ଏଇ ଭାରତରେ

ଏକ ବିକଶିତ ପର୍ଯ୍ୟଟନସ୍ଥଳୀକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସିବା ଏକ ସାଧାରଣ କଥା। କିନ୍ତୁ ହିମାଚଳ ପ୍ରଦେଶର ଗୋଟିଏ ନିପଟ ସଫସଲ ଗାଁ କିୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ନିଶ୍ଚିତ ଭାବେ ଏକ ଭିନ୍ନ ଦିଗକୁ ସୂଚିତ କରେ। ଏହି ଦିଗଟି ହେଉଛି, ଗାଁରେ ପୁରାତନ ଘରେ ରହିବା ଓ ଜଣେ ଚାଷୀଙ୍କ ଦ୍ୱାରା ବିକଶିତ ଫାର୍ମର ସୌନ୍ଦର୍ଯ୍ୟ ତଥା ବ୍ୟବସ୍ଥାକୁ ଉପଭୋଗ କରିବା। ୨୦୧୬ରେ କୁନ୍ଦନ ଓ ତାଙ୍କ ପରିବାର ଅତିଥିମାନଙ୍କୁ ତାଙ୍କର ଶହେ ବର୍ଷର ପୁରୁଣା ଘରେ ରଖିବାର ନିଷ୍ପତ୍ତି ନେଇଥିଲେ। ପ୍ରଥମେ ଜଣେ କି ଦୁଇଜଣ ଅତିଥି ପର୍ଯ୍ୟଟକ ଆସୁଥିବାବେଳେ ଏବେ ଏହା ଅନେକ ଶହରେ ପହଞ୍ଚିଲାଣି। ଘରେ ରହିବା ପାଇଁ ଦିନକୁ ୧୦୦୦ ଟଙ୍କା ଦେୟ ସ୍ଥିର କରିଛନ୍ତି। ଅଷ୍ଟ୍ରେଲିଆ, ଜର୍ମାନୀ, ଇଟାଲୀ ଏବଂ ଫିଲିପାଇନ୍ସରୁ ଅଧିକ ପର୍ଯ୍ୟଟକ ଆସି ଫାର୍ମକୁ ଉପଭୋଗ କରୁଛନ୍ତି। ଫାର୍ମରେ ସେଓ ବଗିଚା ରହିଛି। ଏହା ସହ ସେଠାରେ ଗହମ ଓ ଡାଲିଜାତୀୟ ଫସଲ ଉତ୍ପାଦନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri