ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର ପରିବେଶ ଉପଯୋଗୀ ତଥା ବିଘଟନଯୋଗ୍ୟ ଭେଗାନ ଲେଦର (ଗଛରୁ ପ୍ରସ୍ତୁତ ଶୁଦ୍ଧ ଚମଡ଼ା) ପ୍ରସ୍ତୁତ କରୁଛନ୍ତି। ଗୁଆ ଗଛର ପତ୍ର, ଖୋଳପା ଓ ଗଣ୍ଡିରୁ ଫାଇବର ବା ତନ୍ତୁ ବାହାର କରି ତାହାକୁ ଶୁଖାଯାଇ ସେଥିରୁ ଶତ ପ୍ରତିଶତ ବିଘଟନ ଯୋଗ୍ୟ ତଥା ଭେଗାନ ଲେଦର ତିଆରି କରାଯାଉଛି। ୨୦୨୦ରେ ସୁରେଶ ତାଙ୍କ ସ୍ତ୍ରୀ ସହ ‘ଭୂମି’ ସଂସ୍ଥା ଆରମ୍ଭ କରି ତା’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ବିଶେଷକରି ନେଦରଲାଣ୍ଡର ତେର୍ଜିଡ ଭେନହୋଭେନ ଇଣ୍ଡଷ୍ଟ୍ରି ସହଭାଗିତାରେ ତାଙ୍କ ଶିଳ୍ପକୁ ଆଗକୁ ବଢାଇପାରିଛନ୍ତି। ସୁରେଶ ୪ଟି ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ସହଯୋଗରେ ଏହି ଲେଦରରୁ ବିଭିନ୍ନ ଉପତ୍ାଦ ତିଆରି କରୁଛନ୍ତି। ମୁଖ୍ୟତଃ ଚପଲ, ବହି କଭର, ଭ୍ୟାନିଟ ବ୍ୟାଗ, ପେନ୍‌ ଷ୍ଟାଣ୍ଡ ଆଦି ଉପତ୍ାଦ ବେଶ୍‌ ଆକର୍ଷଣୀୟ ହୋଇପାରିଛି। ଏହି ସବୁ ଉପତ୍ାଦକୁ କେବଳ ଭାରତରେ ନୁହେଁ ବିଶ୍ୱ ସ୍ତରରେ ପହଞ୍ଚାଇବା ଲାଗି ତାଙ୍କୁ ସୁଯୋଗ ମିଳିଛି, ଯାହାଦ୍ୱାରା ସେ ଦିଲ୍ଲୀରେ ଅନୁଷ୍ଠିତ ଜି୨୦ ସମ୍ମିଳନୀ ଅବସରରେ ହାଇଦ୍ରାବାଦରେ ଏକ ଷ୍ଟଲ୍‌ ମଧ୍ୟ ଖୋଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri