ଏଇ ଭାରତରେ

ବର୍ଷା ପାଇଁ ବେଙ୍ଗ ବାହାଘର। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ବର୍ଷାର ଦେବତା ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବାକୁ କର୍ନାଟକର ଉଡୁପି ଜିଲାରେ ବେଙ୍ଗ ବାହାଘର କରାଯାଇଛି। ଶନିବାର ଉଡୁପି ନାଗରିକ ସମିତି ଏବଂ ପଞ୍ଚରତ୍ନ ସେବା ଟ୍ରଷ୍ଟ ଦ୍ୱାରା ଏପରି ଏକ ଅଣପାରମ୍ପରିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହ ଆୟୋଜନ କରିଥିବା ଟ୍ରଷ୍ଟ ସମ୍ପାଦକ ନିତ୍ୟାନନ୍ଦ ଓଲାକାଡୁଙ୍କ କହିବାନୁଯାୟୀ, ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବା ପାଇଁ ‘ମଣ୍ଡୁକ କଲ୍ୟାଣୋତ୍ସବ’ ପାଳନ କରାଯାଏ। ଆୟୋଜକମାନେ ୪ଟି ବେଙ୍ଗ ଧରିଆଣି ମଣିପାଲସ୍ଥିତ ପ୍ରାଣୀ ବିଜ୍ଞାନ ବିଭାଗକୁ ଦେଇଥିଲେ। ପ୍ରାଣୀତତ୍ତ୍ୱବିତ୍‌ମାନେ ଅଣ୍ଡିରା ଓ ମାଈ ବେଙ୍ଗ ଦୁଇଟି ଚିହ୍ନଟ କରିବା ପରେ ସେ ଦୁଇଟିକୁ ଶୋଭାଯାତ୍ରା କରି ବାହାଘର ପାଇଁ ନିଆଯାଇଥିଲା। ଜଣେ ସ୍ବେଚ୍ଛାସେବୀ ବେଙ୍ଗ ଦୁଇଟିକୁ ଆଳତି କରି ଆଣି ବାନ୍ଧିବା ସହିତ ମାଈ ବେଙ୍ଗ ଗୋଡରେ ମୁଦି ପିନ୍ଧାଇଥିଲେ। ବାହାଘର ନିମନ୍ତ୍ରଣପତ୍ର ମଧ୍ୟ ଛପାଯାଇଥିଲା। ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇ ବର୍ଷା ଦେବତାଙ୍କୁ ପ୍ରାର୍ଥନା କରିବାକୁ କୁହାଯାଇଥିଲା। ବାହାଘର ପରେ ବେଙ୍ଗଦମ୍ପତିକୁ ମଣିପାଲସ୍ଥିତ ମନ୍ନପାଲ୍ଲରେ ଛାଡିଦିଆଯାଇଥିଲା। ବାହାଘର ପରେ ଆୟୋଜିତ ଭୋଜିରେ ଶହଶହ ଲୋକ ଯୋଗ ଦେଇଥିଲେ। ମୁଖ୍ୟ ଆୟୋଜକ ଓଲାକାଡୁଙ୍କ କହିବାନୁଯାୟୀ, ବେଙ୍ଗ ବାହାଘର ବିଧି ଦୀର୍ଘଦିନ ଧରି ପାଳନ କରାଯାଇ ଆସୁଛି। କର୍ନାଟକର ଉଡୁପି ଜିଲାରେ ବର୍ଷା ହେଉ ନ ଥିବାରୁ ଉତ୍କଟ ଜଳାଭାବ ଦେଖାଦେଇଛି। ବେଙ୍ଗ ବାହାଘର ହେଲେ ବର୍ଷା ହୋଇଥାଏ ବୋଲି ଅଞ୍ଚଳବାସୀଙ୍କ ଦୃଢ଼ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri