ଏଇ ଭାରତରେ

ବାହାରେ ଠୁଳ ହେଉଥିବା ବର୍ଜ୍ୟ ଓ ଚିମିନ ଇଟାଭାଟିରୁ ନିର୍ଗତ ବିଷାକ୍ତ ବାଷ୍ପ ପରିବେଶକୁ ପ୍ରଭାବିତ କରୁଛି। ଏହାର ନକାରାମତ୍କ ପ୍ରଭାବ ମଧ୍ୟ ଜୀବଜଗତ ଉପରେ ପଡ଼ୁଛି। ଏଭଳି ଏକ କ୍ଷତିକାରକ ପରିବେଶ ପ୍ରଦୂଷଣ ରୋକିବା ଲାଗି ଆସାମର ରୁପମ ଚୌଧୁରୀ ଓ ତାଙ୍କ ସାଥୀ ମୌସମ ତାଲୁକଦାର ଓ ଡାଭିଡ ପ୍ରୀତମ୍‌ ଗୋଗୋଇଙ୍କ ବିକଳ୍ପ ଉଦ୍ୟମ ପ୍ରଶଂସନୀୟ। ସେମାନେ ଏକ ପ୍ରକାର ଇଟା ତିଆରି କରୁଛନ୍ତି; ଯେଉଁଥିରେ ୭୦% ବର୍ଜ୍ୟ ରହୁଛି। ଏହି କାର୍ଯ୍ୟ ସେମାନେ ଜେରୁଣ୍ଡ ବ୍ରିକ୍ସ କମ୍ପାନୀ ମାଧ୍ୟମରେ କରୁଛନ୍ତି। ଥର୍ମାଲ ପ୍ଲାଣ୍ଟରୁ ବାହାରୁଥିବା ଫ୍ଲାଏଆଶ୍‌, ପ୍ଲାଷ୍ଟିକ ବର୍ଜ୍ୟ ଓ ସିମେଣ୍ଟ ମିଶାଇ ଏହି ଇଟା ପ୍ରସ୍ତୁତ କରାଯାଉଛି। ଇଟା ଚୁଲା ବଦଳରେ ଏହାକୁ ଇଲେକ୍ଟ୍ରି ମେଶିନରେ କରାଯାଉଛି। ଫଳରେ କାର୍ବନ ନିର୍ଗମନ କମ୍‌ ହେଉଛି। ଏହି ଇଟାର ଓଜନ ସାଧାରଣ ଇଟାଠାରୁ କମ୍‌ । ୬ଟି ସାଧାରଣ ଇଟା ଆକାର ଯାହା ଏହି ଜେରୁଣ୍ଡ ଇଟାର ଆକାର ତାହା। ଏଣୁ ସାଧାରଣ ଇଟା ତୁଳନାରେ ଏଥିରେ କମ୍‌ ଖର୍ଚ୍ଚ ହେଉଛି। ୨୦୧୮ରୁ ସେମାନେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସୁଦ୍ଧା ସେମାନେ ୨.୫ ଲକ୍ଷ ଇଟା ବିକ୍ରି କରିସାରିଲେଣି। ଏହାକୁ ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ ଓ ନାଗାଲାଣ୍ଡରେ ବିକ୍ରି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri