ଏଇ ଭାରତରେ

ହିନ୍ଦୁ ଶାସ୍ତ୍ର ‘ଗୀତା’ ଅନ୍ୟକୁ ଠିକ୍‌ ମାର୍ଗ ଦେଖାଇବା ଭଳି କୋଲକାତାର ଗୀତା ରାଓତ ମଧ୍ୟ ଅସହାୟ ଶିଶୁମାନଙ୍କୁ ଶିକ୍ଷାର ବାଟ ଦେଖାଉଛନ୍ତି। ସେ କୋଲକାତା ଷ୍ଟେଶନ ନିକଟରେ ରହୁଥିବା ଗରିବ ଅସହାୟ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେବା ସହ ସେମାନଙ୍କ ପାଇଁ ଦିନକୁ ଦୁଇଓଳା ଖାଇବାର ବ୍ୟବସ୍ଥା କରିଛନ୍ତି। ଗୀତା ଏଭଳି ପିଲାମାନଙ୍କ ସହ ପିଲାଦିନରୁ ଜଡ଼ିତ। ସେ ଷ୍ଟେଶନ ଦେଇ ସ୍କୁଲକୁ ଯିବା ସମୟରେ ଭୋକରେ ଭିକ୍ଷା ମାଗୁଥିବା ପିଲାମାନଙ୍କୁ ଦେଖନ୍ତି। ସେ ସବୁଦିନ ସ୍କୁଲକୁ ନେଉଥିବା ଟିଫିନ ସେମାନଙ୍କୁ ଖାଇବାକୁ ଦେଉଥିଲେ। ଏପରିକି କୌଣସି ଦିନ ସେମାନଙ୍କୁ ଟିଫିନ ନ ଖୁଆଇଲେ ଦୁଃଖିତ ହେଉଥିଲେ। ସେବେଠାରୁ ସେମାନଙ୍କ ପାଇଁ କିଛି କରିବାର ସ୍ବପ୍ନ ଦେଖିଥିଲେ ଗୀତା। ସ୍କୁଲ ଶିକ୍ଷା ପରେ ସେ କୋଲକାତା ଷ୍ଟେଶନ ନିକଟରେ କେତେଜଣ ପିଲାଙ୍କୁ ମାଗଣାରେ ପଢ଼ାଇବା ଆରମ୍ଭ କଲେ। ଏହା ଦେଖି ତାଙ୍କ ନିକଟରେ ଅନେକ ଅଦସହାୟ ପିଲା ପହଞ୍ଚତ୍ଥିଲେ ଓ ସେ ସେମାନଙ୍କୁ ମଧ୍ୟ ପଢ଼ାଇବା ଆରମ୍ଭ କରିଦେଲେ। ଗୀତାଙ୍କ ଏହି କାର୍ଯ୍ୟ ଦେଖି କୋଲକାତାର ବ୍ୟବସାୟୀ କିଶୋର ଜୟସ୍ବାଲ ଏକ ଜାଗା ଦେଲେ ଓ ସେଠାରେ ସ୍କୁଲ ପ୍ରତିଷ୍ଠା ହେଲା। ପରେ ଦୁହିଁଙ୍କ ଉଦ୍ୟମରେ ସ୍କୁଲରେ ଏବେ ୧୫୦ ପିଲା ପଢୁଛନ୍ତି। ସେଠାରେ ପିଲାମାନେ ପଢ଼ିବା ସହ ଦୁଇ ବକତ ଖାଇବାକୁ ପାଉଛନ୍ତି। ଗୀତା ଏଥିପାଇଁ ଟିୟର୍ସ (ଟୁ ଏଡୁକେଟ ଆଣ୍ଡ୍‌ ରିଗେନ୍‌ ସ୍ମାଇଲ)ନାମକ ସଂସ୍ଥା ଖୋଲି ତା’ ମାଧ୍ୟମରେ ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri