ଏଇ ଭାରତରେ

ବାଘ ନାଁ ଶୁଣିଲେ ଭୟ ଲାଗେ, କିନ୍ତୁ ଲଦାଖର ଖେନରାବ ଫୁନ୍‌ଷ୍ଟୋଗଙ୍କ ବରଫ ଚିତାବାଘ ଉଦ୍ଧାର କରିବାରେ ଲାଗିଛନ୍ତି। ଖାଲି ହାତରେ ଅର୍ଥାତ ଆମତ୍ ରକ୍ଷା ପାଇଁ ସାଙ୍ଗରେ କୌଣସି ସରଞ୍ଜାମ ନ ନେଇ ସେ ବରଫ ଚିତାଙ୍କୁ ଉଦ୍ଧାର କରୁଛନ୍ତି। ଏବେ ସୁଦ୍ଧା ସେ ୪୭ଟି ବାଘ ଉଦ୍ଧାର କରିସାରିଲେଣିି। ତାଙ୍କୁ ବର୍ତ୍ତମାନ ବୟସ ୪୨। ରହନ୍ତି ହେମିସ ନ୍ୟାଶ୍‌ନାଲ ପାର୍କ ମଧ୍ୟରେ ଥିତ୍ବା ଗାଁ ଛିଲିଙ୍ଗରେ। ୨୨ ବର୍ଷ ବୟସରେ ସେ ହେମିସ ନ୍ୟାଶ୍‌ନାଲ ପାର୍କର ଓ୍ବାଇଲ୍ଡ ଲାଇଫ୍‌ ଗାର୍ଡ ଭାବେ ଯୋଗ ଦେବା ପରେ ଏତେ ସଂଖ୍ୟକ ଚିତାଙ୍କୁ ଉଦ୍ଧାର କରି ପୁରସ୍କୃତ ବି ହୋଇଛନ୍ତି। ତାଙ୍କୁ ‘ସେଭ୍‌ ଦି ସ୍ପେସିଶ ଆଓ୍ବାର୍ଡ’ ମିଳିଛି। ବାସ୍ତବରେ ସେ ଲାଇଫ ହିରୋ। ଚାକିରିରେ ଯୋଗ ନ ଦେବା ପୂର୍ବରୁ ପ୍ରଥମେ ୧୯୯୫ରେ ଚିତାବାଘ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଯେଉଁ ଗାଁରେ ଚିତା ପଶନ୍ତି ସେଠାକୁ ଯାଇ ସେ ବିନା ସରଞ୍ଜାମରେ ସେମାନଙ୍କୁ ଧରିଥାନ୍ତି। କେବଳ ଅଖା, ବାଡି ଓ ଦଉଡି ବ୍ୟବହାର କରନ୍ତି। ଯେଉଁଠି ଚିତାଙ୍କୁ ଉଦ୍ଧାର କରିବାରେ ଟ୍ରାଙ୍କୁଲାଇଜର ବ୍ୟବହାର କରାଯାଏ ସେଠାରେ ସେ ଖାଲି ହାତରେ ଧରୁଛନ୍ତି। ଉଦ୍ଧାର କରିବା ପରେ ପୁଣି ସେମାନଙ୍କୁ ଜଙ୍ଗଲରେ ଛାଡି ଦିଆଯାଉଛି। ଝୁଲନ୍ତା ଶିଳାଖଣ୍ଡ,ପାହାଡ ମଧ୍ୟରେ ଥିବା ଗଭୀର, ତୀକ୍ଷ ପାହାଡ ଆଦି ଅତି ଦୁର୍ଗମ ସ୍ଥାନମାନଙ୍କରେ ସେ ଚିତାଗଣନା ଓ ସୁରକ୍ଷା ଲାଗି କ୍ୟାମେରା ମଧ୍ୟ ଲଗାଉଛନ୍ତି। ଚିତାବାଘଙ୍କ ପାଦ ଚିହ୍ନ, ନଖରେ ବରଫଙ୍କୁ ଆଞ୍ଚୁଡିବା, ମଳ ଏବଂ ଶିକାର କରିଥିବା ଜୀବଙ୍କ ଅବଶେଷକୁ ଲକ୍ଷ୍ୟ କରି ଚିତାର ଉପସ୍ଥିତି ଜାଣିବାରେ ସେ ଧୁରନ୍ଧର।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri