କେରଳର ବିଜୁ ନାରାୟଣନଙ୍କ ଅନେକ ଆବିଷ୍କାର ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ। ସେ ଏବେ ଏକ ସୋଲାର ମିକ୍ସି ନିର୍ମାଣ କରିଛନ୍ତି, ଯାହା ଗ୍ରାଇଣ୍ଡିଂ କରିବା ସହ ପାଖାପାଖି ୧୫ଟି କାର୍ଯ୍ୟ କରିପାରୁଛି। ଏହି ମେଶିନ ସୌରଶକ୍ତିରେ ଓ ରିମୋଟ୍ ଦ୍ୱାରା ଚାଲୁଛି। ଏହା ପରିବା କାଟିବା ସହ ନଡ଼ିଆ କୋରି ଦେଉଛି। ଘରେ କୌଣସି ସ୍ଥାନରେ ଧୂଆଁ ଉଠିଲେ ଏହା ଜଣାଇଦେଉଛି । ଏଥିରେ ଏକ ରେଡିଓ ମଧ୍ୟ ଅଛି ଓ ମୋବାଇଲ ଚାର୍ଜ ବ୍ୟବସ୍ଥା ରହିଛି। ଉକ୍ତ ମିକ୍ସିକୁ ଭାକ୍ୟୁମ୍ କ୍ଲିନର ଭାବେ ବି ବ୍ୟବହାର କରାଯାଉଛି। ଏଥିରେ ୩ ଓ୍ବାଟ୍ର ଏମର୍ଜେନ୍ସି ଲାଇଟ୍ ଥିବାବେଳେ ଛୋଟ ଫ୍ୟାନ୍ ମଧ୍ୟ ରହିଛି। ଏହାକୁ ନିର୍ମାଣ କରିବା ଲାଗି ତାଙ୍କୁ ୧ ଦଶନ୍ଧିରୁ ଅଧିକ ସମୟ ଲାଗିଛି। ବିଜୁ ମାତ୍ର ୧୨ ବର୍ଷ ବୟସରେ ଏକ ରେଡିଓ ତିଆରି କରିବା ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରିନାହାନ୍ତି। ୫୩ ବର୍ଷ ବୟସ୍କ ବିଜୁଙ୍କୁ ବିଭିନ୍ନ ଆବିଷ୍କାର ଲାଗି କେରଳର ରୁରାଲ ଇନୋଭେଶନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।
ସ୍ବାସ୍ଥ୍ୟ ଓ ଜୀବନଶୈଳୀ
ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...
୨୦୨୬ର ଚିନ୍ତା
୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...
କାର୍ଯ୍ୟରେ ବିଳମ୍ବ
ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...
ଏଇ ଭାରତରେ
ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍ବିଏ ପାସ୍ କରିବା...
ଜୀବନର ଧାଁ ଦଉଡ଼
ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...
ଟଙ୍କାଖିଆ ମଣିଷ
ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...
ଦୁଇ ଦେଶ ଲୁଟୁଛନ୍ତି
ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...
ଏଇ ଭାରତରେ
ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍ ନ ନେଇ ପଲିଥିନରେ ପରିବା...
Archives


