପାନ କରି ନ ଥାନ୍ତି। ଏହା ଗାଁ ପାଇଁ ବରଦାନ ପାଲଟିଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri