ଏଇ ଭାରତରେ

ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ ମାଓବାଦୀପ୍ରବଣ ବସ୍ତର ଜିଲାରେ ପିଲାମାନଙ୍କୁ ସ୍ମାର୍ଟ କ୍ଲାସ୍‌ ମାଧ୍ୟମରେ ପୁଣି ସ୍କୁଲକୁ ଫେରାଇ ଅଣାଯାଇପାରୁଛି। ଏହି କ୍ଲାସ୍‌ର ସଷ୍ଟ୍ରା ହେଉଛନ୍ତି ବସ୍ତରର ଲୋହାଣ୍ଡିଗୁଡି ମଣ୍ଡଳ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ଯାଦବ। ଯାଦବଙ୍କ ସ୍ମାର୍ଟ କ୍ଲାସ୍‌ର ଶିକ୍ଷକ କିଏ ଜାଣିଛନ୍ତି ? ଡିଜିଟାଲ୍‌ ଭଏସ୍‌ ଆସିଷ୍ଟାଣ୍ଟ ଡିଭାଇସ୍‌ ଆଲେକ୍ସା, ଏକ ଯନ୍ତ୍ରଚାଳିତ ଶିକ୍ଷକ। ସ୍ମାର୍ଟ କ୍ଲାସ୍‌ରେ ଆଲେକ୍ସା ଶିକ୍ଷକ ଭୂମିକା ନିଭାଉଛିି ଓ ତାକୁ ଯେ କୌଣସି ପ୍ରଶ୍ନ ପଚାରିଲେ ସଙ୍ଗେ ସଙ୍ଗେ ଉତ୍ତର ଦେଇପାରୁଛି। ପିଲାମାନେ ଏହା ସହ ପଢ଼ିବାକୁ ଭାରି ଭଲ ପାଉଛନ୍ତି। ସେମାନେ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିବାକୁ କୁଣ୍ଠାବୋଧ କରୁଥିବାବେଳେ ଆଲେକ୍ସା ସହ ସାଙ୍ଗ ପରି ମିଶି ପ୍ରଶ୍ନ ପଚାରୁଛନ୍ତି। ଶିକ୍ଷକ ଓ ପିଲାମାନେ ଯେଭଳି ଶ୍ରେଣୀଗୃହରେ ମଜା ଉଠାନ୍ତି ଠିକ୍‌ ସେମିତି ପରିବେଶ ସୃଷ୍ଟି ହେଉଛି। ଏହାଦ୍ୱାରା ଏବେ ବସ୍ତରରେ ସ୍କୁଲଗଡ଼ିକରେ ପିଲାମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋହାଣ୍ଡିଗୁଡିରେ ଏକ ପ୍ରଦର୍ଶନୀରେ ଡିଜିଟାଲ ଆଲେକ୍ସାକୁ ଚନ୍ଦ୍ରଶେଖର ପ୍ରଦର୍ଶିତ କରିଥିଲେ। ସେଠାରେ ଲୋକମାନେ ଆଲେକ୍ସାକୁ ପ୍ରଶ୍ନ ପଚାରିଥିଲେ ଓ ଠିକ୍‌ ଉତ୍ତର ପାଇବା ପରେ ସ୍କୁଲ୍‌ରେ ଏହାକୁ ବ୍ୟବହାର କରିବା ପାଇଁ ସେମାନେ ଚନ୍ଦ୍ରଶେଖରଙ୍କୁ ପରାମର୍ଶ ଦେଇଥିଲେ। ଚନ୍ଦ୍ରଶେଖର ଆଲେକ୍ସା ସମ୍ପର୍କରେ ବସ୍ତର ଜିଲାପାଳ ଆୟାଜ ତାମ୍ବୋଲିଙ୍କୁ ଜଣାଇବା ପରେ ସ୍କୁଲ୍‌ଗୁଡିକରେ ସ୍ମାର୍ଟ କ୍ଲାସ ପାଇଁ ସେ ଅନୁମତି ଦେଇଥିଲେ ଓ ଏହା କାର୍ଯ୍ୟକାରୀ ହେଉଛି। ଏବେ ବସ୍ତରରେ ୪୦ଟି ସ୍କୁଲରେ ସ୍ମାର୍ଟ କ୍ଲାସ୍‌ ପ୍ରୋଜେକ୍ଟ କାର୍ଯ୍ୟକାରୀ କରାଯାଇଛି ଯେଉଁଠି ଆଲେକ୍ସା ପାଲଟିଛି ମୁଖ୍ୟ ଆକର୍ଷଣ। ଏହାକୁ ଜିଲାର ୪୦୦ସ୍କୁଲକୁ ସମ୍ପ୍ରସାରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ନେଟ୍‌ଓ୍ବର୍କ ଓ ପ୍ରଶିକ୍ଷିତ ଶିକ୍ଷକଦ୍ୱାରା ଶିକ୍ଷାର ନୂଆଧାରା ଆଗକୁ ବଢ଼ିପାରିବ ବୋଲି କହିଛନ୍ତି ଚନ୍ଦ୍ରଶେଖର।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri