ଏଇ ଭାରତରେ

ରାନୋଦୀପ ଶାହା। ବୟସ ୨୪। ଜୀବିକା ଅନ୍ବେଷଣରେ ନିଜେ ସଫଳ ହେବା ସହ ସାରା ଭାରତରେ ୧୦,୦୦୦ କାରିଗରଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି। ରାନୋଦୀପ ରହୁଛନ୍ତି କୋଲକାତାରେ । ପିଲାବେଳୁ ରାନୋଦୀପ୍‌ଙ୍କ ମାତାପିତା ତାଙ୍କୁ ଚିତ୍ର ଆଙ୍କିବା ଲାଗି ଉତ୍ସାହିତ କରିଥିତ୍ଲେ। ପ୍ରଥମେ ଏଥିପାଇଁ ଆଗ୍ରହ ପ୍ରକାଶ କରୁ ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ପେଣ୍ଟିଂ ମାୟାରେ ପଡ଼ିଯାଇଥିତ୍ଲେ। ପରେ ସେ ‘ରେୟାର ପ୍ଲାନେଟ୍‌’ ଷ୍ଟାର୍ଟ ଅପ୍‌ ଆରମ୍ଭ କରି ପୁରୁଣା ତଥା ପାରମ୍ପରିକ ଟେରାକୋଟା ବା ଚିତ୍ରିତ ମାଟିପାତ୍ର ତିଆରି କଲେ। ପରେ ତମ୍ବା, କାଠ, ସେରାମିକ୍‌, ପିତ୍ତଳ ଏବଂ ମାର୍ବଲର ହସ୍ତଶିଳ୍ପ ଏଥିରେ ସାମିଲ କରିଛନ୍ତି। ୨୦୧୫ରୁ ‘ରେୟାର ପ୍ଲାନେଟ୍‌’ ଏହାର ଯାତ୍ରା ଆରମ୍ଭ କରିବା ପରେ ଏଯାବତ୍‌ ୧୦ ହଜାରରୁ ଊର୍ଦ୍ଧ୍ୱ କାରିଗରଙ୍କୁ ଏଥିରେ ଯୋଡି ସାରିଲାଣି। ଅର୍ଥାଭାବରୁ ପ୍ରଥମେ ରାନୋଦୀପ ମାଟି ଜିନିଷଗୁଡ଼ିକୁ ତାଙ୍କ ବାପାଙ୍କ ସାହାଯ୍ୟରେ ବିକ୍ରି କରୁଥିଲେ। ପ୍ରଥମ ମାସରେ ୧.୫ ଲକ୍ଷ ଟଙ୍କା ରୋଜଗାର କରିବା ପରେ ସେ ଏହି କାର୍ଯ୍ୟରେ ଲୋକଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଥିଲେ। ଏହିସବୁ ଜିନିଷକୁ କୋଲକାତା ସମେତ ଭାରତର ୧୦୦ଟି ସ୍ଥାନରେ ବିକ୍ରି କରୁଛନ୍ତି। ଆମେରିକା ଓ ଅଷ୍ଟ୍ରେଲିଆରେ ମଧ୍ୟ ଏହାକୁ ବିକ୍ରି କରାଯାଉଛି। ଏବେ ରାନୋଦୀପଙ୍କ ବ୍ୟବସାୟିକ କାରବାର ୧୦୦ କୋଟି ଟଙ୍କାକୁ ଟପିଯାଇଛି। ‘ରେୟାର ପ୍ଲାନେଟ୍‌’ରେ ପ୍ରଥମ କାରିଗର ଭାବେ ଯୋଗ ଦେଇଥିତ୍ବା ବିଜୟ କୁମାର ଏବେ ଏହାର ସହ ପ୍ରତିଷ୍ଠାତା ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri