ଏଇ ଭାରତରେ

ପ୍ରେମ ଦୁଇ ଆତ୍ମାର ମିଳନ ଘଟାଏ। ଏଥିରେ ଲିଙ୍ଗଗତ ଭେଦଭାବ କିଛି ନ ଥାଏ। ଏ କଥା ବୁଝିଛନ୍ତି କୋଲକାତାର ଦୁଇ କିନ୍ନର ତିସ୍ତା ଦାସ (ଟ୍ରାନ୍ସଓମ୍ୟାନ୍‌) ଏବଂ ଦୀପନ ଚକ୍ରବର୍ତ୍ତୀ (ଟ୍ରାନ୍ସମ୍ୟାନ୍‌)। ଅଗଷ୍ଟ ୮ ତାରିଖରେ ସେମାନେ ପାରମ୍ପରିକ ବିଧିବିଧାନ ମତେ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ନିଜସ୍ବ କ୍ଷେତ୍ରରେ ସୁପ୍ରତିଷ୍ଠିତ। କୋଲକାତାର ବାସିନ୍ଦା ତିସ୍ତା କେତୋଟି ପ୍ରାମାଣିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଦୀପନ ହେଉଛନ୍ତି ଆସାମର ବାସିନ୍ଦା ତଥା ବ୍ୟବସାୟୀ। ସେ କୋଲକାତାସ୍ଥିତ ସେଣ୍ଟର ଫର କନସଲଟେଶନ୍‌କୁ ଆସିଥିବାବେଳେ ଦୁହିଁଙ୍କର ସାକ୍ଷାତ୍‌ ହୋଇଥିଲା। ତା’ପରଠୁ ଦୁହେଁ ପରସ୍ପରକୁ ଭଲପାଇ ବସିଥିଲେ। ତିସ୍ତା ଦାସ ବର୍ତ୍ତମାନ ବିବାହ ଆୟୋଜନ କରିବାରେ ବ୍ୟସ୍ତ ଥିବାବେଳେ ନିମନ୍ତ୍ରଣପତ୍ର ମଧ୍ୟ ଛପା ସରିଲାଣି। ଯେଉଁମାନେ ଲିଙ୍ଗଗତ-ଅଧିକାରରେ ସମାନତା ଉପରେ ବିଶ୍ୱାସ କରନ୍ତି, ସେମାନେ ଏହି ବିବାହ ଉତ୍ସବରେ ଯୋଗଦେବା ଉଚିତ ବୋଲି ସେ ମତ ଦେଇଛନ୍ତି। ଉଭୟ ଅତୀତରେ ସେକ୍ସ ରିଆସାଇନ୍‌ମେଣ୍ଟ ସର୍ଜରି (ଏସ୍‌ଆରଏସ୍‌) କରାଇ ସାରିଛନ୍ତି। ଦୁହେଁ ବିବାହ ନିମନ୍ତ୍ରଣପତ୍ରରେ ସମକାମୀ ମହିଳା ଓ ସମକାମୀ ପୁରୁଷ ବିବାହ ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଉକ୍ତ ଦମ୍ପତି ଉତ୍ତର ୨୪ ପ୍ରଗଣା ଜିଲାର ଆଗରପଡାଠାରେ ଏକ ରିସେପ୍ସନ ପାର୍ଟି ଆୟୋଜନ କରିବେ। ଉକ୍ତ କିନ୍ନର ବିବାହ ପାଇଁ ବର୍ତ୍ତମାନ ସବୁଠି ଚର୍ଚ୍ଚା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଥର ମରୁଭୂମି ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ପରଦା ପ୍ରଥାର ପ୍ରଭାବ ଅଛି। ମହିଳାମାନେ ସମ୍ପୂର୍ଣ୍ଣ ଶିକ୍ଷା ସ୍ବାଧୀନତା ପାଇପାରିନାହାନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଜୟସାଲମେରର…

ହୁକେ ହୋ, ଏକ ସାମୂହିକ ସ୍ବର

ଏ ବର୍ଷ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ମଣିଷ, ବୃକ୍ଷଲତା, ପଶୁପକ୍ଷୀ ସମସ୍ତ ସଜୀବ ଦହଗଞ୍ଜ ହେଉଛନ୍ତି। ପିଇବା ପାଇଁ ମୁନ୍ଦାଏ ପାଣି ନାହିଁ। ନଈ, ନାଳ…

ଧର୍ମ ସଙ୍କଟ

ଇଂଲିଶ ଶବ୍ଦ ରିଲିଜିଅନ ଅର୍ଥରେ ନ ନେଲେ ଧର୍ମ ସଙ୍କଟର ଅର୍ଥ ହେଉଛି ନୈତିକତାର ଦ୍ୱନ୍ଦ୍ୱ – ଆମ ଚିନ୍ତାଧାରାର ଭିତ୍ତି। ବର୍ଷା ଆସିଗଲା ମାନେ ପୋକ…

ଅସରପା ଗୋଟେ ଚଢ଼େଇ

କକ୍‌ରୋଚ ବା ଅସରପା ଏକ ପତଙ୍ଗ। ପରମାଣୁ ବିସ୍ଫୋରଣରେ ମଧ୍ୟ ତା’ର ମୃତ୍ୟୁ ଘଟେନାହିଁ। ଯେତେ ଅପରିଷ୍କାର ସ୍ଥାନ ସେଠାରେ ସେତିକି ଅସରପାର ବଂଶବୃଦ୍ଧି ଘଟିଥାଏ। ଓଡ଼ିଆରେ…

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ହିଂସାରୁ ହିଂସା

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍‌ପି ତଥା ମମତା ବାନାର୍ଜୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri