ଏଇ ଭାରତରେ

ଜଳ ସଂରକ୍ଷଣ ଓ ଏହାର ପୁନଃ ବ୍ୟବହାରର ଆବଶ୍ୟକତା ଏବେ ଜରୁରୀ ହୋଇପଡ଼ିଛି। ଏଥିରେ ଯଦି ଆମେ ପ୍ରଭାବୀ ଢଙ୍ଗରେ ପଦକ୍ଷେପ ନ ନେବା ତେବେ ଆଗାମୀ ଦିନରେ ଗମ୍ଭୀର ଜଳାଭାବର ସମ୍ମୁଖୀନ ହେବାକୁ ପଡ଼ିବ। ଏହା ଏବେ ମଧ୍ୟ ଦେଶର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଦେଖାଗଲାଣି। ଏଭଳି ସ୍ଥିତିକୁ ଲକ୍ଷ୍ୟ କରି ଘରେ ବ୍ୟବହୃତ ଜଳକୁ ପୁନଃ ବ୍ୟବହାରକ୍ଷମ କରିବାର ବାଟ ଦେଖାଇଛନ୍ତି ମହାରାଷ୍ଟ୍ରର ଅଭିଜିତ ସାଥେ। ଦେଶର ବିଭିନ୍ନ ସହରରେ ଥିବା ଆପାର୍ଟମେଣ୍ଟଗୁଡ଼ିକରେ ପ୍ରତିଦିନ ଘରୋଇ ଭାବେ ଯଥା ରୋଷେଇ, ଗାଧୁଆ, ବାସନ ଓ ପୋଷାକ ସଫା ଇତ୍ୟାଦିରେ ବ୍ୟବହୃତ ୧.୨୫ ଲକ୍ଷ ଲିଟର ଜଳ (ଗ୍ରେ ଓ୍ବାଟର)କୁ ରିସାଇକ୍ଲିଂ ବା ପୁନଃ ବ୍ୟବହାର ଯୋଗ୍ୟ କରିପାରୁଛନ୍ତି। ଏହାକୁ ପାନୀୟ ବ୍ୟତୀତ ପୁନର୍ବାର ଘର କାର୍ଯ୍ୟରେ ବ୍ୟବହାର କରାଯାଉଛି। ଗ୍ରେ ଓ୍ବାଟର ବ୍ୟବହାର ଫଳରେ ୪୦% ଫ୍ରେଶ୍‌ ଓ୍ବାଟର ବା ବିଶୁଦ୍ଧ ଜଳ ବଞ୍ଚାଯାଇପାରିବ ବୋଲି କହନ୍ତି ଅଭିଜିତ। ସେ ‘ଜଳ ସେବକ’ ସଂସ୍ଥା ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏହି କାର୍ଯ୍ୟ ପରିଚାଳନା କରୁଛନ୍ତି। ଦେଶର ୧୨ଟି ସହରରେ ଏଥିପାଇଁ ଆବଶ୍ୟକ ଉପକରଣ ଲଗାଇପାରିଛନ୍ତି। ଘରୋଇ କାର୍ଯ୍ୟରେ ବ୍ୟବହାର ପରେ ଭାରତରେ ପ୍ରତିଦିନ ୩୧ ବିଲିୟନ ଜଳ ନଷ୍ଟ କରାଯାଇଥାଏ। ଏହାକୁ ଦେଖିଲେ ଜଳର ପୁନଃବ୍ୟବହାର କରିବାରେ ଅଭିଜିତଙ୍କ ପ୍ରୟାସର ପ୍ରାସଙ୍ଗିକତା ଯଥେଷ୍ଟ ରହିଛି ବୋଲି କୁହାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri