ଏଇ ଭାରତରେ

ମନ୍ଦିରର ଛଡ଼ାଫୁଲକୁ ବ୍ୟବହାରକରି ପରିବେଶ ଉପଯୋଗୀ ଏୟାର ଫ୍ରେଶ୍‌ନର ତିଆରି କରିଛନ୍ତି ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ(ଆନ୍ଧ୍ରପ୍ରଦେଶ)ର ଛାତ୍ର ରାଜୀବ ଶର୍ମା। ଏହାର ନାମ ରଖିଛନ୍ତି ଆଲିଭ ସ୍ମାର୍ଟ ଏୟାର ଫ୍ରେଶ୍‌ନର। ରାଜୀବ ରହୁଛନ୍ତି ଜାମଶେଦପୁରରେ ଓ ସହରର ୩୦ରୁ ଊର୍ଦ୍ଧ୍ୱ ମନ୍ଦିରରୁ ଫୁଲ ସଂଗ୍ରହକରି ସେ ଏହା ପ୍ରସ୍ତୁତ କରୁଛନ୍ତି। ଗୋଟିଏ ମନ୍ଦିରରୁ ପ୍ରତିଦିନ ଅତିକମ୍‌ରେ ୩ କେଜି ଫୁଲ ସଂଗ୍ରହ ହେଉଛି। ଏବେ ସୁଦ୍ଧା ସେ ୧୫୦୦ କେଜି ଫୁଲ ସଂଗ୍ରହକରି କାମରେ ଲଗାଇସାରିଲେଣି। ଏହି ଫ୍ରେଶ୍‌ନରରେ ପ୍ଲାଷ୍ଟିକ କିମ୍ବା ଅନ୍ୟ କୌଣସି ବିଷାକ୍ତ ତତ୍ତ୍ୱ ରହୁନାହିଁ। ରାଜୀବ ଚୂଡ଼ାନ୍ତ ଉପତ୍ାଦ ନିର୍ମାଣ କରିବା ପୂର୍ବରୁ ୨୦ଟି ପ୍ରତିକୃତି ନିର୍ମାଣ କରିଥିଲେ। ଏଥିପାଇଁ ତାଙ୍କୁ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରଫେସରମାନେ ସହଯୋଗ କରିଥିଲେ। ଗତ ୫ ବର୍ଷ ମଧ୍ୟରେ ସେ ୮୫୦ଟି ଏୟାର ଫ୍ରେଶ୍‌ନର ବିକ୍ରିକରି ୨ ଲକ୍ଷ ଟଙ୍କା ପାଇଛନ୍ତି। ୩ ପ୍ରକାର ଫ୍ରେଶ୍‌ନର ଉପଲବ୍ଧ ହେଉଛି। ଘର, କାର୍‌ ଏବଂ ଅଫିସ୍‌ ପାଇଁ ସ୍ବତନ୍ତ୍ର ଭାବେ ସେ ଏହାକୁ ପ୍ରସ୍ତୁତ କରିଛନ୍ତି। କେବଳ ଏତିକି ନୁହେଁ, ସେ ଆହତ ଓ ପକ୍ଷାଘାତର ଶିକାର ହୋଇଥିବା କୁକୁରମାନଙ୍କ ପାଇଁ ୫୦ଟି ହୁଇଲ ଚେୟାର ମଧ୍ୟ ନିର୍ମାଣ କରିଛନ୍ତି। ଝାଡ଼ଖଣ୍ଡ ଆନିମଲ ଓ୍ବେଲ୍‌ଫେୟାରର ସଦସ୍ୟ ଭାବେ ସେ ଏହା ତିଆରି କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri