ଏଇ ଭାରତରେ

ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ୍‌ ବର୍ଜନ କରିବା ଲାଗି ଆମେ ଉଦ୍ୟମ ଜାରି ରଖିଛୁ। କିନ୍ତୁ ଗୋଟିଏକୁ ଆମେ ଛାଡ଼ିପାରୁନୁ ତାହା ହେଉଛି ପ୍ଲାଷ୍ଟିକ୍‌ ମୁଠା ଝାଡୁ। ଏହି ଝାଡୁ ଅଦରକାରୀ ହୋଇଗଲେ ମୁଠା ସହ ତାହାକୁ ଫିଙ୍ଗି ଦେଉ । ଆକଳନରୁ ଜଣାପଡ଼ିଛି ଯେ, ପ୍ରାୟ ୪୦,୦୦୦ ମେଟ୍ରିକ ଟନ୍‌ ପ୍ଲାଷ୍ଟିିକ୍‌ ଝାଡୁ ମୁଠା ତିଆରି କରିବାରେ ବ୍ୟବହାର କରାଯାଏ ଓ ଶେଷରେ ତାହା ବାହାରେ ପଡି ରହି ପରିବେଶକୁ ପ୍ରଦୂଷିତ କରେ। ଏଭଳି ପ୍ଲାଷ୍ଟିକ୍‌ ବ୍ୟବହାର ଦୂର କରିବା ପାଇଁ ତ୍ରିପୁରାରେ ଅବସ୍ଥାପିତ ୨୦୧୦ ବ୍ୟାଚ୍‌ର ଆଇଏଫ୍‌ଏସ ଅଧିକାରୀ ପ୍ରସାଦ ରାଓ ଏକ ନୂଆ ଉପାୟ ବାହାର କରିଛନ୍ତି, ଯାହାଦ୍ୱାରା ପ୍ଲାଷ୍ଟିକ୍‌ ବ୍ୟବହାର ଦୂର ହେବା ସହ ପରିବେଶକୁ ବି ଉପକାର ହୋଇପାରିବ। ଝାଡୁ ମୁଠା ପାଇଁ ରାଓ ଓ ତାଙ୍କ ସାଥୀମାନେ ପ୍ଲାଷ୍ଟିକ୍‌ ବଦଳରେ ବାଉଁଶ ମୁଠା ଲଗାଉଛନ୍ତି। ଏହି ମୁଠା ହାଲ୍‌କା ଓ ଜଙ୍ଗଲରେ ଶୀଘ୍ର ବଢୁଥିବା ଏକ ପ୍ରକାର ବାଉଁଶରୁ ପ୍ରସ୍ତୁତ କରାଯାଉଛି। ଏହା ଆମ ଦେଶରେ ସହଜରେ ଉପଲବ୍ଧ ଓ ଖର୍ଚ୍ଚ ବି ଅଧିକ ନୁହେଁ। ଲୋକମାନେ ଏହାକୁ ସହଜରେ ବ୍ୟବହାର କରିପାରିବେ ବୋଲି କହନ୍ତି ରାଓ। ବନ ଧନ ବିକାଶ କାର୍ଯ୍ୟକ୍ରମ ଜରିଆରେ ସେ ଏଭଳି ଝାଡୁ ତିଆରି କରୁଛନ୍ତି। ୭ ମାସ ତଳେ ଆରମ୍ଭ କରିଥିବା ଏହି ଯୋଜନାରେ ପାଖାପାଖି ୧ ହଜାର ଆଦିବାସୀ ପରିବାରକୁ କାମ ଯୋଗାଇ ଦେଇଛନ୍ତି। ଚଳିତ ବର୍ଷ ଏହି ଯୋଜନାରେ ୪ ଲକ୍ଷ ଝାଡୁ ଓ ଆସନ୍ତା ବର୍ଷ ଏହାଠାରୁ ୧୦ ଗୁଣ ଅଧିକ ଝାଡୁ ତିଆରି କରିବାର ଲକ୍ଷ୍ୟ ରଖିଛନ୍ତି । ପ୍ଲାଷ୍ଟିକ ମୁଠା ଝାଡୁ ମୂଲ୍ୟଠାରୁ ଏହା ବହୁତ ଶସ୍ତା ହେବ ବୋଲି କହନ୍ତି ରାଓ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri