ଏଇ ଭାରତରେ

ହଜାର ହଜାର ଯୁବକଙ୍କୁ ହିଂସା ପଥରୁ ଦୂରେଇ ରଖି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରୁଛନ୍ତି ମଣିପୁରର ଜାମଖୋଜାଙ୍ଗ ମିଶାଓ। ସେ ଏଥିପାଇଁ ‘ଗନ୍‌ ଟୁ ପେନ୍‌’ ଅଭିଯାନ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ୫ ହଜାର ଯୁବକଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛନ୍ତିି। ବ୍ୟକ୍ତିତ୍ୱ ବିକାଶ ଏବଂ କ୍ୟାରିୟର ସମ୍ପର୍କିିତ ଶିକ୍ଷା ଉପରେ ବି ଜୋର ଦେଉଛନ୍ତି। ସେ ଦଶମ ଶ୍ରେଣୀରେ ପଢୁଥିବା ସମୟରେ ଗେରିଲା ଯୁଦ୍ଧ ସମ୍ପର୍କରେ ଶିକ୍ଷା ପାଇଥିଲେ। କିନ୍ତୁ ସେ ସନ୍ତ୍ରାସବାଦୀଙ୍କ ସପକ୍ଷରେ ନ ଯାଇ ଗାଁକୁ ଫେରିଯାଇ ଗାଁ ସୁରକ୍ଷାରେ ଲାଗିଥିତ୍ଲେ। ଇତିହାସରେ ଡିଗ୍ରୀ ହାସଲ କରିବା ପରେ ମିଶାଓ ଏକ ବେସରକାରୀ ସ୍କୁଲରେ ପଢ଼ାଉଥିଲେ।
ତାକୁ ଛାଡି ସାମାଜିକ କର୍ମୀ ଭାବେ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରି ଅଭିଜ୍ଞତା ହାସଲ କରିବା ପରେ ‘ଗନ୍‌ ଟୁ ପେନ୍‌’ ଅଭିଯାନ ଆରମ୍ଭ କରିଥିଲେ। ମଣିପୁରର ଦୁର୍ଗମ ଅଞ୍ଚଳରେ ଏହା ମାଧ୍ୟମରେ ବୁକ୍‌ ବ୍ୟାଙ୍କ୍‌ ଖୋଲିଛନ୍ତି। ମିଶାଓ ଓ ତାଙ୍କ ଟିମ୍‌ ଗାଁଗୁଡିକରେ ପହଞ୍ଚି ସେଠାରେ ପିଲାମାନଙ୍କୁ ବହି ଦେଉଛନ୍ତି। ଏକ ଫୁଟବଲ ଏକାଡେମୀ ପ୍ରତିଷ୍ଠା କରି ୪୦ରୁ ଊର୍ଦ୍ଧ୍ୱ ଝିଅଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଗୃହିଣୀମାନଙ୍କୁ ଧନ୍ଦାମୂଳକ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରାଉଛନ୍ତି। ଯେଉଁ ମହିଳାମାନେ ଛୋଟ ବ୍ୟବସାୟ ଆରମ୍ଭ କରୁଛନ୍ତି ସେମାନଙ୍କୁ ଆର୍ଥିକ ସହଯୋଗ ବି କରୁଛନ୍ତି ମିଶାଓ। କୋଭିଡ୍‌-୧୯ ମହାମାରୀ ସମୟରେ ସେ ଅନାଥ ଆଶ୍ରମକୁ ରାଶନ ସାମଗ୍ରୀ ମଧ୍ୟ ଯୋଗାଇ ଦେଉଛନ୍ତି। ତାଙ୍କୁ ଜୀବନରୁ ମାରିଦେବା ଲାଗି ସନ୍ତ୍ରାସବାଦୀମାନେ ବାରମ୍ବାର ଚେଷ୍ଟା କରିଛନ୍ତି। ଏମିତି ୨୦୧୫ରେ ସେମାନେ ତାଙ୍କ ଘରେ ଆସି ପହଞ୍ଚିଯାଇଥିଲେ ବି ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri