ଏଇ ଭାରତରେ

ଗୋଟିଏ କି ଦୁଇଟି ନୁହେଁ, ଜଙ୍ଗଲରେ ବଢୁଥିବା ୧୨୦ ପ୍ରକାର ବିରଳ ଅର୍ଚିଡ୍‌ର ଭଣ୍ଡାର ପାଲଟିଛି କେରଳର ଭି.ୟୁ. ସାବୁଙ୍କ ଘର। ଏହି ସବୁ ଅର୍ଚିଡ୍‌ ହେଉଛି ସୌନ୍ଦର୍ଯ୍ୟବର୍ଦ୍ଧକ। ଏଥିରୁ ୬୦ଟି ସେ ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳରୁ ସଂଗ୍ରହ କରିଛନ୍ତି। ଓ୍ବାଏନାଡା ସ୍ଥିତ ତାଙ୍କ ଘରକୁ ସଜାଇବା ଉଦ୍ଦେଶ୍ୟରେ ସେ ଏହିସବୁ ଅର୍ଚିଡ୍‌ ରଖିନାହାନ୍ତି ବରଂ ବିିଲୁପ୍ତ ଅବସ୍ଥାରୁ ଏଗୁଡ଼ିକୁ ସଂରକ୍ଷଣ କରି ରଖିବା ତାଙ୍କର ମୁଖ୍ୟ ଲକ୍ଷ୍ୟ। ଏଗୁଡ଼ିକ ମଧ୍ୟରେ ୩୬ଟି ଇଣ୍ଟର୍‌ନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର(ଆଇୟୁସିଏନ୍‌)ର ଅତି ସଙ୍କଟ ତାଲିକାରେ ଅଛି। ଅର୍ଚିଡ୍‌ ସଂରକ୍ଷଣରେ ସମର୍ପିତ ସାବୁ ୨୦୧୬ରେ ହେଲ୍‌ଥ କେୟାର ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ ପରେ ଏକ ହସ୍ପିଟାଲରେ କାର୍ଯ୍ୟ କରିବା ସହ ଅର୍ଚିଡ୍‌ ଚାଷ ମଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ ସେ ପଶ୍ଚିମଘାଟ ପର୍ବତମାଳରେ ଓ୍ବାଇଲ୍ଡ ଅର୍ଚିଡ୍‌ର ୨୦୦୦ ଚାରା ରୋପଣ କରିଛନ୍ତି। ଘରେ ବ୍ୟବସାୟ ଦୃଷ୍ଟିରୁ ୪ଟି ପଲିହାଉସରେ ୪,୦୦୦ ଅର୍ଚିଡ୍‌ ଗଛ ଲଗାଇଛନ୍ତି। ସାବୁଙ୍କ ଘରକୁ ୨୦ଟି ଅନୁଷ୍ଠାନର ପାଖାପାଖି ୫,୦୦୦ ପିଏଚ୍‌.ଡି. ଛାତ୍ରୀଛାତ୍ର ଓ ଉଦ୍ଭିଦବିଜ୍ଞାନୀ ବୁଲି ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri