ଏଇ ଭାରତରେ

ଶିକ୍ଷକଙ୍କ ନାମ ଭେରାରାମ ଭାଖର। ଲୋକେ ତାଙ୍କୁ ଶ୍ରଦ୍ଧାରେ ଡାକୁଛନ୍ତି ଗଛବାଲା ମାଷ୍ଟର। ସେ ୪ ଲକ୍ଷ ଗଛ ଲଗାଇ ରାଜସ୍ଥାନର ଶୁଷ୍କ ଅଞ୍ଚଳକୁ ସବୁଜ କରିସାରିଲେଣି। ସେ ଦୀର୍ଘ ୨୪ ବର୍ଷ ମଧ୍ୟରେ ଏହି ସଂଖ୍ୟକ ଗଛ ଲଗାଇ ସାରିଛନ୍ତିି। ଭେରାରାମ ଗଛ ଲଗାଇବା ପରେ ନିଜେ ତାହାର ଜଗାରଖା କରୁଛନ୍ତି ଏବଂ ପ୍ରତିବର୍ଷ ଗୋଟିଏ ମାସର ଦରମା ଏଥିରେ ଖର୍ଚ୍ଚ କରୁଛନ୍ତି। ସେ କଲେଜରେ ପଢୁଥିବା ସମୟରେ ସାଙ୍ଗଙ୍କ ସହ ମିଶି ପ୍ରଥମେ ୫୦ଟି ଗଛ ଲଗାଇଥିଲେ ଓ ସେବେଠାରୁ ସେ ଗଛଲଗା କାମ ଜାରି ରଖିଛନ୍ତି। ଶିକ୍ଷା ଶେଷକରି ସେ ଶିକ୍ଷକଭାବେ ଯୋଗଦେବା ପରେ ମଧ୍ୟ ଗଛ ଲଗାଇ ଆସୁଛନ୍ତି। ଭେରାରାମ ବିଭିନ୍ନ ସ୍କୁଲ ଓ ଗାଁର ସର୍ବସାଧାରଣ ଜମିରେ ଏହି ସବୁ ଗଛ ଲଗାଉଛନ୍ତି। ସେ ବୃକ୍ଷରୋପଣ ସମ୍ପର୍କରେ ଛୋଟ ଛୋଟ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏହା ବ୍ୟତୀତ ଲୋକମାନଙ୍କୁ ମାଗଣାରେ ଗଛ ଦେଇ ତାଙ୍କ ସବୁଜ ଅଭିଯାନରେ ସାମିଲ କରୁଛନ୍ତି। କେବଳ ବୃକ୍ଷରୋପଣ ନୁହେଁ, ସେ ପଶୁପକ୍ଷୀ ସଂରକ୍ଷଣରେ ବି ସମୟ ଦେଉଛନ୍ତି। ଏବେ ସୁଦ୍ଧା ସେ ୫୦୦ରୁ ଅଧିକ ବନ୍ୟପଶୁଙ୍କୁ ଉଦ୍ଧାର କରିସାରିଲେଣି। ପରିବେଶ ଲାଗି ସମର୍ପିତ ଭେରାରାମ ସମାଜର ଜଣେ ପ୍ରକୃତ ହିରୋ ଓ ସମାଜ ଲାଗି ପ୍ରେରଣା।


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri