ଏଇ ଭାରତରେ

ପ୍ରାକୃତିକ ସମ୍ପଦର କ୍ଷତି ନ କରି ଏକ ପରିବେଶ ଉପଯୋଗୀ ଘର ନିର୍ମାଣ କରିବା କଷ୍ଟକର ହେଲେ ବି ତାହା ସମ୍ଭବ ହୋଇପାରିଛି ହାଇଦ୍ରାବାଦର ଏକ ପିତା-ପୁତ୍ର ଯୋଡ଼ିଙ୍କ ଦ୍ୱାରା। ଏମାନେ ହେଉଛନ୍ତି ଏମ୍‌.ଭି. ରାମଚନ୍ଦ୍ରାଡୁ ଏବଂ ଭବାନୀ। ପିତା-ପୁତ୍ର ମିଶି ଏକ ଶିପିଂ କଣ୍ଟେନରକୁ ପରିବେଶ ଉପଯୋଗୀ ଦୁଇ ମହଲା ବିଶିଷ୍ଟ ଘର କରିପାରିଛନ୍ତି। ଶିପିଂ କଣ୍ଟେନରକୁ କାର୍ଗୋ କମ୍ପାନୀରୁ ସେମାନେ କିଣିଛନ୍ତି। ଘରକୁ ଏଭଳି ନିର୍ମାଣ କରିଛନ୍ତି ଯେ ସେଥିରେ ସୌର ଶକ୍ତି ଉପତ୍ାଦନ କରି ଆବଶ୍ୟକ ଚାହିଦା ପୂରଣ କରିପାରୁଛନ୍ତି। ଏହାବ୍ୟତୀତ ବର୍ଷକୁ ଏହି ଘରେ ୪୦,୦୦୦ ଲିଟର ବର୍ଷାଜଳ ସଂରକ୍ଷଣ କରିବାର ବ୍ୟବସ୍ଥା କରିଛନ୍ତି। ଏହି ଜଳକୁ ବଗିଚା ଓ ଅନ୍ୟ କାମରେ ବ୍ୟବହାର କରାଯାଉଛି। ୫୭ ବର୍ଷୀୟ ରାମଚନ୍ଦ୍ରାଡୁ ୩୦ ବର୍ଷ ହେଲା ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି। ସେ ଶିପିଂ କଣ୍ଟେନରରେ କରିଥିବା ଘରେ ସାଇକେଲ ରିମ୍‌, ପୁରୁଣା ଗ୍ଲାସ୍‌ ଡୋର, ପୁରୁଣା ଷ୍ଟିିଲ୍‌ ପାଇପ ଆଦି ଉପଯୋଗ ହୋଇଛି। ଭଙ୍ଗା ସେରାମିକ ମଧ୍ୟ ବ୍ୟବହାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri