ଏଇ ଭାରତରେ

ଜଳ ସଂରକ୍ଷଣ ଓ ଏହାର ପୁନଃ ବ୍ୟବହାରର ଆବଶ୍ୟକତା ଏବେ ଜରୁରୀ ହୋଇପଡ଼ିଛି। ଏଥିରେ ଯଦି ଆମେ ପ୍ରଭାବୀ ଢଙ୍ଗରେ ପଦକ୍ଷେପ ନ ନେବା ତେବେ ଆଗାମୀ ଦିନରେ ଗମ୍ଭୀର ଜଳାଭାବର ସମ୍ମୁଖୀନ ହେବାକୁ ପଡ଼ିବ। ଏହା ଏବେ ମଧ୍ୟ ଦେଶର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଦେଖାଗଲାଣି। ଏଭଳି ସ୍ଥିତିକୁ ଲକ୍ଷ୍ୟ କରି ଘରେ ବ୍ୟବହୃତ ଜଳକୁ ପୁନଃ ବ୍ୟବହାରକ୍ଷମ କରିବାର ବାଟ ଦେଖାଇଛନ୍ତି ମହାରାଷ୍ଟ୍ରର ଅଭିଜିତ ସାଥେ। ଦେଶର ବିଭିନ୍ନ ସହରରେ ଥିବା ଆପାର୍ଟମେଣ୍ଟଗୁଡ଼ିକରେ ପ୍ରତିଦିନ ଘରୋଇ ଭାବେ ଯଥା ରୋଷେଇ, ଗାଧୁଆ, ବାସନ ଓ ପୋଷାକ ସଫା ଇତ୍ୟାଦିରେ ବ୍ୟବହୃତ ୧.୨୫ ଲକ୍ଷ ଲିଟର ଜଳ (ଗ୍ରେ ଓ୍ବାଟର)କୁ ରିସାଇକ୍ଲିଂ ବା ପୁନଃ ବ୍ୟବହାର ଯୋଗ୍ୟ କରିପାରୁଛନ୍ତି। ଏହାକୁ ପାନୀୟ ବ୍ୟତୀତ ପୁନର୍ବାର ଘର କାର୍ଯ୍ୟରେ ବ୍ୟବହାର କରାଯାଉଛି। ଗ୍ରେ ଓ୍ବାଟର ବ୍ୟବହାର ଫଳରେ ୪୦% ଫ୍ରେଶ୍‌ ଓ୍ବାଟର ବା ବିଶୁଦ୍ଧ ଜଳ ବଞ୍ଚାଯାଇପାରିବ ବୋଲି କହନ୍ତି ଅଭିଜିତ। ସେ ‘ଜଳ ସେବକ’ ସଂସ୍ଥା ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏହି କାର୍ଯ୍ୟ ପରିଚାଳନା କରୁଛନ୍ତି। ଦେଶର ୧୨ଟି ସହରରେ ଏଥିପାଇଁ ଆବଶ୍ୟକ ଉପକରଣ ଲଗାଇପାରିଛନ୍ତି। ଘରୋଇ କାର୍ଯ୍ୟରେ ବ୍ୟବହାର ପରେ ଭାରତରେ ପ୍ରତିଦିନ ୩୧ ବିଲିୟନ ଜଳ ନଷ୍ଟ କରାଯାଇଥାଏ। ଏହାକୁ ଦେଖିଲେ ଜଳର ପୁନଃବ୍ୟବହାର କରିବାରେ ଅଭିଜିତଙ୍କ ପ୍ରୟାସର ପ୍ରାସଙ୍ଗିକତା ଯଥେଷ୍ଟ ରହିଛି ବୋଲି କୁହାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri