ଏଇ ଭାରତରେ

ବିବିଧତାର ଦେଶ ଭାରତ। ଏଠାରେ ବିଭିନ୍ନ ଜାତି କିମ୍ବା ବର୍ଗର ଲୋକଙ୍କ ସଂସ୍କୃତି ଓ ପରମ୍ପରାରେ ଭିନ୍ନତା ଦେଖିବାକୁ ମିଳେ। ଏଥିମଧ୍ୟରେ ବସନ୍ତ ଋତୁର ଆଗମନ ପୂର୍ବରୁ କଶ୍ମୀରରେ ପାଳିତ ବାସ୍କେଟ ଫିଶିଂ ଫେଷ୍ଟିଭାଲ ଅନ୍ୟତମ। ଏହା ଏକ ନିଆରା ମାଛଧରା ପର୍ବ। ଲୋକମାନେ ସ୍ଥାନୀୟ ଝରଣା କିମ୍ବା ନଦୀକୂଳରେ ଏକାଠି ହୁଅନ୍ତି। ପୁରୁଷ, ମହିଳା ଏପରି କି ପିଲାମାନେ ଏହି ମାଛଧରା ପର୍ବରେ ସାମିଲ ହୋଇଥା’ନ୍ତି। ସେମାନେ ଟୋକେଇ ଧରି ମାଛ ଧରିବାକୁ ପ୍ରସ୍ତୁତ ହୋଇ ରହିଥାଆନ୍ତି। ‘ଯାଅ’ କହିବା କ୍ଷଣି ସେମାନେ ପାଣିରେ ପଶି ଟୋକେଇରେ ମାଛ ଧରିବା ଆରମ୍ଭ କରିଦିଅନ୍ତି। ଟୋକେଇକୁ ପାଣିରେ ବୁଡ଼ାଇ ଉଠାଇବା ପରେ ସେଥିରେ ଦଳ, ଶିଉଳି ଓ ଘାସ ସହ ମାଛ ବି ଥାଏ। ଏଭଳି ମାଛ ଧରିବା ସେମାନଙ୍କ ଭାଗ୍ୟକୁ ଦର୍ଶାଇଥାଏ। ଅର୍ଥାତ୍‌ ଯେଉଁମାନଙ୍କ ଟୋକେଇରେ ଦଳ ମଧ୍ୟରେ ଅଧିକ ମାଛ ରହେ, ସେମାନେ ଭାଗ୍ୟଶାଳୀ ବୋଲି ବିବେଚିତ ହୁଅନ୍ତି। ଲୋକମାନେ ଧରୁଥିବା ମାଛକୁ ସେମାନଙ୍କ ମୁଣ୍ଡରେ ବନ୍ଧା ହୋଇଥିବା ବ୍ୟାଗରେ ରଖନ୍ତି। ଉକ୍ତ ପର୍ବ ପାଳନ କରିବା ପଛରେ ଥିବା ଆଉ କାହାଣୀ କହେ ଯେ, ଏଭଳି ମାଛଧରା ଯୋଗୁ ଝରଣା ଓ ନଦୀରୁ ଘାସ ଓ ଶିଉଳି ସଫା ହୋଇଯାଏ; ଯାହା ବ୍ୟବହାର ଉପଯୋଗୀ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri